ଅପରେଶନ ପରେ ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ
କେନ୍ଦୁଝର,୧୪ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ବ୍ଲକ୍ ଅନ୍ତର୍ଗତ ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତକ ବାଉରୀପଦା ପଞ୍ଚାୟତ ମହାଦେଇପୁର ଗ୍ରାମର ଭଦ୍ରୁ ବେହେରା (୫୫)। ସାମାଜିକ ସଂଗଠନ ଓ ପରିବାର ଲୋକଙ୍କ ପକ୍ଷରୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ପ୍ରକାଶ ଯେ, ଭଦ୍ରୁଙ୍କୁ ଜୁଲାଇ ୯ରେ ପରିବାର ଲୋକେ ହାଇଡ୍ରୋସିଲ ଅପରେଶନ ପାଇଁ ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ […] The post ଅପରେଶନ ପରେ ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ appeared first on Dharitri Odia News.
କେନ୍ଦୁଝର,୧୪ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ବ୍ଲକ୍ ଅନ୍ତର୍ଗତ ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତକ ବାଉରୀପଦା ପଞ୍ଚାୟତ ମହାଦେଇପୁର ଗ୍ରାମର ଭଦ୍ରୁ ବେହେରା (୫୫)। ସାମାଜିକ ସଂଗଠନ ଓ ପରିବାର ଲୋକଙ୍କ ପକ୍ଷରୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ପ୍ରକାଶ ଯେ, ଭଦ୍ରୁଙ୍କୁ ଜୁଲାଇ ୯ରେ ପରିବାର ଲୋକେ ହାଇଡ୍ରୋସିଲ ଅପରେଶନ ପାଇଁ ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ଅପରେଶନ ହୋଇଥିବା ବେଳେ ୩ ଦିନ ସେଠାରେ ଚିକିତ୍ସାଧୀନ ଥିଲେ। ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଜୁଲାଇ ୧୩ରେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଚିକିତ୍ସାରେ ଅବହେଳା ଯୋଗୁ ଭଦ୍ରୁଙ୍କ ମୃତ୍ୟୁ ହୋଇଥିବା ତାଙ୍କ ପୁଅ ବାପି ବେହେରା ଅଭିଯୋଗ କରିଛନ୍ତି। ଅସ୍ତ୍ରୋପ୍ରଚାର କରିଥିବା ଡାକ୍ତର ରୋଗୀଙ୍କ କିଡ୍ନୀ ଖରାପ ଥିବା କହୁଛନ୍ତି। ମାତ୍ର ଜିଲା ମୁଖ୍ୟ ଚିକିତ୍ସାଧିକାରୀ ରୋଗୀଙ୍କ ହୃଦୟର ସମସ୍ୟା ଥିବା କହିଥିଲେ। ଅପରେଶନ ପୂର୍ବରୁ ବିଭିନ୍ନ ପରୀକ୍ଷା କରାଯାଇଥିଲେ ହେଁ କ’ଣ ପାଇଁ ଅନ୍ୟାନ୍ୟ ରୋଗ ସମ୍ପର୍କରେ ଜଣାଇ ନ ଥିଲେ ବୋଲି ପରିବାର ଲୋକେ ପ୍ରକାଶ କରିଛନ୍ତି।
ଏଣୁ ସ୍ବାସ୍ଥ୍ୟ ବିଭାଗ ଏହାର ତଦନ୍ତ କରି ତୁରନ୍ତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି। ମୃତକଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ କରିବାକୁ ସ୍ଥାନୀୟ ସାମାଜିକ କର୍ମୀ ଶୈଳବାଳା ପରିଡ଼ା, ପୁଷ୍ପାଞ୍ଜଳି ବେହେରା, ସସ୍ମିତା ମହାନ୍ତ, ସରୋଜ ସାହୁ, ଜୟକୃଷ୍ଣ ନାଏକ ସହିତ ବୁଦ୍ଧିଜୀବୀ ସମାଜସେବୀ ଓ ବିଭିନ୍ନ ସଂଗଠନ ଦାବି କରିଛନ୍ତି।
ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ଏସସି ବାଗ କହିଛନ୍ତି, ଅଭିଜ୍ଞ ଡାକ୍ତରଙ୍କ ଉପସ୍ଥିତିରେ ଜୁଲାଇ ୯ରେ ଅପରେଶନ କରାଯାଇଥିଲା। ଶନିବାର ରୋଗୀଙ୍କୁ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁର ପ୍ରକୃତ କାରଣ ବ୍ୟବଚ୍ଛେଦ ପରେ ଜଣାପଡ଼ିବ। ମୃତକଙ୍କ ପରିବାରକୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ଚେଷ୍ଟା କରିବେ।
The post ଅପରେଶନ ପରେ ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ appeared first on Dharitri Odia News.