ନାବାଳିକାଙ୍କୁ ବଳାତ୍କାର କରି ନାଟକ ମାଷ୍ଟର ଗଲେ ୨୦ ବର୍ଷ ଜେଲ
ବ୍ରହ୍ମପୁର,୨୦।୩ (ସୁବାସ ଚନ୍ଦ୍ର ପାଢ଼ୀ): ଫାଷ୍ଟଟ୍ରାକ ପୋକ୍ସୋ ଜଜ୍ ଗଣେଶ୍ୱର ପତି ମଙ୍ଗଳବାର ଏକ ବଳାତ୍କାର ମାମଲାରେ ଦୋଷୀଙ୍କୁ ୨୦ବର୍ଷ ଜେଲଦଣ୍ଡ ସହିତ ୧ଲକ୍ଷ ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦାୟ ଅଧିକ ୮ ମାସ କାରାଦଣ୍ଡ ଭୋଗିବାକୁ ଜଜ୍ ରାୟରେ ଉଲ୍ଲେଖ କରିଛନ୍ତି। ଦୋଷୀ ଜଣଙ୍କ ହେଲେ ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ବାଲିଆସରା ଗ୍ରାମର ଭାରତଲୀଳା ନାଟକ ମାଷ୍ଟ୍ର କାଳିଆ ବିଶ୍ୱାଳ(୩୨)। ଅନ୍ୟପକ୍ଷରେ ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦେବାକୁ ଜଜ୍ ଜିଲା […] The post ନାବାଳିକାଙ୍କୁ ବଳାତ୍କାର କରି ନାଟକ ମାଷ୍ଟର ଗଲେ ୨୦ ବର୍ଷ ଜେଲ appeared first on Dharitri Odia News.
ବ୍ରହ୍ମପୁର,୨୦।୩ (ସୁବାସ ଚନ୍ଦ୍ର ପାଢ଼ୀ): ଫାଷ୍ଟଟ୍ରାକ ପୋକ୍ସୋ ଜଜ୍ ଗଣେଶ୍ୱର ପତି ମଙ୍ଗଳବାର ଏକ ବଳାତ୍କାର ମାମଲାରେ ଦୋଷୀଙ୍କୁ ୨୦ବର୍ଷ ଜେଲଦଣ୍ଡ ସହିତ ୧ଲକ୍ଷ ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦାୟ ଅଧିକ ୮ ମାସ କାରାଦଣ୍ଡ ଭୋଗିବାକୁ ଜଜ୍ ରାୟରେ ଉଲ୍ଲେଖ କରିଛନ୍ତି। ଦୋଷୀ ଜଣଙ୍କ ହେଲେ ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ବାଲିଆସରା ଗ୍ରାମର ଭାରତଲୀଳା ନାଟକ ମାଷ୍ଟ୍ର କାଳିଆ ବିଶ୍ୱାଳ(୩୨)। ଅନ୍ୟପକ୍ଷରେ ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦେବାକୁ ଜଜ୍ ଜିଲା ଆଇନ ସେବା ପ୍ରାଧିକରଣ ସଚିବ( ଡିଏଲଏସଏ)ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୯ରେ କାଳିଆ କେ. ନୂଆଗାଁ ଥାନା ଅଞ୍ଚଳର ଜଣେ ଆଦିବାସୀ ନାବାଳିକାଙ୍କୁ ପ୍ରହଲ୍ଲାଦ ନାଟକ ଶିକ୍ଷା ଦେବାକୁ ତାଙ୍କ ପରିବାର ଲୋକଙ୍କୁ କହିଥିଲେ। ଏ ବାବଦକୁ ମାସିକ କିଛି ଟଙ୍କା ଦେବେ ବୋଲି ପ୍ରତିଶ୍ରୁତି ଦେଇ ନାବାଳିକାଙ୍କୁ ସାଥିରେ ନେଇଯାଇଥିଲେ। ତାଙ୍କୁ ଆସ୍କା ପଲ୍ଲୀରେ ଏକ ଘର ଭଡ଼ା ନେଇ ରଖି ସେଠାରେ ବଳାତ୍କାର କରିଥିଲେ। ୨୦୨୧ ଏପ୍ରିଲ ୨୧ ତାରିଖରେ ପୀଡ଼ିତା ଜଣଙ୍କ ସେଠାରୁ କୌଶଳକ୍ରମେ ଖସି ଆସି ଘଟଣା ସମ୍ପର୍କରେ କେ. ନୂଆଗାଁ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ନଂ.୧୭/୨୧ ରେ ଏକ ମାମଲା ରୁଜୁ କରିଥିଲା। ୪ ଦିନ ପରେ ଅଭିଯୁକ୍ତ କାଳିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତଦନ୍ତକାରୀ ଅଧିକାରୀ ତଥା ତତ୍କାଳୀନ ଚିକିଟି ଏସଡ଼ିପିଓ ସୁରେନ୍ଦ୍ର ନାଥ ମୁର୍ମୁ କୋର୍ଟରେ ଚାର୍ଜଶିଟ ଦାଖଲ କରିଥିଲେ। ୨୦୨୨ ଜୁଲାଇ ୧୫ ତାରିଖରେ ଅଭିଯୁକ୍ତଙ୍କୁ ହାଇକୋର୍ଟରୁ ଜାମିନ ମିଳିଥିଲା। ମାମଲାର ବିଚାର ବେଳେ ୯ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ରାୟ ପ୍ରକାଶ ବେଳେ କାଳିଆ ବିଶ୍ୱାଳ କୋର୍ଟରେ ହାଜର ହୋଇଥିଲେ। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ମୋହନ ସିଙ୍ଗାରୀ ମକଦ୍ଦମା ପରିଚାଳନା କରୁଥିଲେ।
The post ନାବାଳିକାଙ୍କୁ ବଳାତ୍କାର କରି ନାଟକ ମାଷ୍ଟର ଗଲେ ୨୦ ବର୍ଷ ଜେଲ appeared first on Dharitri Odia News.