ଏହି ନିୟମର ପରିଣାମ ଭୋଗିଲେ ରିଙ୍କୁ ସିଂ, ମିଳିଲାନି ଟି-୨୦ ବିଶ୍ଵକପ୍ ଦଳରେ ସ୍ଥାନ
ନୂଆଦିଲ୍ଲୀ: ଗତ ଆଇପିଏଲ୍ ସିଜିନରେ ରିଙ୍କୁ ସିଂ ଶେଷ ଓଭରରେ ୫ଟି ବଲ୍ରେ ଲଗାତାର ୫ ଛକା ମାରି କୋଲକାତା ନାଇଟ୍ ରାଇଡର୍ସକୁ ଅବିଶ୍ଵସନିୟ ବିଜୟ ଦେଇଥିଲେ। ଏହା ପରେ ବ୍ୟାଟିଂରେ ଖୁବ୍ ଚର୍ଚ୍ଚା ସାଉଁଟିଥିଲେ ଏହି ବାମହାତୀ ବିସ୍ଫୋରକ ବ୍ୟାଟର। ଆଇପିଏଲ୍ରେ ଲଗାତାର ପ୍ରଦର୍ଶନ ପରେ ରିଙ୍କୁ ସିଂଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳିଥିଲା ଏବଂ ନିୟମିତ ଦଳ ପକ୍ଷରୁ ଖେଳିଥିଲେ। ମାତ୍ର ଟି-୨୦ ବିଶ୍ଵକପ୍ ଦଳରେ ରିଙ୍କୁ ସିଂଙ୍କୁ ସ୍ଥାନ ମିଳିନି। କିନ୍ତୁ ତାଙ୍କୁ ରିଜର୍ଭ ଖେଳାଳି ଭାବେ ଦଳରେ ରଖା ଯାଇଛି। ଯଦି କୌଣସି ଖେଳାଳି ଆହତ ହୁଅନ୍ତି ତେବେ ରିଙ୍କୁ ସିଂଙ୍କୁ ଦଳରେ ସ୍ଥାନ ମିଳିପାରେ।Also read: କେଏଲ ରାହୁଲଙ୍କୁ ଟିମ୍ ଇଣ୍ଡିଆରେ କାହିଁକି ମିଳିଲାନି ସ୍ଥାନ ?ତେବେ ରିଙ୍କୁଙ୍କୁ କାହିଁକି ଦଳରେ ସ୍ଥାନ ମିଳିଲାନି ତାକୁ ନେଇ ପ୍ରଶ୍ନ ଉଠିଛି। ଜାତୀୟ ଗଣମାଧ୍ୟର ଖବର ଅନୁଯାୟୀ, ନିସନ୍ଦେହ ଇମ୍ପାକ୍ଟ ପ୍ଲେୟାର ନିୟମର ପରିଣାମ ରିଙ୍କୁଙ୍କୁ ଭୋଗିବାକୁ ପଡ଼ିଛି। ହାର୍ଦ୍ଦିକ ଖରାପ ଫର୍ମରେ ଥିଲେ ମଧ୍ୟ ଭାରରତର ସର୍ବଶ୍ରେଷ୍ଠ ଦ୍ରୁତ ବୋଲର ଅଲରାଉଣ୍ଡର ଯୋଗୁଁ ତାଙ୍କୁ ଦଳରେ ସ୍ଥାନ ମିଳିଛି। କିନ୍ତୁ ରିଙ୍କୁଙ୍କ କ୍ଷେତ୍ରରେ ବ୍ୟତିକ୍ରମ ଘଟିଛି। ଏହା ମଧ୍ୟ କୁହାଯାଉଛି ଆଇପିଏଲ୍ରେ ରିଙ୍କୁଙ୍କୁ କମ୍ ବଲ ଖେଳିବାକୁ ମିଳିଥିଲେ ହେଁ ଆଶା ମୁତାବକ ପ୍ରଦର୍ଶନ କରି ପାରି ନ ଥିଲେ। ଏହି ସିଜିନରେ ଶ୍ରେୟସ ଆୟରଙ୍କ ନେତୃତ୍
