ଭାରତୀୟ ଦଳ ମଧ୍ୟରେ କିପରି ବଣ୍ଟାଯିବ ୧୨୫ କୋଟିର ପୁରସ୍କାର ରାଶି, ଜାଣନ୍ତୁ କାହାକୁ ମିଳିବ କେତେ ଟଙ୍କା

ନୂଆଦିଲ୍ଲୀ,୫।୭: ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଭାରତୀୟ ଦଳ ଟି -୨୦ ବିଶ୍ୱକପ୍‌ ୨୦୨୪ ଟାଇଟଲ ଜିତିଛି। ଏହି ବିଜୟ ପରେ ବିସିସିଆଇ ଦଳ ପାଇଁ ୧୨୫ କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କରିଛି। ଏହି ପୁରସ୍କାର ରାଶି ସମଗ୍ର ଦଳକୁ ଦିଆଯାଇଛି, ଯେଉଁଥିରେ ଦଳର ଖେଳାଳି, କ୍ରୀଡ଼ା କର୍ମଚାରୀ ଏବଂ ରିଜର୍ଭ ଖେଳାଳି ମଧ୍ୟ ସାମିଲ ଅଛନ୍ତି। ତେବେ ଆସନ୍ତୁ ଜାଣିବା ଭାରତୀୟ ଖେଳାଳିଙ୍କ ମଧ୍ୟରେ ୧୨୫ କୋଟି ଟଙ୍କା ପୁରସ୍କାର ରାଶି କିପରି […] The post ଭାରତୀୟ ଦଳ ମଧ୍ୟରେ କିପରି ବଣ୍ଟାଯିବ ୧୨୫ କୋଟିର ପୁରସ୍କାର ରାଶି, ଜାଣନ୍ତୁ କାହାକୁ ମିଳିବ କେତେ ଟଙ୍କା appeared first on Dharitri Odia News.

ଭାରତୀୟ ଦଳ ମଧ୍ୟରେ କିପରି ବଣ୍ଟାଯିବ ୧୨୫ କୋଟିର ପୁରସ୍କାର ରାଶି, ଜାଣନ୍ତୁ କାହାକୁ ମିଳିବ କେତେ ଟଙ୍କା

ନୂଆଦିଲ୍ଲୀ,୫।୭: ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଭାରତୀୟ ଦଳ ଟି -୨୦ ବିଶ୍ୱକପ୍‌ ୨୦୨୪ ଟାଇଟଲ ଜିତିଛି। ଏହି ବିଜୟ ପରେ ବିସିସିଆଇ ଦଳ ପାଇଁ ୧୨୫ କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କରିଛି। ଏହି ପୁରସ୍କାର ରାଶି ସମଗ୍ର ଦଳକୁ ଦିଆଯାଇଛି, ଯେଉଁଥିରେ ଦଳର ଖେଳାଳି, କ୍ରୀଡ଼ା କର୍ମଚାରୀ ଏବଂ ରିଜର୍ଭ ଖେଳାଳି ମଧ୍ୟ ସାମିଲ ଅଛନ୍ତି। ତେବେ ଆସନ୍ତୁ ଜାଣିବା ଭାରତୀୟ ଖେଳାଳିଙ୍କ ମଧ୍ୟରେ ୧୨୫ କୋଟି ଟଙ୍କା ପୁରସ୍କାର ରାଶି କିପରି ବଣ୍ଟନ କରାଯିବ ଏବଂ ଏହାର କେତେ ଅଂଶ ଟିକସ ଭାବରେ କଟାଯିବ?

ବିସିସିଆଇ ବ୍ୟତୀତ ଆଇସିସି ଭାରତୀୟ ଦଳକୁ ପ୍ରାୟ ୨୦ କୋଟି ଟଙ୍କା ପୁରସ୍କାର ରାଶି ମଧ୍ୟ ଦେଇଛି। ତେବେ ଆସନ୍ତୁ ପ୍ରଥମେ ଏହି ରାଶି ଉପରେ ଟ୍ୟାକ୍ସ ବିଷୟରେ ଆଲୋଚନା କରିବା। ଏକ ରିପୋର୍ଟରେ କୁହାଯାଇଛି ଯେ ଖେଳାଳିମାନଙ୍କୁ ଦୁଇଟି ଉପାୟରେ ଦରମା ଦିଆଯାଏ। ଯଦି ଖେଳାଳିମାନଙ୍କୁ ସେମାନଙ୍କ ଫି ସହିତ ବୃତ୍ତିଗତ ଫି ଭାବରେ ଟଙ୍କା ଦିଆଯାଏ, ତେବେ ରାଶି ଉପରେ ୦ ପ୍ରତିଶତ ଟିଡିଏସ୍‌ କଟାଯିବ।

ଅନ୍ୟପକ୍ଷରେ, ଯଦି ଏହି ରାଶି ଖେଳାଳିଙ୍କୁ ପୁରସ୍କାର ରାଶି ଭାବରେ ଦିଆଯାଏ, ତେବେ ସେହି ଅନୁଯାୟୀ ଟିକସ ଲାଗିବ। ପୁରସ୍କାର ରାଶି ଉପରେ ପୂର୍ବରୁ ହିଁ ୩ ପ୍ରତିଶତ ଟିଡିଏସ୍‌ କଟିନିଆଯିବ। ତେବେ ଏହି ପରିସ୍ଥିତିରେ ରାଶି ଉପରେ ୩୦ ପ୍ରତିଶତ ପର୍ଯ୍ୟନ୍ତ ଟ୍ୟାକ୍ସ କଟାଯିବ ଏବଂ ଅବଶିଷ୍ଟ ରାଶି ଖେଳାଳିଙ୍କୁ ଦିଆଯିବ।

ରିପୋର୍ଟ ଅନୁଯାୟୀ, ୧୨୫ କୋଟି ଟଙ୍କା ପୁରସ୍କାର ରାଶି ଦଳର ୧୫ ଜଣ ସଦସ୍ୟ, ୪ ଜଣ ରିଜର୍ଭ ଖେଳାଳି ଏବଂ ଦଳର ପ୍ରାୟ ସପୋର୍ଟ ସ୍ଟାଫ୍‌ର ୧୫ଜଣ ସଦସ୍ୟଙ୍କ ମଧ୍ୟରେ ଭାଗ କରାଯିବ। ଏଥିରେ ଦଳର ମୁଖ୍ୟ ୧୫ ଖେଳାଳିଙ୍କୁ ପ୍ରାୟ ୫ କୋଟି ଟଙ୍କା ପ୍ରଦାନ କରାଯାଇପାରେ। ଏହା ବ୍ୟତୀତ ସପୋର୍ଟ ଷ୍ଟାଫ ଏବଂ ଅବଶିଷ୍ଟ ଚାରିଜଣ ରିଜର୍ଭ ଖେଳାଳିଙ୍କୁ ପ୍ରତ୍ୟେକଙ୍କୁ ୧ କୋଟି ଟଙ୍କା ପ୍ରଦାନ କରାଯାଇପାରେ।

 

The post ଭାରତୀୟ ଦଳ ମଧ୍ୟରେ କିପରି ବଣ୍ଟାଯିବ ୧୨୫ କୋଟିର ପୁରସ୍କାର ରାଶି, ଜାଣନ୍ତୁ କାହାକୁ ମିଳିବ କେତେ ଟଙ୍କା appeared first on Dharitri Odia News.