Viral Video: ନତାଶାଙ୍କ ସହ ଅଲଗା ହେଉ ହେଉ ଏହି ଅଭିନେତ୍ରୀଙ୍କ ସହ ଜମିଲା ଯୋଡି!

ହାର୍ଦିକ-ନତାଶା ଛାଡପତ୍ର ଆଲୋଚନା ଥମି ନଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଅନନ୍ୟା ପାଣ୍ଡେଙ୍କ ଏକ ଡ୍ୟାନ୍ସ ଭିଡିଓ ଭାଇରାଲ ହେବାରେ ଲାଗିଛି। ସେମାନେ ସୋସିଆଲ ମିଡିଆରେ ପରସ୍ପରକୁ ଅନୁସରଣ କରିବା ଆରମ୍ଭ କରିଛନ୍ତି। ଲୋକେ କହୁଛନ୍ତି ଜମୁଛି କେମେଷ୍ଟ୍ରୀ।

Viral Video: ନତାଶାଙ୍କ ସହ ଅଲଗା ହେଉ ହେଉ ଏହି ଅଭିନେତ୍ରୀଙ୍କ ସହ ଜମିଲା ଯୋଡି!

ଅଲ୍‌ରାଉଣ୍ଡର୍‌ କ୍ରିକେଟର୍‌ ହାର୍ଦିକ ପାଣ୍ଡ୍ୟାଙ୍କ ନତାଶା ଷ୍ଟେନ୍‌କୋଭିକ୍‌ଙ୍କ ସହ ଛାଡପତ୍ର ଖବର ଦୀର୍ଘ ଦିନ ଚର୍ଚ୍ଚାରେ ଥିଲା। ଏହା ଏବେ ନିଶ୍ଚିତ ଘୋଷଣା ହୋଇଛି। ତେବେ ଏହି ଆଲୋଚନା ଥମି ନଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଅନନ୍ୟା ପାଣ୍ଡେଙ୍କ ଏକ ଡ୍ୟାନ୍ସ ଭିଡିଓ ଭାଇରାଲ ହେବାରେ ଲାଗିଛି।

ଏହି ଭିଡିଓ ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କ ବିବାହ ଶୋଭାଯାତ୍ରାର ଯେଉଁଥିରେ ହାର୍ଦ୍ଦିକ ଏବଂ ଅନନ୍ୟା ଏକାଠି ନାଚୁଥିବାର ନଜର ଆସିଛନ୍ତି। ଦୁହେଁ ଏକାଠି ନାଚୁଥିବାର ଦେଖି ପ୍ରଶଂସକମାନେ ନିଜକୁ ଅଟକାଇ ନ ପାରି ବିଭିନ୍ନ ପ୍ରତିକ୍ରିୟା ଦେବା ଆରମ୍ଭ କରିଦେଲେଣି। ଏହା ଛଡା ବଲିଉଡ୍‌ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଏବଂ ଟିମ୍ ଇଣ୍ଡିଆ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ବର୍ତ୍ତମାନ ସୋସିଆଲ ମିଡିଆରେ ପରସ୍ପରକୁ ଅନୁସରଣ କରିବା ଆରମ୍ଭ କରିଛନ୍ତି।

ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହରେ ଏକାଠି ନାଚିବା ପରେ ସେମାନେ ପରସ୍ପରକୁ ଅନୁସରଣ କରିଛନ୍ତି। ସେମାନଙ୍କ ଡ୍ୟାନ୍ସ ଭିଡିଓ ଭାଇରାଲ ହେବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଏମାନଙ୍କୁ ନେଇ ବିଭିନ୍ନ କଳ୍ପନାଜଳ୍ପନା କରୁଛନ୍ତି। ତେବେ ଆସନ୍ତୁ ଜାଣିବା ସୋସିଆଲ ମିଡିଆରେ ଏହି ଦୁଇ ଜଣଙ୍କୁ ନେଇ କ’ଣ ଆଲୋଚନା ଚାଲିଛି?

ଡ୍ୟାନ୍ସ ଭିଡିଓ ଭାଇରାଲ୍‌:

ଅନନ୍ତ ଅମ୍ବାନୀଙ୍କ ବିବାହ ଶୋଭାଯାତ୍ରାରେ ହାର୍ଦ୍ଦିକ ଓ ଅନନ୍ୟା ଧୂଆଁଦାର୍ ଡ୍ୟାନ୍ସ କରିଥିଲେ। ଏବେ ଦୁହିଁଙ୍କ ଡ୍ୟାନ୍ସ ଭିଡିଓ ଇଣ୍ଟରନେଟ୍‌ରେ ଭାଉରାଲ୍ ହେଉଛି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ମାତ୍ରେ ନେଟେନିଜମାନେ ଦାବି କରିବାକୁ ଲାଗିଲେ ଯେ ଅନନ୍ୟା ଏବଂ ହାର୍ଦ୍ଦିକଙ୍କ ମଧ୍ୟରେ କିଛି କେମେଷ୍ଟ୍ରୀ ଚାଲିଛି। ତେବେ ଏ ସମ୍ପର୍କକୁ ନେଇ ଉଭୟ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।

Ananya pandey hardik pandya dance video viralଅନନ୍ୟା ଓ ହାର୍ଦ୍ଦିକଙ୍କ ଜମୁଛି ନାଚ

ପ୍ରଶଂସକଙ୍କ ମତ:

ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଅନନ୍ୟା ପାଣ୍ଡେଙ୍କ ଏହି ଭିଡିଓରେ ଜଣେ ପ୍ରଶଂସକ ମଜ୍ଜାଳିଆ ଢଙ୍ଗରେ ଲେଖିଛନ୍ତି - 'ରବ ନେ ବନା ଦି ଯୋଡି ନୁହେଁ ଅମ୍ବାନୀ ନେ ବନା ଦି ଯୋଡି’। ଅନ୍ୟ ଜଣେ ଲେଖିଛନ୍ତି- 'ଅନନ୍ୟା ଏବଂ ହାର୍ଦ୍ଦିକଙ୍କ ଯୋଡି ଖୁବ ଭଲ।' ଆଉ ଜଣେ ପ୍ରଶଂସକ ମନ୍ତବ୍ୟ ଦେଇଛନ୍ତି - 'ସତ କହିବାକୁ ଗଲେ ଏହି ଦୁଇଜଣ ଏକାଠି ଭଲ ଦେଖାଯାଉଛନ୍ତି।'

 
 
 
 
 
 
 
 
 
 
 
 
 
 
 

A post shared by Aks (@mera_aks2020)

ହାର୍ଦ୍ଦିକଙ୍କଠାରୁ ଅଲଗା ହେବା ଘୋଷଣା କରିଛନ୍ତି ନତାଶା:

ନିକଟରେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ନତାଶା ଷ୍ଟେନ୍‌କୋଭିକ୍ ହାର୍ଦ୍ଦିକଙ୍କ ଠାରୁ ଅଲଗା ହେବା ଘୋଷଣା କରିଛନ୍ତି। IPL ୨୦୨୪ ଶେଷ ହେବା ପରଠାରୁ ସେମାନଙ୍କ ବୈବାହିକ ସଂପର୍କକୁ ନେଇ ଅସୁବିଧା ହେବାର ଖବର ଆସିଥିଲା। ତେବେ ଦୁହିଁଙ୍କ ଅଲଗା ହେବା ପରେ ହାର୍ଦ୍ଦିକ୍ ଏବେ ଅନନ୍ୟାଙ୍କ ସହ ସେଟ୍ ହେଉଥିବା ନେଇ ଚର୍ଚ୍ଚା ଜୋର ଧରିଛି।

hardik pandya and natasa stankovicଦିନେ ପ୍ରେମରେ ହେଉଥିଲେ ଉବୁଟୁବୁ

ଅନନ୍ୟାଙ୍କର ମଧ୍ୟ ବ୍ରେକଅପ୍ ହୋଇଛି:

ରିପୋର୍ଟ ଅନୁଯାୟୀ, ଅନନ୍ୟା ପାଣ୍ଡେ ମଧ୍ୟ ଚଳିତ ବର୍ଷ ମାର୍ଚ୍ଚରେ ଆଦିତ୍ୟ ରୟ କପୁରଙ୍କ ସହ ସମ୍ପର୍କକୁ ଭାଙ୍ଗିଛନ୍ତି। ଦୁହେଁ ସେମାନଙ୍କ ସମ୍ପର୍କ ବିଷୟରେ ସର୍ବସାଧାରଣରେ କହିଥିଲେ, କିନ୍ତୁ ଅଲଗା ହେବା ପରଠାରୁ ପରସ୍ପରଙ୍କ ବିଷୟରେ କୌଣସି ମନ୍ତବ୍ୟ ଦେବାକୁ ମନା କରିଦେଇଛନ୍ତି।

ananya pandey and aditya roy kapurଆଦିତ୍ୟଙ୍କ ସହ ଅନନ୍ୟାଙ୍କ ରୋମାନ୍ସ