Viral Video: ଆମେରିକା ମେରିଲ୍ୟାଣ୍ଡରେ କାର୍ଗୋ ଧକ୍କାରେ ଭୁଶୁଡ଼ିଲା ବ୍ରିଜ୍

ସାମ୍ନାକୁ ଆସିଲା ଦୁର୍ଘଟଣା ବେଳର ସିସିଟିଭି ଫୁଟେଜ୍ । ବ୍ରିଜ୍ ଭୁଶୁଡ଼ିବା ସହ ନଦୀ ଗର୍ଭକୁ ଖସିପଡ଼ିଲେ ଲୋକେ । ବ୍ରିଜରେ ଥିବା ଗାଡ଼ି ସହ ଖସିପଡ଼ିଲେ ପ୍ରାୟ ୨୦ଜଣ ।

Viral Video: ଆମେରିକା ମେରିଲ୍ୟାଣ୍ଡରେ କାର୍ଗୋ ଧକ୍କାରେ ଭୁଶୁଡ଼ିଲା ବ୍ରିଜ୍

କାର୍ଗୋ ଜାହାଜ ଧକ୍କାରେ ଭୁଶୁଡ଼ିଲା ବ୍ରିଜ୍। ଆମେରିକା ମେରିଲ୍ୟାଣ୍ଡ ଅଞ୍ଚଳରେ ଦେଖିବାକୁ ମିଳିଛି ଏ ଅଭାବନୀୟ ଘଟଣା। ଫ୍ରାନ୍ସିସ୍ ସ୍କର୍ଟ କି ବ୍ରିଜର ଏକ ଅଂଶ ଭୁଶୁଡ଼ି ନଦୀରେ ପଡ଼ିଛି। ଦୁର୍ଘଟଣା ବେଳର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି। ଏକ କାର୍ଗୋ ଜାହାଜ ବ୍ରିଜକୁ ଧକ୍କା ଦେବା ଫଳରେ ନଦୀ ଗର୍ଭକୁ ବ୍ରିଜର କିଛି ଅଂଶ ଖସିପଡ଼ିଛି। ଏହି ସମୟରେ ବ୍ରିଜରେ ଥିବା ଗାଡ଼ି ସହ ପ୍ରାୟ ୨୦ରୁ ଅଧିକ ଲୋକେ ନଦୀରେ ଖସିପଡିଥିବା ଦେଖିବାକୁ ମିଳିଛି। 

ସୂଚନା ଅନୁଯାୟୀ ଜାହାଜଟି ଶ୍ରୀଲଙ୍କା କଲମ୍ବୋ ଯାଉଥିଲା। ଜାହାଜରେ ସିଙ୍ଗାପୁରର ପତାକା ଲାଗିଥିଲା। ଜାହାଜଟି ବନ୍ଦର ଛାଡ଼ିବାର ୩୦ ମିନିଟ ଭିତରେ ହିଁ ଏ ଅଘଟଣ ଘଟିଛି। ଆସନ୍ତା ୨୨ ଏପ୍ରିଲରେ ଜାହାଜଟି ଶ୍ରୀଲଙ୍କାର କଲମ୍ବୋରେ ପହଞ୍ଚିଥାନ୍ତା।