Viral Video: ପୋଲିସ ବାବୁଙ୍କ ମାନବିକତା; ଏମିତି କରି ମୃତପ୍ରାୟ ମାଙ୍କଡଟିକୁ ବଞ୍ଚେଇଦେଲେ
ଅତ୍ୟଧିକ ଗରମରୁ ମାଙ୍କଡଟିଏ ଚେତାଶୂନ୍ୟ ହୋଇଯାଇଥିଲା। ଏହାକୁ ଜଣେ ପୋଲିସ କର୍ମଚାରୀ ଦେଖିଥିଲେ। । ଟିକିଏ ବି ସମୟ ନଷ୍ଟ ନ କରି ସେ ତା’ ଜୀବନ ରକ୍ଷା କରିବାକୁ ଚେଷ୍ଟା କରିଥିଲେ ଆଉ ସଫଳ ବି ହୋଇଥିଲେ। ସେ ତା’ ଉପରେ ଏହି ଟେକ୍ନିକ୍ ପ୍ରୟୋଗ କରିଥିଲେ।
ଉତ୍ତରପ୍ରଦେଶର ବୁଲନ୍ଦଶାହରରେ ଜଣେ ପୋଲିସ କର୍ମଚାରୀ ଏକ "ବେହୋସ୍" ମାଙ୍କଡକୁ ଦେଖିଥିଲେ ଯିଏ ପୋଲିସ ଷ୍ଟେସନ ପରିସରରେ ଥିବା ଏକ ଗଛରୁ ଖସି ପଡିଥିଲା। ଟିକିଏ ବି ସମୟ ନଷ୍ଟ ନ କରି ସେ ବେହୋସ୍ ମାଙ୍କଡଟିର ଜୀବନ ରକ୍ଷା କରିବାକୁ ତା’ ଉପରେ କାର୍ଡିୟୋପଲ୍ମୋନାରି ରିସ୍ସିଟେସନ୍ (CPR) କରିଥିଲେ। ତେବେ ଅତ୍ୟଧିକ ଉତ୍ତାପ ହେତୁ ମାଙ୍କଡଟି ଚେତାଶୂନ୍ୟ ହୋଇଯାଇଥିଲା।
ଖବର ଅନୁଯାୟୀ, ଉତ୍ତରପ୍ରଦେଶର ଛତାରି ପୋଲିସ ଷ୍ଟେସନର ହେଡ୍ କନଷ୍ଟେବଳ ବିକାଶ ତୋମାର ଏହି ମାଙ୍କଡଟିକୁ ବଞ୍ଚେଇଛନ୍ତି। ସେ କହିଛନ୍ତି “ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଆମକୁ ତାଲିମ ଦିଆଯାଇଛି।
ଯେହେତୁ ମଣିଷ ଏବଂ ମାଙ୍କଡମାନଙ୍କର ଶରୀର ଅତ୍ୟନ୍ତ ସମାନ, ମୁଁ ଏହି ମାଙ୍କଡକୁ ପୁନର୍ଜୀବିତ କରିବାକୁ ଚେଷ୍ଟା କଲି। ମୁଁ ପ୍ରାୟ ୪୫ ମିନିଟ୍ ପର୍ଯ୍ୟନ୍ତ ଏହାର ଛାତିକୁ ପମ୍ପିଂ କରିଥିଲି ଏବଂ ତାକୁ ଆଉଁସିବା ସହ ପାଟିରେ ଅଳ୍ପ ପରିମାଣର ପାଣି ଦେଇଥିଲି। ଶେଷରେ ସେ ପୁନର୍ଜୀବନ ପାଇଲା।” ସୋସିଆଲ ମିଡିଆ Xରେ ଏହି ଭିଡିଓ ଶେୟାର ହୋଇଛି।
Watch: In the premises of a police station in Bulandshahr, a lifeless monkey, unconscious from the heat, by a police officer hours and gave water, saving its life. pic.twitter.com/OcHegw3iZa — IANS (@ians_india) May 30, 2024
ଭିଡିଓ ଆରମ୍ଭରେ, ଏହି ବେହୋସ ମାଙ୍କଡ଼ ଉପରେ ତୋମାର CPR କରୁଥିବା ଦେଖାଯାଇଛି। ଭିଡିଓ ଆଗକୁ ଗଲାପରେ କେହି ଜଣେ "ଏହାକୁ ଟିକେ ଅଧିକ ପାଣି ଦିଅ, ଟିକେ ପାଣି ଢାଳିଦିଅ” କହିବା ଶୁଣିବାକୁ ମିଳେ। ମାଙ୍କଡ଼ଟିର୍ ଚେତା ଫେରି ଆସେ। ଭିଡିଓ ଶେଷରେ ଯେତେବେଳେ ଟୋମାର ମାଙ୍କଡଟି ଉପରେ ପାଣି ଢାଳନ୍ତି ସେ ହୋସ୍କୁ ଫେରିଆସେ।
ଏହି ଭିଡିଓଟି ମେ ୩୦ରେ ଶେୟାର କରାଯାଇଛି। ସେବେଠାରୁ ଏହାକୁ ଅନେକ ଥର ଦେଖାଯାଇଛି ଏବଂ ଏହି ସଂଖ୍ୟା ଏବେ ମଧ୍ୟ ବୃଦ୍ଧି ପାଉଛି। ଲୋକମାନେ ଭିଡିଓରେ ବହୁତ କମେଣ୍ଟ ଦେଉଛନ୍ତି। ଜଣେ ପୋଷ୍ଟ କରିଛନ୍ତି, "ଏହି ବ୍ୟକ୍ତି କରତାଳି ପାଇବାକୁ ଯୋଗ୍ୟ।" ଅନ୍ୟ ଜଣେ କହିଛନ୍ତି, “ପୋଲିସ କର୍ମଚାରୀଙ୍କୁ ନମସ୍କାର।” ଆଉ ଜଣେ କହିଛନ୍ତି, “ଭଗବାନ ତୁମକୁ ଆଶୀର୍ବାଦ କରନ୍ତୁ”। “ମାନବିକତା ଏବେ ବି ଜୀବିତ ଅଛି” ବୋଲି ଅନ୍ୟ ଜଣେ କହିଛନ୍ତି।