୬୬୬ କୋଟି ଟଙ୍କା ମୂଲ୍ୟର ସୁନା ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ
ତାମିଲନାଡୁ,୯।୫: ୬୬୬ କୋଟି ଟଙ୍କା ମୂଲ୍ୟର ସୁନା ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ। ବୁଧବାର ତାମିଲନାଡୁର ଏରୋଡରେ ଏହି ଦୁର୍ଘଟଣାର ଘଟିଛି। ଘଟଣାରେ ଡ୍ରାଇଭର ଏବଂ ଜଣେ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। 810 କିଲୋଗ୍ରାମ ସୁନା ଅଳଙ୍କାର ନେଇ ଟ୍ରକ କୋଏମ୍ବାଟୁରରୁ ସାଲେମକୁ ଯାଉଥିଲା। ଏହି ସମୟରେ ଡ୍ରାଇଭର ନିୟନ୍ତ୍ରଣ ହରାଇବାକୁ ଏହି ଦୁର୍ଘଟଣା ଘଟିଛି। ଖବର ଅନୁଯାୟୀ ଅନ୍ୟ ଏକ ଗାଡିରୁ ଏକ ଟାରପଲିନ୍ ନେଇ ଯାଉଥିବା ସୁନା ଗାଡିର ଝରକା କାଚ ଉପରେ ପଡିଯାଇଥିଲା।ଯାହାଫଳରେ ଡ୍ରାଇଭର […] The post ୬୬୬ କୋଟି ଟଙ୍କା ମୂଲ୍ୟର ସୁନା ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ appeared first on Dharitri Odia News.
ତାମିଲନାଡୁ,୯।୫: ୬୬୬ କୋଟି ଟଙ୍କା ମୂଲ୍ୟର ସୁନା ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ। ବୁଧବାର ତାମିଲନାଡୁର ଏରୋଡରେ ଏହି ଦୁର୍ଘଟଣାର ଘଟିଛି। ଘଟଣାରେ ଡ୍ରାଇଭର ଏବଂ ଜଣେ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି।
810 କିଲୋଗ୍ରାମ ସୁନା ଅଳଙ୍କାର ନେଇ ଟ୍ରକ କୋଏମ୍ବାଟୁରରୁ ସାଲେମକୁ ଯାଉଥିଲା। ଏହି ସମୟରେ ଡ୍ରାଇଭର ନିୟନ୍ତ୍ରଣ ହରାଇବାକୁ ଏହି ଦୁର୍ଘଟଣା ଘଟିଛି।
ଖବର ଅନୁଯାୟୀ ଅନ୍ୟ ଏକ ଗାଡିରୁ ଏକ ଟାରପଲିନ୍ ନେଇ ଯାଉଥିବା ସୁନା ଗାଡିର ଝରକା କାଚ ଉପରେ ପଡିଯାଇଥିଲା।ଯାହାଫଳରେ ଡ୍ରାଇଭର ଗାଡି ଉପରୁ ନିୟମନ୍ତ୍ରଣା ହରାଇଥିଲେ। ଏହାପରେ ଡ୍ରାଇଭର ସାସିକୁମାର ଏବଂ ସୁରକ୍ଷାକର୍ମୀ ପାଲରାଜଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଘଟଣାସ୍ଥଳକୁ ଅନ୍ୟ ଏକ ଗାଡି ପଠାଯାଇ ଅଧିକାରୀମାନଙ୍କ ଆଗରେ ଅଳଙ୍କାର ଗୁଡିକୁ ଏହାର ଗନ୍ତବ୍ୟ ସ୍ଥଳକୁ ପଠାଯାଇଥିଲା।
The post ