'୧୦୦ ଟଙ୍କାର ମନ୍ତବ୍ୟ' ପାଇଁ କଙ୍ଗନାଙ୍କୁ ଚାପୁଡ଼ା ମାରିଲେ ମହିଳା ଯବାନ !
ନୂଆଦିଲ୍ଲୀ: ଏୟାରପୋର୍ଟରେ ନବନିର୍ବାଚିତ ବିଜେପି ସାଂସଦ ତଥା ଅଭିନେତ୍ରୀ କଙ୍ଗନା ରଣାଓ୍ୱତଙ୍କୁ ଶକ୍ତ ଚାପୁଡା। ଚାପୁଡ଼ା ମାରିଲେ ଏୟାରପୋର୍ଟରେ ନିୟୋଜିତ ଥିବା ଜଣେ ମହିଳା ସୁରକ୍ଷାକର୍ମୀ। ଯାହାକୁ ନେଇ ସାରା ଦେଶରେ ଚର୍ଚ୍ଚା। ପ୍ରଶ୍ନ ହେଉଛି, କଙ୍ଗନାଙ୍କୁ କାହିଁକି ଚାପୁଡା ମାରିଲେ ମହିଳା ସୁରକ୍ଷାକର୍ମୀ ? ଏମିତି କଣ ହେଲା, ଯେଉଁଥିରେ ସେ ଉତକ୍ଷିପ୍ତ ହୋଇଗଲେ ଜାଣନ୍ତୁ ଏହି ରିପୋର୍ଟରେ...ବଲିଉଡ୍ ଅଭିନେତ୍ରୀ ତଥା ନବ ନିର୍ବାଚିତ ସାଂସଦ କଙ୍ଗନା ରଣାଓ୍ୱତଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ। କୁଲବିନ୍ଦର କୌର ନାମକ ଜଣେ ମହିଳା CISF ଯବାନ ତାଙ୍କୁ ମାଡ଼ ମାରିଛନ୍ତି। ତେବେ ଦିଲ୍ଲୀକୁ ଯାଉଥିବା ବେଳେ ଚଣ୍ଡିଗଡ଼ ଏୟାପୋର୍ଟରେ ଏହି ଘଟଣା ଘଟିଥିଲା। ସୋସିଆଲ ମିଡିଆରେ ସେହି ସମୟର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି।ଦିଲ୍ଲୀରେ ପହଞ୍ଚିବା ପରେ କଙ୍ଗନା ସିଆଇଏସଏଫ ଡିଜି ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ଭେଟିଥିଲେ। କଙ୍ଗନାଙ୍କ ଅଭିଯୋଗ ଅନୁସାରେ ଯେତେବେଳେ ସେ ଏୟାରପୋର୍ଟର ଚେକିଂ ପଏଣ୍ଟକୁ ଯାଉଥିଲେ, ସେହି ସମୟରେ ସୁରକ୍ଷାକର୍ମୀ ତାଙ୍କ ସହ ଯୁକ୍ତିତର୍କ କରିବା ସହ ହଠାତ୍ ଚାପୁଡା ମାରିଥିଲେ। ସେପଟେ ଏହି ଘଟଣାକୁ ନେଇ ତଦନ୍ତ କରୁଛି CISFର ସ୍ୱତନ୍ତ୍ର କମିଟି।ରିପୋର୍ଟ ଅନୁଯାୟୀ, କୃଷକ ଆନ୍ଦୋଳନକୁ ନେଇ କଙ୍ଗନା ରଣାୱତ ଦେଇଥିବା ମନ୍ତବ୍ୟ ଉପରେ ରାଗିଯାଇଥିଲେ ମହିଳା ଯବାନ କୁଲବିନ୍ଦର। ସେ କହିଛନ୍ତି ଯେ, "କଙ୍ଗନା
ନୂଆଦିଲ୍ଲୀ: ଏୟାରପୋର୍ଟରେ ନବନିର୍ବାଚିତ ବିଜେପି ସାଂସଦ ତଥା ଅଭିନେତ୍ରୀ କଙ୍ଗନା ରଣାଓ୍ୱତଙ୍କୁ ଶକ୍ତ ଚାପୁଡା। ଚାପୁଡ଼ା ମାରିଲେ ଏୟାରପୋର୍ଟରେ ନିୟୋଜିତ ଥିବା ଜଣେ ମହିଳା ସୁରକ୍ଷାକର୍ମୀ। ଯାହାକୁ ନେଇ ସାରା ଦେଶରେ ଚର୍ଚ୍ଚା। ପ୍ରଶ୍ନ ହେଉଛି, କଙ୍ଗନାଙ୍କୁ କାହିଁକି ଚାପୁଡା ମାରିଲେ ମହିଳା ସୁରକ୍ଷାକର୍ମୀ ? ଏମିତି କଣ ହେଲା, ଯେଉଁଥିରେ ସେ ଉତକ୍ଷିପ୍ତ ହୋଇଗଲେ ଜାଣନ୍ତୁ ଏହି ରିପୋର୍ଟରେ...
