PM Kisan: ଚାଷୀଙ୍କ ପାଇଁ ବଡ ଖବର, ଏବେ ୬ ନୁହେଁ ମିଳିବ ୮ହଜାର
ଜୟପୁର,୧୦।୨: ପିଏମ କିଷାନ ଯୋଜନାକୁ ନେଇ ବଡ ଘୋଣୋ କଲେ ସରକାର। ଯଦି ଆପଣ ପିଏମ କିଷାନ ଯୋଜନାର ହିତାଧିକାରୀ ତେବେ ଏହା ଆପଣଙ୍କ ପାଇଁ ଲାଭକାରୀ ଖବର ହୋଇପାରେ। ଏ ଯୋଜନା ଅନ୍ତର୍ଗତ ଚାଷୀଙ୍କୁ ଦିଆଯାଉଥିବା ଟଙ୍କା ୮ହଜାରକୁ ବୃଦ୍ଧି କରାଯାଇଛି। ରାଜସ୍ଥାନର ଅର୍ଥମନ୍ତ୍ରୀ ଦିୟା କୁମାରୀ ଗୁରୁବାର ବିଧାନସଭାରେ କାମଚଳା ବଜେଟ୍ ଉପସ୍ଥାପନ କରିଥିଲେ। ଏଥିରେ ସେ ପିଏମ କିଷାନ ଯୋଜନା ଅଧିନରେ କୃଷକଙ୍କୁ ଦିଆଯାଉଥିବା ଆର୍ଥିକ ସହାୟତା ବାର୍ଷିକ ୬ହଜାରରୁ ୮ହଜାର ବୃଦ୍ଧି […] The post PM Kisan: ଚାଷୀଙ୍କ ପାଇଁ ବଡ ଖବର, ଏବେ ୬ ନୁହେଁ ମିଳିବ ୮ହଜାର appeared first on Dharitri Odia News.
ଜୟପୁର,୧୦।୨: ପିଏମ କିଷାନ ଯୋଜନାକୁ ନେଇ ବଡ ଘୋଣୋ କଲେ ସରକାର। ଯଦି ଆପଣ ପିଏମ କିଷାନ ଯୋଜନାର ହିତାଧିକାରୀ ତେବେ ଏହା ଆପଣଙ୍କ ପାଇଁ ଲାଭକାରୀ ଖବର ହୋଇପାରେ। ଏ ଯୋଜନା ଅନ୍ତର୍ଗତ ଚାଷୀଙ୍କୁ ଦିଆଯାଉଥିବା ଟଙ୍କା ୮ହଜାରକୁ ବୃଦ୍ଧି କରାଯାଇଛି।
ରାଜସ୍ଥାନର ଅର୍ଥମନ୍ତ୍ରୀ ଦିୟା କୁମାରୀ ଗୁରୁବାର ବିଧାନସଭାରେ କାମଚଳା ବଜେଟ୍ ଉପସ୍ଥାପନ କରିଥିଲେ। ଏଥିରେ ସେ ପିଏମ କିଷାନ ଯୋଜନା ଅଧିନରେ କୃଷକଙ୍କୁ ଦିଆଯାଉଥିବା ଆର୍ଥିକ ସହାୟତା ବାର୍ଷିକ ୬ହଜାରରୁ ୮ହଜାର ବୃଦ୍ଧି କରାଯାଇଛି ବୋଲି ଘୋଷଣା କରିଛନ୍ତି। ସେହି ଅନୁଯାୟୀ ୨ହଜାର ଟଙ୍କା ବୃଦ୍ଧି କରାଯାଇଛି। ଏଥିସହ ପ୍ରଥମ ପର୍ଯ୍ୟାୟରେ ରବି ଋତୁରେ ଗହମର ସର୍ବନିମ୍ନ ମୂଲ୍ୟରେ କ୍ୱିଣ୍ଟାଲ ପିଛା ପ୍ରତି ୧୨୫ଟଙ୍କା ବୋନସ ମିଳିବା ନେଇ ମଧ୍ୟ ନିଷ୍ପତ୍ତି ନିଆଯାଇଛି। କିନ୍ତୁ କେବଳ ରାଜସ୍ଥାନର କୃଷକମାନେ ଏହାର ଲାଭ ପାଇପାରିବେ।
The post PM Kisan: ଚାଷୀଙ୍କ ପାଇଁ ବଡ ଖବର, ଏବେ ୬ ନୁହେଁ ମିଳିବ ୮ହଜାର appeared first on Dharitri Odia News.