Viral Video: ଯୁବତୀ ଚୋରି କରୁଥିଲେ ମୟୂରୀ ଅଣ୍ଡା, ପରେ ଯାହା ଘଟିଲା ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ପ୍ରକୃତରେ ପକ୍ଷୀମାନେ ଗଛରେ ବସା ବାନ୍ଧନ୍ତି ଏବଂ ସେଥିରେ ଅଣ୍ଡା ଦିଅନ୍ତି। ଯାହା ଦ୍ୱାରା ସେମାନେ ସେମାନଙ୍କର ଅଣ୍ଡା ଏବଂ ସେଥିରୁ ବାହାରୁଥିବା ପିଲାମାନଙ୍କୁ ସୁରକ୍ଷିତ ରଖିଥାନ୍ତି। କିନ୍ତୁ ଅନେକ ପକ୍ଷୀ ଅଛନ୍ତି, ଯେଉଁମାନେ ଗଛ ଉପରେ ଅଣ୍ଡା ଦିଅନ୍ତି ନାହିଁ, ସେମାନେ ଭୂମିରେ ଅଣ୍ଡା ଦେଇଥା’ନ୍ତି। ସେମାନଙ୍କୁ ଫୁଟାନ୍ତି ଏବଂ ଶିଶୁମାନେ ଜନ୍ମ ହେବା ପରେ ସେମାନେ ସେଠାରୁ ଚାଲିଯାଆନ୍ତି। କିନ୍ତୁ କିଛି ମଣିଷ ଏହି ପକ୍ଷୀମାନଙ୍କୁ ହଇରାଣ କରିଥାନ୍ତି। ସୋସିଆଲ ମିଡିଆରେ ଏକ ଭିଡିଓ […] The post Viral Video: ଯୁବତୀ ଚୋରି କରୁଥିଲେ ମୟୂରୀ ଅଣ୍ଡା, ପରେ ଯାହା ଘଟିଲା ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ appeared first on Dharitri Odia News.

Viral Video: ଯୁବତୀ ଚୋରି କରୁଥିଲେ ମୟୂରୀ ଅଣ୍ଡା, ପରେ ଯାହା ଘଟିଲା ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ପ୍ରକୃତରେ ପକ୍ଷୀମାନେ ଗଛରେ ବସା ବାନ୍ଧନ୍ତି ଏବଂ ସେଥିରେ ଅଣ୍ଡା ଦିଅନ୍ତି। ଯାହା ଦ୍ୱାରା ସେମାନେ ସେମାନଙ୍କର ଅଣ୍ଡା ଏବଂ ସେଥିରୁ ବାହାରୁଥିବା ପିଲାମାନଙ୍କୁ ସୁରକ୍ଷିତ ରଖିଥାନ୍ତି। କିନ୍ତୁ ଅନେକ ପକ୍ଷୀ ଅଛନ୍ତି, ଯେଉଁମାନେ ଗଛ ଉପରେ ଅଣ୍ଡା ଦିଅନ୍ତି ନାହିଁ, ସେମାନେ ଭୂମିରେ ଅଣ୍ଡା ଦେଇଥା’ନ୍ତି। ସେମାନଙ୍କୁ ଫୁଟାନ୍ତି ଏବଂ ଶିଶୁମାନେ ଜନ୍ମ ହେବା ପରେ ସେମାନେ ସେଠାରୁ ଚାଲିଯାଆନ୍ତି। କିନ୍ତୁ କିଛି ମଣିଷ ଏହି ପକ୍ଷୀମାନଙ୍କୁ ହଇରାଣ କରିଥାନ୍ତି। ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ, ଜଣେ ଯୁବତୀ ମୟୂରୀର ଅଣ୍ଡା ଚୋରି କରିବାକୁ ଆସି ପାନେ ପାଇଛନ୍ତି।

 

View this post on Instagram

 

A post shared by Abdul Alam (@thefunnyaal)

ଅଜବ ଭିଡିଓଗୁଡ଼ିକ ପ୍ରାୟତଃ thefunnyaal ନାମକ ଏକ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରାଯାଇଥାଏ। ଏବେ ଏହି ଆକାଉଣ୍ଟରେ ଏକ ଭିଡିଓ ଶେୟାର କରାଯାଇଛି। ଯେଉଁଥିରେ ଜଣେ ଯୁବତୀ ମୟୂରୀର ଅଣ୍ଡା ଚୋରି କରୁଛନ୍ତି। ଏହା ପରେ ମୟୂରୀଟି ମଧ୍ୟ ଚୋରଣୀକୁ ଭଲ ଏକ ଶିକ୍ଷା ଦେଇଛି। ଯୁବତୀ ଅଣ୍ଡାଗୁଡ଼ିକୁ ହାତରେ ଉଠାଉଥିବା ବେଳେ ମୟୂରୀଟି କେଉଁଠି ଥିଲା ଉଡ଼ିଆସି ଯୁବତୀଙ୍କୁ ଠେଲି ପକାଇ ଦେଇଛି। ଯୁବତୀ ଜଣକ ତଳେ ପଡ଼େ ଗଡୁଥିବାର ଦେଖିବାକୁ ମିଳିଛି। କିଛି ୟୁଜର ଏହି ଭିଡିଓକୁ ନକଲି କହୁଥିବା ବେଳେ ଆଉ କିଛି ୟୁଜର ଏହାକୁ ଅସଲି ବୋଲି କହିଛନ୍ତି।

ଭିଡିଓଟିକୁ ୧୯ ଲକ୍ଷ ଲୋକ ଦେଖିଥିବା ବେଳେ କରିଥିବାବେଳେ ଅନେକ ଲୋକ ମନ୍ତବ୍ୟ ଜରିଆରେ ନିଜର ମତାମତ ଦେଇଛନ୍ତି। ଜଣେ ୟୁଜର କହିଛନ୍ତି, ମୟୂରୀ ଉଚିତ ଶିକ୍ଷା ଦେଇଛି। ଅନ୍ୟ ଜଣେ କହିଛନ୍ତି ଏହା ମଜାଳିଆ କଥା ନୁହେଁ। ଅନ୍ୟ ଜଣେ ୟୁଜର କହିଛନ୍ତି ଦୁନିଆରେ ସବୁ ମା’ ତାଙ୍କ ପିଲାଙ୍କ ପ୍ରତି ଏପରି ସୁରକ୍ଷାକାରୀ ହୋଇଥାନ୍ତି।

The post Viral Video: ଯୁବତୀ ଚୋରି କରୁଥିଲେ ମୟୂରୀ ଅଣ୍ଡା, ପରେ ଯାହା ଘଟିଲା ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ appeared first on Dharitri Odia News.