୨୦୩୧ ସୁଦ୍ଧା ଅପର ମିଡିଲ୍ କ୍ଲାସ୍ ଦେଶ ହେବ ଭାରତ, ଦୁଇ ଗୁଣା ହେବ ଅର୍ଥନୀତି: ରିପୋର୍ଟ
ନୂଆଦିଲ୍ଲୀ: ଭାରତର ଅର୍ଥନୀତି ଏବେ ଉତ୍ଥାନ ଗତିରେ ରହିଛି। ଏଥିପାଇଁ ଲାଗୁଛି ଯେ ୨୦୩୧ ସୁଦ୍ଧା ଭାରତ ଅପର ମିଡିଲ୍ ଇନ୍କମ ଥିବା ଦେଶ ହୋଇଯିବ। ରେଟିଂ ଏଜେନ୍ସି କ୍ରିସିଲ ଏହି ରିପୋର୍ଟ ପ୍ରକାଶ କରିଛି। ସେତେବେଳେ ଭାରତର ଅର୍ଥବ୍ୟବସ୍ଥା ବର୍ତ୍ତମାନ ଠାରୁ ଦୁଇଗଣା ଅର୍ଥାତ୍ ୭ ଟ୍ରିଲିଅନ ଡଲାର ହୋଇଯିବ ବୋଲି କ୍ରିସିଲ୍ କହିଛି। ଏହି ଗ୍ରୋଥ ହାସଲ କରିବା ପରେ ଭାରତ ଅପର ମିଡିଲ୍ ଇନ୍କମ ଷ୍ଟାଟସ୍ ହାସଲ କରି ନେବ। ୨୦୩୧ ତୃତୀୟ ବଡ଼ ଅର୍ଥନୀତି କ୍ରିସିଲ୍ ଇଣ୍ଡିଆ ଆଉଟ୍ଲୁକ୍ ରିପୋର୍ଟ ଅନୁସାରେ, ଘରୋଇ ଭିତ୍ତିଭୂମି ସୁଧାର ଦିଗରେ ନିଆଯାଇଥିବା ପଦକ୍ଷେପ ସମେତ ଅନ୍ୟ କିଛି କାରଣ ଯୋଗୁ ସ୍ଥିତିରେ ସୁଧାର ଆସିବ। ୨୦୩୧ ସୁଦ୍ଧା ଭାରତ ବିଶ୍ୱର ତୃତୀୟ ବୃହତ ଅର୍ଥନୀତିରେ ପରିଣତ ହେବ ବୋଲି କ୍ରିସିଲ୍ କହିଛି। କ୍ରିସିଲ୍ର ରିପୋର୍ଟ ଅନୁଯାୟୀ, ଚଳିତ ଆର୍ଥିକ ବର୍ଷ ୨୦୨୩-୨୪ ମଧ୍ୟରେ ଭାରତର ଜିଡିପି ଅଭିବୃଦ୍ଧି ହାର ୭.୬ ପ୍ରତିଶତ ରହିପାରେ। ହେଲେ ଆଗାମୀ ଆର୍ଥିକ ବର୍ଷ ୨୦୨୪-୨୫ରେ ଅଭିବୃଦ୍ଧି ହାର ସାମାନ୍ୟ ହ୍ରାସ ପାଇ ୬.୮ ପ୍ରତିଶତ ରହିପାରେ। କ୍ରିସିଲ ଅନୁଯାୟୀ, ୨୦୨୫ ରୁ ୨୦୩୧ ପର୍ଯ୍ୟନ୍ତ ପରବର୍ତ୍ତୀ ୭ଟି ଆର୍ଥିକ ବର୍ଷରେ ଭାରତୀୟ ଅର୍ଥନୀତି ପ୍ରଥମେ ୫ ଟ୍ରିଲିୟନ ଡଲାରର ଲକ୍ଷ୍ୟ ଅତିକ୍ରମ କରିବ। ତା’ପରେ ୭ ଟ୍ରିଲିୟନ ଡଲାର ଅର୍ଥନୀତିର ନିକଟତର ହେବ। ପଢ଼ନ୍ତୁ-ବାଂଲାଦେଶର ତୀବ୍ର ହେଉଛି ବୟକଟ୍ ଇଣ୍ଡିଆ
ନୂଆଦିଲ୍ଲୀ: ଭାରତର ଅର୍ଥନୀତି ଏବେ ଉତ୍ଥାନ ଗତିରେ ରହିଛି। ଏଥିପାଇଁ ଲାଗୁଛି ଯେ ୨୦୩୧ ସୁଦ୍ଧା ଭାରତ ଅପର ମିଡିଲ୍ ଇନ୍କମ ଥିବା ଦେଶ ହୋଇଯିବ। ରେଟିଂ ଏଜେନ୍ସି କ୍ରିସିଲ ଏହି ରିପୋର୍ଟ ପ୍ରକାଶ କରିଛି। ସେତେବେଳେ ଭାରତର ଅର୍ଥବ୍ୟବସ୍ଥା ବର୍ତ୍ତମାନ ଠାରୁ ଦୁଇଗଣା ଅର୍ଥାତ୍ ୭ ଟ୍ରିଲିଅନ ଡଲାର ହୋଇଯିବ ବୋଲି କ୍ରିସିଲ୍ କହିଛି। ଏହି ଗ୍ରୋଥ ହାସଲ କରିବା ପରେ ଭାରତ ଅପର ମିଡିଲ୍ ଇନ୍କମ ଷ୍ଟାଟସ୍ ହାସଲ କରି ନେବ।
