Wayanad Landslide: ଭୂସ୍ଖଳନରେ ମାଟିତଳେ ଚାପି ହୋଇ ଜଣେ ବ୍ୟକ୍ତି କେତେ ସମୟ ବଞ୍ଚିପାରିବେ?
ଓ୍ବାୟନାଡ,୩୧।୭: କେରଳର ୱାୟାନାଡରେ ଜଳ ପ୍ରଳୟ। ପ୍ରକୃତିର ତାଣ୍ଡବ ଯୋଗୁ ଛାରଖାର ହୋଇଯାଛି ଓ୍ବାୟନାଡ। କହିବାକୁ ଗଲେ ଅଞ୍ଚଳର ସବୁ ଗାଁ ଗଣ୍ଡା ଧୋଇ ହୋଇ ଯାଇଛି। ପ୍ରବଳ ବର୍ଷା ହେତୁ ସୋମବାର ବିଳମ୍ବିତ ରାତିରେ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଘଟିଛି ଯେଉଁଥିରେ ଘର, ବ୍ରିଜ ଏବଂ ଯାନବାହନ ଧୋଇ ହୋଇଯାଇଛି। ଏପର୍ଯ୍ୟନ୍ତ ଏହି ଦୁର୍ଘଟଣାରେ ୧୫୮ ଜଣଙ୍କର ମୃତ୍ୟୁ ହୋଇଛି। ଭୂସ୍ଖଳନ ଯୋଗୁଁ ୧୮୬ ଜଣ ଆହତ ହୋଇଛନ୍ତି। ଏହା ବ୍ୟତୀତ ଏହି ଭୂସ୍ଖଳନରେ ୧୦୦ରୁ […] The post Wayanad Landslide: ଭୂସ୍ଖଳନରେ ମାଟିତଳେ ଚାପି ହୋଇ ଜଣେ ବ୍ୟକ୍ତି କେତେ ସମୟ ବଞ୍ଚିପାରିବେ? appeared first on Dharitri Odia News.
ଓ୍ବାୟନାଡ,୩୧।୭: କେରଳର ୱାୟାନାଡରେ ଜଳ ପ୍ରଳୟ। ପ୍ରକୃତିର ତାଣ୍ଡବ ଯୋଗୁ ଛାରଖାର ହୋଇଯାଛି ଓ୍ବାୟନାଡ। କହିବାକୁ ଗଲେ ଅଞ୍ଚଳର ସବୁ ଗାଁ ଗଣ୍ଡା ଧୋଇ ହୋଇ ଯାଇଛି। ପ୍ରବଳ ବର୍ଷା ହେତୁ ସୋମବାର ବିଳମ୍ବିତ ରାତିରେ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଘଟିଛି ଯେଉଁଥିରେ ଘର, ବ୍ରିଜ ଏବଂ ଯାନବାହନ ଧୋଇ ହୋଇଯାଇଛି। ଏପର୍ଯ୍ୟନ୍ତ ଏହି ଦୁର୍ଘଟଣାରେ ୧୫୮ ଜଣଙ୍କର ମୃତ୍ୟୁ ହୋଇଛି। ଭୂସ୍ଖଳନ ଯୋଗୁଁ ୧୮୬ ଜଣ ଆହତ ହୋଇଛନ୍ତି। ଏହା ବ୍ୟତୀତ ଏହି ଭୂସ୍ଖଳନରେ ୧୦୦ରୁ ଅଧିକ ଲୋକ ପୋତି ହୋଇଥିବାର ଆଶଙ୍କା କରାଯାଉଛି। ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠେ ଯେ ଜଣେ ବ୍ୟକ୍ତି ବର୍ଜ୍ୟବସ୍ତୁ ତଳେ ଚାପି ହୋଇଯିବା ଦ୍ୱାରା କେତେ ସମୟ ଯାଏଁ ବଞ୍ଚି ପାରିବ?
ପ୍ରତିବର୍ଷ ଭୂସ୍ଖଳନ ହେତୁ ଅନେକ ଲୋକ ପ୍ରାଣ ହରାଉଛନ୍ତି। ଭୂସ୍ଖଳନରେ ଫସି ରହିଥିବା ଅନେକ ଲୋକଙ୍କୁ ବେଳେବେଳେ ସର୍ଚ୍ଚ ଅପରେସନ କରି ଜୀବନ୍ତ ଉଦ୍ଧାର କରାଯାଇଥାଏ। ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଙ୍କି ମାରୁଛି ଯେ ଯଦି ଭୂସ୍ଖଳନରେ ଫସି ରହିଥିବା ଜଣେ ବ୍ୟକ୍ତି କେତେ ଦିନ ବଞ୍ଚିପାରିବ? କହିରଖୁଛୁ କି, ମାଟି ସ ବର୍ଜ୍ୟବସ୍ତୁ ତଳେ ଚାପି ରହି ବ୍ୟକ୍ତିଜରକ ଅମ୍ଳଜାନ ଗ୍ରହଣ କରୁଛି କି ନାହିଁ ତାହା ଉପରେ ତା’ର ଜିଇଁବାର ଆଶା କୁହାଯାଇପାରେ। ଯଦି କୌଣସି ବ୍ୟକ୍ତି ଭୂସ୍ଖଳନରେ ପୋତି ହୋଇଯିବା ପରେ ଅମ୍ଳଜାନ ପାଆନ୍ତି, ତେବେ ସେ ଖାଦ୍ୟ ଏବଂ ଜଳ ବିନା ୩-୪ ଦିନ ବଞ୍ଚିପାରିବେ। କିନ୍ତୁ ଯଦି ସେହି ବ୍ୟକ୍ତି ଅମ୍ଳଜାନ ପାଇବେ ନାହିଁ ତେବେ ସେ ପ୍ରାୟ ୫ ମିନିଟ ମଧ୍ୟରେ ମରିଯିବେ। ଏହା ବ୍ୟତୀତ, କାଦୁଅ ଓଜନରେ ଜଣେ ବ୍ୟକ୍ତିର ଶରୀରର କୌଣସି ଅଙ୍ଗ ଭାଙ୍ଗି ଯାଇପାରେ। ଏତିରେ ମଧ୍ୟ କୌଣସି ବ୍ୟକ୍ତିର ଜୀବନ ଚାଲିଯାଇପାରେ।
The post Wayanad Landslide: ଭୂସ୍ଖଳନରେ ମାଟିତଳେ ଚାପି ହୋଇ ଜଣେ ବ୍ୟକ୍ତି କେତେ ସମୟ ବଞ୍ଚିପାରିବେ? appeared first on Dharitri Odia News.