୩ ଗାଁରେ ପାନୀୟ ଜଳ ଉତ୍କଟ

ନୟାଗଡ଼,୨।୪(ଲୋକନାଥ ମିଶ୍ର):ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଲ୍ଳକ ବଡବାଣପୁର ପଞ୍ଚାୟତର ଭ୍ରମରବରପ୍ରସାଦର ଶିମଳିସାହି, ସିଦ୍ଧାମୂଳା ପଞ୍ଚାୟତର ଆନନ୍ଦନଗର, ସିଘାଂପଡ଼ା ପଞ୍ଚାୟତର ଖୁଣ୍ଟୁବନ୍ଧ ଗାଁରେ ପାନୀୟ ଜଳ ସଙ୍କଟ ଦେଖା ଦେଇଛି। ଖୁଣ୍ଟୁବନ୍ଧ ଗାଁରେ ୭୪ ପରିବାରର ୨୦୫ରୁ ଊର୍ଦ୍ଧ୍ୱ ଲୋକ ବାସ କରୁଛନ୍ତି। ଏଠାରେ ୨ଟି ନଳକୂପ। ନଳକୂପର ଜଳ ଫ୍ଲୋରାଇଡ ରହିଥିଲେ ହେଁ ପ୍ରଶାସନ ପକ୍ଷରୁ ଏହାର ନିରାକରଣ ପାଇଁ ପଦକ୍ଷେପ ନିଆଯାଉ ନ ଥିବା ଅଭିଯୋଗ ହେଉଛି। ସେହିପରି ଗାଁ ପୋଖରୀ ୮ ମାସ ହେଲା […] The post ୩ ଗାଁରେ ପାନୀୟ ଜଳ ଉତ୍କଟ appeared first on Dharitri Odia News.

୩ ଗାଁରେ ପାନୀୟ ଜଳ ଉତ୍କଟ

ନୟାଗଡ଼,୨।୪(ଲୋକନାଥ ମିଶ୍ର):ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଲ୍ଳକ ବଡବାଣପୁର ପଞ୍ଚାୟତର ଭ୍ରମରବରପ୍ରସାଦର ଶିମଳିସାହି, ସିଦ୍ଧାମୂଳା ପଞ୍ଚାୟତର ଆନନ୍ଦନଗର, ସିଘାଂପଡ଼ା ପଞ୍ଚାୟତର ଖୁଣ୍ଟୁବନ୍ଧ ଗାଁରେ ପାନୀୟ ଜଳ ସଙ୍କଟ ଦେଖା ଦେଇଛି। ଖୁଣ୍ଟୁବନ୍ଧ ଗାଁରେ ୭୪ ପରିବାରର ୨୦୫ରୁ ଊର୍ଦ୍ଧ୍ୱ ଲୋକ ବାସ କରୁଛନ୍ତି। ଏଠାରେ ୨ଟି ନଳକୂପ। ନଳକୂପର ଜଳ ଫ୍ଲୋରାଇଡ ରହିଥିଲେ ହେଁ ପ୍ରଶାସନ ପକ୍ଷରୁ ଏହାର ନିରାକରଣ ପାଇଁ ପଦକ୍ଷେପ ନିଆଯାଉ ନ ଥିବା ଅଭିଯୋଗ ହେଉଛି। ସେହିପରି ଗାଁ ପୋଖରୀ ୮ ମାସ ହେଲା ଶୁଖିଲା ପଡିଛି। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ପୋଖରୀର କାର୍ଯ୍ୟ ଆରମ୍ଭ କରାଯାଇ ଅଧାପନ୍ତରିଆ କରି ପକାଯାଇଛି। ପୋଖରୀ କାମ କରିବାକୁ ଗ୍ରାମବାସୀ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ ସୁଫଳ ମିଳୁନି। ଗଁାରେ ନଳକୂପର ଜଳ ଫ୍ଲୋରାଇଡ୍‌ ହୋଇଥିବାବେଳେ ପାନୀୟ ଜଳ ପ୍ରକଳ୍ପରୁ ପାଣି ପାଇବା ପାଇଁ ପ୍ରଶାସନର ପଦକ୍ଷେପ ନାହିଁ। ଆନନ୍ଦନଗର ଗାଁରେ ୭୯ ପରିବାରର ୨୫୦ ଲୋକ ବାସ କରନ୍ତି। ଏଠାରେ ୨ଟି ନଳକୂପ ଥିଲେ ମଧ୍ୟ ଅଚଳ ହୋଇପଡିଛି। ଗାଁ ୩ଦିନକୁ ଥରେ ପାଇପ ଯୋଗେ ପାଣି ଆସୁଛି। ଦିନକୁ ୧୫ ମିନଟ୍‌ ସମୟ ପାଣି ଆସୁଛି। ପାଣି ଆସିବା ସମୟର ନିର୍ଘଣ୍ଟ କରାଯାଇନାହିଁ। ୧୫ ମିନିଟ୍‌ ସମୟରେ ପାଣି ଗଛିତ କରି ନ ରଖିଲେ ଦୂଷିତ ଜଳ ପାନୀୟ ଜଳ ରୂପେ ବ୍ୟବହାର କରିବାକୁ ପଡୁଛି। ଅନ୍ୟପକ୍ଷେ ୧୫ ମିନିଟ୍‌ ଭିତରେ ଦିନ ପାଇଁ ପାଣି ଗଚ୍ଛିତ କରି ରଖିବା କାଠିକର ପାଠ ହୋଇ ପଡୁଛି ବୋଲି ଅଭିଯୋଗ ରହିଛି। ଭ୍ରମରବରପ୍ରସାଦର ଶିମଳିସାହିରେ ୨୦ ପରିବାର ୬୭ ଲୋକ ବାସ କରନ୍ତି। ଏଠାରେ ଗୋଟିଏ ନଳକୂପରୁ ଫ୍ଲୋରାଇଡ ପାଣି ବାହାରୁଛି। ନିକଟସ୍ଥ ଘଣାଶାଳିଆ ଗାଁକୁ ପାଇପ ପାଣି ଯାଇଥିବାବେଳେ ଶିମଳିସାହିକୁ ଅଣଦେଖା କରାଯାଇଛି ବୋଲି ଅଭିଯୋଗ ହୋଇଆସୁଛି। ୩ଟି ଗାଁର ଲୋକ ପାନୀୟଜଳ ସମସ୍ୟାର ସମାଧାନ ପାଇଁ ପ୍ରତିବର୍ଷ ବ୍ଲ୍ଳକ, ପଞ୍ଚାୟତ ଓ ଜିଲା ପ୍ରଶାସନକୁ ଅବଗତ କରାଇଥିଲେ ମଧ୍ୟ ସୁଫଳ ପାଉ ନ ଥିବା ଅଭିଯୋଗ ହୋଇଆସୁଛି।

The post ୩ ଗାଁରେ ପାନୀୟ ଜଳ ଉତ୍କଟ appeared first on Dharitri Odia News.