୨୦୩୧ ତୃତୀୟ ବଡ଼ ଅର୍ଥନୀତି
କ୍ରିସିଲ୍ ଇଣ୍ଡିଆ ଆଉଟ୍ଲୁକ୍ ରିପୋର୍ଟ ଅନୁସାରେ, ଘରୋଇ ଭିତ୍ତିଭୂମି ସୁଧାର ଦିଗରେ ନିଆଯାଇଥିବା ପଦକ୍ଷେପ ସମେତ ଅନ୍ୟ କିଛି କାରଣ ଯୋଗୁ ସ୍ଥିତିରେ ସୁଧାର ଆସିବ। ୨୦୩୧ ସୁଦ୍ଧା ଭାରତ ବିଶ୍ୱର ତୃତୀୟ ବୃହତ ଅର୍ଥନୀତିରେ ପରିଣତ ହେବ ବୋଲି କ୍ରିସିଲ୍ କହିଛି।
କ୍ରିସିଲ୍ର ରିପୋର୍ଟ ଅନୁଯାୟୀ, ଚଳିତ ଆର୍ଥିକ ବର୍ଷ ୨୦୨୩-୨୪ ମଧ୍ୟରେ ଭାରତର ଜିଡିପି ଅଭିବୃଦ୍ଧି ହାର ୭.୬ ପ୍ରତିଶତ ରହିପାରେ। ହେଲେ ଆଗାମୀ ଆର୍ଥିକ ବର୍ଷ ୨୦୨୪-୨୫ରେ ଅଭିବୃଦ୍ଧି ହାର ସାମାନ୍ୟ ହ୍ରାସ ପାଇ ୬.୮ ପ୍ରତିଶତ ରହିପାରେ। କ୍ରିସିଲ ଅନୁଯାୟୀ, ୨୦୨୫ ରୁ ୨୦୩୧ ପର୍ଯ୍ୟନ୍ତ ପରବର୍ତ୍ତୀ ୭ଟି ଆର୍ଥିକ ବର୍ଷରେ ଭାରତୀୟ ଅର୍ଥନୀତି ପ୍ରଥମେ ୫ ଟ୍ରିଲିୟନ ଡଲାରର ଲକ୍ଷ୍ୟ ଅତିକ୍ରମ କରିବ। ତା’ପରେ ୭ ଟ୍ରିଲିୟନ ଡଲାର ଅର୍ଥନୀତିର ନିକଟତର ହେବ।
ପଢ଼ନ୍ତୁ-ବାଂଲାଦେଶର ତୀବ୍ର ହେଉଛି ବୟକଟ୍ ଇଣ୍ଡିଆ ନାରା: ଶାନ୍ତ କରିବାକୁ ପିଆଜ ପଠାଇଲା ଭାରତ
ସୂଚନା ଥାଉକି ବର୍ତ୍ତିମାନ ୩.୬ ଟ୍ରିଲିୟନ ଡଲାରର ଅର୍ଥନୀତି ସହିତ ଭାରତ ପଞ୍ଚମ ବୃହତ୍ତମ ଅର୍ଥନୀତି ରହିଥିବା ବେଳେ ୧,୨,୩ ଓ ୪ ସ୍ଥାନରେ ଯଥାକ୍ରମେ ଆମେରିକା, ଚୀନ୍, ଜାପାନ ଏବଂ ଜର୍ମାନୀ ରହିଛନ୍ତି।
ଅପର ମିଡିଲ୍ ଇନ୍କମ କ୍ୟାଟେଗୋରୀରେ ଥିବା ଦେଶ
୨୦୩୧ ପର୍ଯ୍ୟନ୍ତ ଭାରତ ୬.୭ ପ୍ରତିଶତ ହାରର ଅଭିବୃଦ୍ଧି କରିବ। ୨୦୩୧ ସୁଦ୍ଧା ଭାରତର ମୁଣ୍ଡପିଛା ଆୟ ୪୫୦୦ ଡଲାର ହୋଇଯିବ। ଫଳରେ ଆମ ଦେଶ ମିଡିଲ୍ ଇନ୍କମ କରୁଥିବା ଦେଶଙ୍କ ତାଲିକାରେ ସାମିଲ୍ ହୋଇଯିବ।
ୱାର୍ଲ୍ଡ ବ୍ୟାଙ୍କ ଅନୁଯାୟୀ, ମୁଣ୍ଡପିଛା ଆୟ ୧୦୦୦ ରୁ ୪୦୦୦ ଡଲାର ଥିବା ଦେଶଗୁଡିକ ନିମ୍ନ ମଧ୍ୟବିତ୍ତ ଆୟ ବର୍ଗରେ ଆସୁଛନ୍ତି। ସେହିପରି ମୁଣ୍ଡପିଛା ୪୦୦୦ ରୁ ୧୨୦୦୦ ଡଲାର ଆୟ କରୁଥିବା ଥିବା ଦେଶମାନେ ମଧ୍ୟବିତ୍ତ ଆୟ ବର୍ଗରେ ଅଛନ୍ତି।
The post ୨୦୩୧ ସୁଦ୍ଧା ଅପର ମିଡିଲ୍ କ୍ଲାସ୍ ଦେଶ ହେବ ଭାରତ, ଦୁଇ ଗୁଣା ହେବ ଅର୍ଥନୀତି: ରିପୋର୍ଟ appeared first on Prameya News7.