ଏମିତି ବି ଆସେ ମୃତ୍ୟୁ ! ଦେଶାତ୍ମବୋଧକ ଗୀତରେ ଅଭିନୟ କରୁଥିବାବେଳେ ଟଳିପଡ଼ିଲେ ସୈନିକ

ନୂଆଦିଲ୍ଲୀ: ଦେଶ ଭକ୍ତି ଗୀତରେ ନାଚିବା ସମୟରେ ଟଳିପଡ଼ିଲେ ଅବସରପ୍ରାପ୍ତ ସୈନିକ। ଇନ୍ଦୋରରେ ଘଟିଥିବା ଏଭଳି ଏକ ଅଭାବନୀୟ ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ମୃତ ଅବସରପ୍ରାପ୍ତ ସୈନିକଙ୍କ ନାଁ ବଲବିନ୍ଦର ସିଂ ଛାବ୍ରା। ସୂଚନା ଅନୁଯାୟୀ, ମଧ୍ୟପ୍ରଦେଶର ଫୁଟି କୋଟିରେ ଏକ ମାଗଣା ଯୋଗ ଶିବିର ଆୟୋଜନ କରାଯାଇଥିଲା । ଏହି ସମୟରେ ମଞ୍ଚରେ ତ୍ରିରଙ୍ଗା ଧରି ଦେଶାତ୍ମବୋଧକ ଗୀତରେ ଅଭିନୟ କରୁଥିଲେ ଅବସରପ୍ରାପ୍ତ ସୈନିକ । ହେଲେ ହଠାତ୍ ସେ ମଞ୍ଚ ଉପରେ ପଡ଼ିଯାଇଥିଲେ। ସମସ୍ତେ ଭାବିଥିଲେ ଯେ, ସେ ଅଭିନୟ କରୁଛନ୍ତି । ଆଉ କିଛି ସେକେଣ୍ଡ ପାଇଁ ଏହିପରି ଚେତାଶୂନ୍ୟ ରହିଥିଲେ । ପରେ ଯେତେବେଳେ ପାଖରେ ଠିଆ ହୋଇଥିବା ଜଣେ ବ୍ୟକ୍ତି ତାଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ, ସେତେବେଳେ ସେ ଚେତାଶୂନ୍ୟ ହୋଇପଡିଥିବାର ଦେଖାଥିଲେ । ପରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଥିଲା । ବଡ଼ କଥା ହେଉଛି ଅନ୍ତିମ ସଂସ୍କାର ପୂର୍ବରୁ ତାଙ୍କ ପରିବାର ସଦସ୍ୟ ବଲବିନ୍ଦରଙ୍କ ଅଙ୍ଗ ଦାନ କରିଛନ୍ତି। ଏହି ଭୟଙ୍କର ଦୃଶ୍ୟର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏମିତି ବି ଆସେ ମୃତ୍ୟୁ ! ଦେଶାତ୍ମବୋଧକ ଗୀତରେ ଅଭିନୟ କରୁଥିବାବେଳେ ଟଳିପଡ଼ିଲେ ସୈନିକ

ନୂଆଦିଲ୍ଲୀ: ଦେଶ ଭକ୍ତି ଗୀତରେ ନାଚିବା ସମୟରେ ଟଳିପଡ଼ିଲେ ଅବସରପ୍ରାପ୍ତ ସୈନିକ। ଇନ୍ଦୋରରେ ଘଟିଥିବା ଏଭଳି ଏକ ଅଭାବନୀୟ ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ମୃତ ଅବସରପ୍ରାପ୍ତ ସୈନିକଙ୍କ ନାଁ ବଲବିନ୍ଦର ସିଂ ଛାବ୍ରା। 

ସୂଚନା ଅନୁଯାୟୀ, ମଧ୍ୟପ୍ରଦେଶର ଫୁଟି କୋଟିରେ ଏକ ମାଗଣା ଯୋଗ ଶିବିର ଆୟୋଜନ କରାଯାଇଥିଲା । ଏହି ସମୟରେ ମଞ୍ଚରେ ତ୍ରିରଙ୍ଗା ଧରି ଦେଶାତ୍ମବୋଧକ ଗୀତରେ ଅଭିନୟ କରୁଥିଲେ ଅବସରପ୍ରାପ୍ତ ସୈନିକ । ହେଲେ ହଠାତ୍ ସେ ମଞ୍ଚ ଉପରେ ପଡ଼ିଯାଇଥିଲେ। ସମସ୍ତେ ଭାବିଥିଲେ ଯେ, ସେ ଅଭିନୟ କରୁଛନ୍ତି । ଆଉ କିଛି ସେକେଣ୍ଡ ପାଇଁ ଏହିପରି ଚେତାଶୂନ୍ୟ ରହିଥିଲେ । 

ପରେ ଯେତେବେଳେ ପାଖରେ ଠିଆ ହୋଇଥିବା ଜଣେ ବ୍ୟକ୍ତି ତାଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ, ସେତେବେଳେ ସେ ଚେତାଶୂନ୍ୟ ହୋଇପଡିଥିବାର ଦେଖାଥିଲେ । ପରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଥିଲା । ବଡ଼ କଥା ହେଉଛି ଅନ୍ତିମ ସଂସ୍କାର ପୂର୍ବରୁ ତାଙ୍କ ପରିବାର ସଦସ୍ୟ ବଲବିନ୍ଦରଙ୍କ ଅଙ୍ଗ ଦାନ କରିଛନ୍ତି। ଏହି ଭୟଙ୍କର ଦୃଶ୍ୟର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।