Viral Video: କେନାଲରେ ଯାଉଥିଲା ଭୟଙ୍କର ଅଜଗର, ଆଖିପିଛୁଳାକେ ଗୋଡ଼ରେ …
ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଭାଇରାଲ ହୋଇଥାଏ। ଯାହା ବେଳେବେଳେ ଆଶ୍ଚର୍ଯ୍ୟ କରିଦେଲା ଭଳି ହୋଇଥାଏ । ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ଯୁବକଙ୍କିଙ୍କ ନିର୍ଭିକ କାର୍ଯ୍ୟ ଦେଖିବାକୁ ମିଳୁଛି। ଯୁବକ ଜଣଙ୍କ କେନାଲରୁ ଏକ ବିଶାଳ ଅଜଗରକୁ ବାହାର କରୁଛନ୍ତି। କ୍ଲିପ ଆରମ୍ଭରେ, କେନାଲ ପାଖରେ ଲୋକଙ୍କ ଭିଡ଼ ଜମା ହୋଇଥିଲା। ସେମାନେ ଆଶା କରିଥିଲେ ଯେ, ବ୍ୟକ୍ତି ଜଣକ ଅଜଗରକୁ ଧରିବେ। ଖୁବ ଶୀଘ୍ର, ବ୍ୟକ୍ତି […] The post Viral Video: କେନାଲରେ ଯାଉଥିଲା ଭୟଙ୍କର ଅଜଗର, ଆଖିପିଛୁଳାକେ ଗୋଡ଼ରେ … appeared first on Dharitri Odia News.
ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଭାଇରାଲ ହୋଇଥାଏ। ଯାହା ବେଳେବେଳେ ଆଶ୍ଚର୍ଯ୍ୟ କରିଦେଲା ଭଳି ହୋଇଥାଏ । ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ଯୁବକଙ୍କିଙ୍କ ନିର୍ଭିକ କାର୍ଯ୍ୟ ଦେଖିବାକୁ ମିଳୁଛି।
ଯୁବକ ଜଣଙ୍କ କେନାଲରୁ ଏକ ବିଶାଳ ଅଜଗରକୁ ବାହାର କରୁଛନ୍ତି। କ୍ଲିପ ଆରମ୍ଭରେ, କେନାଲ ପାଖରେ ଲୋକଙ୍କ ଭିଡ଼ ଜମା ହୋଇଥିଲା। ସେମାନେ ଆଶା କରିଥିଲେ ଯେ, ବ୍ୟକ୍ତି ଜଣକ ଅଜଗରକୁ ଧରିବେ। ଖୁବ ଶୀଘ୍ର, ବ୍ୟକ୍ତି ଜଣକ ନିଜର ଅତ୍ୟନ୍ତ ଏକାଗ୍ରତା ଏବଂ ବୁଦ୍ଧି ବଳରେ କ୍ରୋଧିତ ଅଜଗରକୁ ବାହାରକୁ କାଢ଼ିଲେ। ସେ ପ୍ରଥମେ କେନାଲରେ ଏକ ତାର ପକାଇ ଅଜଗର ଲଞ୍ଜକୁ ଉଠାଇ ଧରିଲେ। ଆଖି ପିଛୁଳାକେ ସେ ଗୋଡ଼ରେ ଏହାକୁ ବାହାରକୁ କାଡିନେଲେ।
ଭିଡିଓଟି ବିଶାଲ ସ୍ନେକ ସେଭରଙ୍କ ଦ୍ୱାରା ଇନଷ୍ଟାଗ୍ରାମରେ ପୋଷ୍ଟ କରାଯାଇଥିଲା। ଏହାକୁ ୩୬ ମିଲିୟନ ଲୋକେ ଦେଖିସାରିଲେଣି। ସେହି ଯୁବକଙ୍କ ସାହସ ଦେଖି ସେମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ମଧ୍ୟ ତଥାପି, ବ୍ୟକ୍ତି ଜଣକ ଜଣେ ଅଭିଜ୍ଞ ସାପ ଧରାଳି ପରି ମନେ ହେଉଛନ୍ତି। ତାଙ୍କ ଆକାଉଣ୍ଟରେ ଥିବା ଅନେକ ଭିଡିଓରେ ସେ ବିଭିନ୍ନ ସ୍ଥାନରେ ସାପ ଧରିବାର ଦେଖାଯାଇଛି।
The post Viral Video: କେନାଲରେ ଯାଉଥିଲା ଭୟଙ୍କର ଅଜଗର, ଆଖିପିଛୁଳାକେ ଗୋଡ଼ରେ … appeared first on Dharitri Odia News.