ବଲିଉଡ୍ ଅଭିନେତ୍ରୀ ତଥା ନବ ନିର୍ବାଚିତ ସାଂସଦ କଙ୍ଗନା ରଣାଓ୍ୱତଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ। କୁଲବିନ୍ଦର କୌର ନାମକ ଜଣେ ମହିଳା CISF ଯବାନ ତାଙ୍କୁ ମାଡ଼ ମାରିଛନ୍ତି। ତେବେ ଦିଲ୍ଲୀକୁ ଯାଉଥିବା ବେଳେ ଚଣ୍ଡିଗଡ଼ ଏୟାପୋର୍ଟରେ ଏହି ଘଟଣା ଘଟିଥିଲା। ସୋସିଆଲ ମିଡିଆରେ ସେହି ସମୟର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି।
ଦିଲ୍ଲୀରେ ପହଞ୍ଚିବା ପରେ କଙ୍ଗନା ସିଆଇଏସଏଫ ଡିଜି ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ଭେଟିଥିଲେ। କଙ୍ଗନାଙ୍କ ଅଭିଯୋଗ ଅନୁସାରେ ଯେତେବେଳେ ସେ ଏୟାରପୋର୍ଟର ଚେକିଂ ପଏଣ୍ଟକୁ ଯାଉଥିଲେ, ସେହି ସମୟରେ ସୁରକ୍ଷାକର୍ମୀ ତାଙ୍କ ସହ ଯୁକ୍ତିତର୍କ କରିବା ସହ ହଠାତ୍ ଚାପୁଡା ମାରିଥିଲେ। ସେପଟେ ଏହି ଘଟଣାକୁ ନେଇ ତଦନ୍ତ କରୁଛି CISFର ସ୍ୱତନ୍ତ୍ର କମିଟି।
ରିପୋର୍ଟ ଅନୁଯାୟୀ, କୃଷକ ଆନ୍ଦୋଳନକୁ ନେଇ କଙ୍ଗନା ରଣାୱତ ଦେଇଥିବା ମନ୍ତବ୍ୟ ଉପରେ ରାଗିଯାଇଥିଲେ ମହିଳା ଯବାନ କୁଲବିନ୍ଦର। ସେ କହିଛନ୍ତି ଯେ, "କଙ୍ଗନା ରଣାୱତ କହିଥିଲେ ଯେ କୃଷକମାନେ ଆନ୍ଦୋଳନରେ ୧୦୦ ଟଙ୍କା ପାଇଁ ବସିଛନ୍ତି। ସେ କଣ ଯାଇ ସେଠାରେ ବସିବେ କି? କଙ୍ଗନା ଯେଉଁ ସମୟରେ ଏହି କଥା କହିଥିଲେ, ସେହି ସମୟରେ ତାଙ୍କ ମାଆ ସେହି ଆନ୍ଦୋଳନରେ ବସିଥିଲେ ବୋଲି କହିଛନ୍ତି କୁଲବିନ୍ଦର"। ଘଟଣାର ତଦନ୍ତ ପରେ ନିଲମ୍ବିତ ହୋଇଛନ୍ତି ମହିଳା ଯବାନ କୁଲବିନ୍ଦର।
Shocking rise in terror and violence in Punjab…. pic.twitter.com/7aefpp4blQ— Kangana Ranaut (Modi Ka Parivar) (@KanganaTeam) June 6, 2024
ପ୍ରକାଶଥାଉକି ଚଳିତ ଲୋକସଭା ନିର୍ବାଚନରେ ହିମାଚଳ ପ୍ରଦେଶର ମଣ୍ଡି ଆସନରୁ ଜିତିଛନ୍ତି କଙ୍ଗନା। ସେ କଂଗ୍ରେସର ବିକ୍ରମାଦିତ୍ୟ ସିଂହଙ୍କୁ ୭୪,୭୫୫ ଭୋଟରେ ପରାସ୍ତ କରିଛନ୍ତି। ହିମାଚଳରୁ ଲୋକସଭାକୁ ନିର୍ବାଚିତ ହୋଇଥିବା ଚତୁର୍ଥ ମହିଳା ହେଉଛନ୍ତି କଙ୍ଗନା।