ନୂଆଦିଲ୍ଲୀ: ଗତ ଆଇପିଏଲ୍ ସିଜିନରେ ରିଙ୍କୁ ସିଂ ଶେଷ ଓଭରରେ ୫ଟି ବଲ୍ରେ ଲଗାତାର ୫ ଛକା ମାରି କୋଲକାତା ନାଇଟ୍ ରାଇଡର୍ସକୁ ଅବିଶ୍ଵସନିୟ ବିଜୟ ଦେଇଥିଲେ। ଏହା ପରେ ବ୍ୟାଟିଂରେ ଖୁବ୍ ଚର୍ଚ୍ଚା ସାଉଁଟିଥିଲେ ଏହି ବାମହାତୀ ବିସ୍ଫୋରକ ବ୍ୟାଟର। ଆଇପିଏଲ୍ରେ ଲଗାତାର ପ୍ରଦର୍ଶନ ପରେ ରିଙ୍କୁ ସିଂଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳିଥିଲା ଏବଂ ନିୟମିତ ଦଳ ପକ୍ଷରୁ ଖେଳିଥିଲେ। ମାତ୍ର ଟି-୨୦ ବିଶ୍ଵକପ୍ ଦଳରେ ରିଙ୍କୁ ସିଂଙ୍କୁ ସ୍ଥାନ ମିଳିନି। କିନ୍ତୁ ତାଙ୍କୁ ରିଜର୍ଭ ଖେଳାଳି ଭାବେ ଦଳରେ ରଖା ଯାଇଛି। ଯଦି କୌଣସି ଖେଳାଳି ଆହତ ହୁଅନ୍ତି ତେବେ ରିଙ୍କୁ ସିଂଙ୍କୁ ଦଳରେ ସ୍ଥାନ ମିଳିପାରେ।
Also read: କେଏଲ ରାହୁଲଙ୍କୁ ଟିମ୍ ଇଣ୍ଡିଆରେ କାହିଁକି ମିଳିଲାନି ସ୍ଥାନ ?
ତେବେ ରିଙ୍କୁଙ୍କୁ କାହିଁକି ଦଳରେ ସ୍ଥାନ ମିଳିଲାନି ତାକୁ ନେଇ ପ୍ରଶ୍ନ ଉଠିଛି। ଜାତୀୟ ଗଣମାଧ୍ୟର ଖବର ଅନୁଯାୟୀ, ନିସନ୍ଦେହ ଇମ୍ପାକ୍ଟ ପ୍ଲେୟାର ନିୟମର ପରିଣାମ ରିଙ୍କୁଙ୍କୁ ଭୋଗିବାକୁ ପଡ଼ିଛି। ହାର୍ଦ୍ଦିକ ଖରାପ ଫର୍ମରେ ଥିଲେ ମଧ୍ୟ ଭାରରତର ସର୍ବଶ୍ରେଷ୍ଠ ଦ୍ରୁତ ବୋଲର ଅଲରାଉଣ୍ଡର ଯୋଗୁଁ ତାଙ୍କୁ ଦଳରେ ସ୍ଥାନ ମିଳିଛି। କିନ୍ତୁ ରିଙ୍କୁଙ୍କ କ୍ଷେତ୍ରରେ ବ୍ୟତିକ୍ରମ ଘଟିଛି। ଏହା ମଧ୍ୟ କୁହାଯାଉଛି ଆଇପିଏଲ୍ରେ ରିଙ୍କୁଙ୍କୁ କମ୍ ବଲ ଖେଳିବାକୁ ମିଳିଥିଲେ ହେଁ ଆଶା ମୁତାବକ ପ୍ରଦର୍ଶନ କରି ପାରି ନ ଥିଲେ।
ଏହି ସିଜିନରେ ଶ୍ରେୟସ ଆୟରଙ୍କ ନେତୃତ୍ଵାଧୀନ କେକେଆର ରିଙ୍କୁ ସିଂଙ୍କୁ ଫିନିସର ଭାବେ ଉପଯୋଗ କରିଥିଲା। ରିଙ୍କୁ କେବେ ବି ଟପ୍-୫ ବ୍ୟାଟର ଭାବେ ଖେଳି ପାରି ନ ଥିଲେ। ଏ ପର୍ଯ୍ୟନ୍ତ ଏହି ସିଜିନରେ ରିଙ୍କୁ ସିଂ ୮ଟି ଇନିଂସରେ ମାତ୍ର ୮୨ଟି ବଲ୍ ଖେଳି ପାରିଛନ୍ତି। ତେଣୁ ରିଙ୍କୁଙ୍କୁ କ୍ରିଜରେ ଅଧିକ ସମୟ ବିତାଇବା ଏବଂ ରନ କରିବାକୁ ସୁଯୋଗ ମିଳି ନାହିଁ। ଫଳରେ ଏହି ବିସ୍ଫୋରକ ବ୍ୟାଟରଙ୍କୁ ଏହାର ପରିଣାମ ଭୋଗିବାକୁ ପଡ଼ିଛି।