ଗୋଟିଏ ରେଲ୍‌ୱେ ଓଭରବ୍ରିଜ୍‌ ଦୁଇଥର ଉଦ୍‌ଘାଟିତ

ଜଳେଶ୍ୱର, ୧୩।୧(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଚାଲନ୍ତିଠାରେ ଶୁକ୍ରବାର ଇସ୍ପାତ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଏବଂ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ରଙ୍କ ଦ୍ୱାରା ରେଲୱେ ଓଭର୍‌ବ୍ରିଜ ଉଦ୍‌ଘାଟିତ ହୋଇଛି। ୨୦୧୭ମସିହାରୁ ୬୨,୫୨କୋଟି ବ୍ୟୟରେ ରେଳଧାରଣା ଉପରେ ଓଭରବ୍ରିଜ୍‌ର କାର୍ଯ୍ୟ ୮ମାସ ତଳେ ଶେଷ ହୋଇଥିଲା। ୨୦୨୩ ଏପ୍ରିଲରେ ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଦ୍ୱାରା ଉଦ୍‌ଘାଟନ କରାଯାଇଥିଲା। ତେବେ ୮ ମାସର ବ୍ୟବଧାନ ପରେ ପୁଣି ଉଦ୍‌ଘାଟନକୁ ନେଇ […] The post ଗୋଟିଏ ରେଲ୍‌ୱେ ଓଭରବ୍ରିଜ୍‌ ଦୁଇଥର ଉଦ୍‌ଘାଟିତ appeared first on Dharitri Odia News.

ଗୋଟିଏ ରେଲ୍‌ୱେ ଓଭରବ୍ରିଜ୍‌ ଦୁଇଥର ଉଦ୍‌ଘାଟିତ

ଜଳେଶ୍ୱର, ୧୩।୧(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଚାଲନ୍ତିଠାରେ ଶୁକ୍ରବାର ଇସ୍ପାତ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଏବଂ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ରଙ୍କ ଦ୍ୱାରା ରେଲୱେ ଓଭର୍‌ବ୍ରିଜ ଉଦ୍‌ଘାଟିତ ହୋଇଛି।
୨୦୧୭ମସିହାରୁ ୬୨,୫୨କୋଟି ବ୍ୟୟରେ ରେଳଧାରଣା ଉପରେ ଓଭରବ୍ରିଜ୍‌ର କାର୍ଯ୍ୟ ୮ମାସ ତଳେ ଶେଷ ହୋଇଥିଲା। ୨୦୨୩ ଏପ୍ରିଲରେ ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଦ୍ୱାରା ଉଦ୍‌ଘାଟନ କରାଯାଇଥିଲା। ତେବେ ୮ ମାସର ବ୍ୟବଧାନ ପରେ ପୁଣି ଉଦ୍‌ଘାଟନକୁ ନେଇ ଚର୍ଚ୍ଚା ଲାଗିରହିଛି। ଅନ୍ୟମାନଙ୍କ ମଧ୍ୟରେ ଜିଲା ପରିଷଦ ଉପାଧ୍ୟକ୍ଷା ଅନୁସୂୟା ପ୍ରଧାନ, ବ୍ଲକ ଅଧ୍ୟକ୍ଷ ମାନସ କୁମାର ଜେନା, ଉପାଧ୍ୟକ୍ଷା ସଞ୍ଚତ୍ତା ସେନାପତି, ମ୍ୟୁନିସିପାଲିଟି ଅଧ୍ୟକ୍ଷ ପ୍ରତୀପ କୁମାର ପ୍ରଧାନ, ମହମ୍ମଦନଗର ପାଟଣା ପଞ୍ଚାୟତ ସରପଞ୍ଚ ଅରୁଣ ସେନାପତି ଏବଂ ସଭ୍ୟ ସୁଚିତ୍ରା ଦାସ, ଜଳେଶ୍ୱର ବ୍ଲକ ବିଜେଡି ସଭାପତି ଦିଲୀପ ସାମଲ ଓ ସଂସ୍କୃତି ମନ୍ତ୍ରୀଙ୍କ ଜଳେଶ୍ୱର ପ୍ରତିନିଧି ବ୍ରିଜେଶ ରଣା କଳମା ପଞ୍ଚାୟତର ସରପଞ୍ଚ ସୁବିନିତା ଦତ୍ତ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ତପନ ଦାସଙ୍କ ସମେତ ବହୁ ବିଜେଡି କର୍ମୀ ଉପସ୍ଥିତ ଥିଲେ।

The post ଗୋଟିଏ ରେଲ୍‌ୱେ ଓଭରବ୍ରିଜ୍‌ ଦୁଇଥର ଉଦ୍‌ଘାଟିତ appeared first on Dharitri Odia News.