ମଣିଷକୁ ଡେଇଁଲା ବାର୍ଡ ଫ୍ଲୁ ! ପରୀକ୍ଷା ପାଇଁ ଗଲା ରକ୍ତନମୁନା

ପିପିଲି,୨୮।୮ (ଦୁର୍ଗା ମାଧବ ମିଶ୍ର): କୁକୁଡା ପରେ ଏବେ ବାର୍ଡ ଫ୍ଲୁ ମଣିଷକୁ ଡେଇଁଥିବା ଆଲୋଚନା ହେଉଛି। ରାଜ୍ୟରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା କୁହାଯାଉଛି। ସମ୍ପୃକ୍ତ ବ୍ୟକ୍ତି ରାପିଡ଼ ରିସେପ୍ସନ ଟିମର ଜଣେ ବ୍ୟକ୍ତି ବୋଲି ଜଣାପଡିଛି। ତାଙ୍କ ଠାରେ ଜ୍ୱର ଏବଂ ଥଣ୍ଡା ଭଳି ଲକ୍ଷଣ ଦେଖାଯାଇଥିଲା। ସମ୍ପୃକ୍ତ ବ୍ୟକ୍ତିଙ୍କ ନମୁନା ରକ୍ତ ନମୁନା ପରୀକ୍ଷା ପାଇଁ ଭୋପାଳର (NIHSAD)କୁ ପଠାଇଛନ୍ତି ମଙ୍ଗଳପୁର ମେଡିକାଲ କର୍ତ୍ତୃପକ୍ଷ। ଏନେଇ ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମେଡିକାଲ […] The post ମଣିଷକୁ ଡେଇଁଲା ବାର୍ଡ ଫ୍ଲୁ ! ପରୀକ୍ଷା ପାଇଁ ଗଲା ରକ୍ତନମୁନା appeared first on Dharitri Odia News.

ମଣିଷକୁ ଡେଇଁଲା ବାର୍ଡ ଫ୍ଲୁ ! ପରୀକ୍ଷା ପାଇଁ ଗଲା ରକ୍ତନମୁନା

ପିପିଲି,୨୮।୮ (ଦୁର୍ଗା ମାଧବ ମିଶ୍ର): କୁକୁଡା ପରେ ଏବେ ବାର୍ଡ ଫ୍ଲୁ ମଣିଷକୁ ଡେଇଁଥିବା ଆଲୋଚନା ହେଉଛି। ରାଜ୍ୟରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା କୁହାଯାଉଛି। ସମ୍ପୃକ୍ତ ବ୍ୟକ୍ତି ରାପିଡ଼ ରିସେପ୍ସନ ଟିମର ଜଣେ ବ୍ୟକ୍ତି ବୋଲି ଜଣାପଡିଛି। ତାଙ୍କ ଠାରେ ଜ୍ୱର ଏବଂ ଥଣ୍ଡା ଭଳି ଲକ୍ଷଣ ଦେଖାଯାଇଥିଲା। ସମ୍ପୃକ୍ତ ବ୍ୟକ୍ତିଙ୍କ ନମୁନା ରକ୍ତ ନମୁନା ପରୀକ୍ଷା ପାଇଁ ଭୋପାଳର (NIHSAD)କୁ ପଠାଇଛନ୍ତି ମଙ୍ଗଳପୁର ମେଡିକାଲ କର୍ତ୍ତୃପକ୍ଷ। ଏନେଇ ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡାକ୍ତର ବିନୟ କୁମାର ପଣ୍ଡା ସୂଚନା ଦେଇଛନ୍ତି।
ବାର୍ଡ ଫ୍ଲୁ ରୋକିବାକୁ ଚାରି ଜଣିଆ ଅଫିସରଙ୍କୁ ନେଇ ପିପିଲି ବ୍ଲକରେ ଗୋଟିଏ କଣ୍ଟ୍ରୋଲ ରୁମ ଖୋଲାଯାଇଛି। ମେଡିକାଲ ଅଫିସର ମଙ୍ଗଳପୁର, ବ୍ଲକ ପ୍ରୋଗ୍ରାମ ମ୍ୟାନେଜର, ମେଲ ସୁପରଭାଇଜର ପବ୍ଲିକ ହେଲଥ ଏଜୁକେସନ ଅଫିସର, ମଙ୍ଗଳପୁର ସ୍ବାସ୍ଥ୍ୟ କେନ୍ଦ୍ରରେ ଙ୍‌ଆଇସୁ ଲେସନ ରୁମ, ୩ ଜଣ ଡାକ୍ତର, ଦୁଇ ଜଣ ଫାର୍ମାସିଷ୍ଟ ଅଫିସର, ପୁରୁଷ ସ୍ବାସ୍ଥ୍ୟ କର୍ମୀ ପ୍ରମୁଖ ନିଯୁକ୍ତ କରାଯାଇଛି।
ସନ୍ଦେହ ଭିତରେ ଥିବା ୧୦ ଟି ଗାଁରେ ୧୦ ଜଣ ଆଶାକର୍ମୀଙ୍କୁ ପ୍ରତେକ ଦିନ ପ୍ରତେକ ଗାଁରେ ଘରେ ଘରେ ବୁଲି ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

The post ମଣିଷକୁ ଡେଇଁଲା ବାର୍ଡ ଫ୍ଲୁ ! ପରୀକ୍ଷା ପାଇଁ ଗଲା ରକ୍ତନମୁନା appeared first on Dharitri Odia News.