Viral Video: ଅରିଜିତ ସିଂଙ୍କ ଚାଲିଥିଲା Live Concert; ହଠାତ୍‌ ମଝିରେ ଆସିଲା ବାପାଙ୍କ ଭିଡିଓ କଲ୍‌,ପରେ ଯାହାହେଲା…

ବଲିଉଡ୍‌ର ପପୁଲାର ସିଙ୍ଗର ଅରିଜିତ ସିଂଙ୍କର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ଲାଇଭ କନସର୍ଟ ମଝିରେ ତାଙ୍କ ବାପାଙ୍କ ଭିଡିଓ କଲ୍‌ ଆସୁଛି, ଏହା ପରେ ସେ ଯାହା କରୁଛନ୍ତି ତାକୁ ଦେଖିବା ପରେ ପ୍ରଶଂସକମାନେ ତାଙ୍କ ପ୍ରଶଂସା ନକରି ରହିପାରୁ ନାହାନ୍ତି। ସାଧାରଣତଃ ଯେତେବେଳେ ଗାୟକମାନଙ୍କ କନସର୍ଟ ମଝିରେ ଫୋନ ଆସେ ସେମାନେ ହୁଏତ କଲ୍‌ଟିକୁ କାଟିଦିଅନ୍ତି ନଚେତ୍‌ କିଛି ସମୟ ପାଇଁ କନସଟରୁ ବ୍ରେକ୍‌ ନିଅନ୍ତି। ମାତ୍ର ଅରିଜିତ […] The post Viral Video: ଅରିଜିତ ସିଂଙ୍କ ଚାଲିଥିଲା Live Concert; ହଠାତ୍‌ ମଝିରେ ଆସିଲା ବାପାଙ୍କ ଭିଡିଓ କଲ୍‌,ପରେ ଯାହାହେଲା… appeared first on Dharitri Odia News.

Viral Video: ଅରିଜିତ ସିଂଙ୍କ ଚାଲିଥିଲା Live Concert; ହଠାତ୍‌ ମଝିରେ ଆସିଲା ବାପାଙ୍କ ଭିଡିଓ କଲ୍‌,ପରେ ଯାହାହେଲା…

ବଲିଉଡ୍‌ର ପପୁଲାର ସିଙ୍ଗର ଅରିଜିତ ସିଂଙ୍କର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ଲାଇଭ କନସର୍ଟ ମଝିରେ ତାଙ୍କ ବାପାଙ୍କ ଭିଡିଓ କଲ୍‌ ଆସୁଛି, ଏହା ପରେ ସେ ଯାହା କରୁଛନ୍ତି ତାକୁ ଦେଖିବା ପରେ ପ୍ରଶଂସକମାନେ ତାଙ୍କ ପ୍ରଶଂସା ନକରି ରହିପାରୁ ନାହାନ୍ତି।

ସାଧାରଣତଃ ଯେତେବେଳେ ଗାୟକମାନଙ୍କ କନସର୍ଟ ମଝିରେ ଫୋନ ଆସେ ସେମାନେ ହୁଏତ କଲ୍‌ଟିକୁ କାଟିଦିଅନ୍ତି ନଚେତ୍‌ କିଛି ସମୟ ପାଇଁ କନସଟରୁ ବ୍ରେକ୍‌ ନିଅନ୍ତି। ମାତ୍ର ଅରିଜିତ ସେପରି କିଛି କରି ନ ଥିଲେ।

ବଲିଉଡ୍‌ର ଲୋକପ୍ରିୟ ସିଙ୍ଗରଙ୍କ ଗୀତରେ ଦର୍ଶକ ଝୁମୁଥିବା ବେଳେ ସେପଟେ ବାପାଙ୍କ ଭିଡିଓ କଲ୍‌, ସେପଟେ ଦର୍ଶକ ଏପଟେ ବାପା, ସେ କାହାକୁ ପ୍ରାଧାନ୍ୟ ଦେବେ ତାହା ମଧ୍ୟ ଦର୍ଶକ ଭାବୁଥିଲେ । ମାତ୍ର ଅରିଜିତ କାହାକୁ ମଧ୍ୟ ନିରାଶ ନ କରି ପ୍ରଂଶସା ସାଉଣ୍ଟିଥିଲେ।

ଚଣ୍ଡିଗଡ଼ରେ ଚାଲିଥିବା ଲାଇଭ କନସର୍ଟରେ ଯେତେବେଳେ ବାପାଙ୍କ ଭିଡିଓ କଲ୍‌ ଆସିଲା ସେ କଲ୍‌ ରିସିଭ କରି ଗୀତ ଗାଇବା ଜାରି ରଖିଲେ। ସେ ଫୋନ ସ୍କ୍ରିନକୁ ପ୍ରଶଂସକମାନଙ୍କ ଆଡ଼କୁ ବୁଲାଇଲେ ଯାହାଫଳରେ ବାପା କନସର୍ଟର ଦର୍ଶକଙ୍କୁ ଦେଖିପାରିବେ।

ଏହା ପରେ ସେ କନସର୍ଟରେ ମଧ୍ୟ କହିଥିଲେ ଯେ ଏହା ମୋ ବାପାଙ୍କ କଲ ଥିଲା। ଏବେ ଏହି ଭିଡିଓଟି ଭାଇରାଲ ହେବାରେ ଲାଗିଛି।

The post Viral Video: ଅରିଜିତ ସିଂଙ୍କ ଚାଲିଥିଲା Live Concert; ହଠାତ୍‌ ମଝିରେ ଆସିଲା ବାପାଙ୍କ ଭିଡିଓ କଲ୍‌,ପରେ ଯାହାହେଲା… appeared first on Dharitri Odia News.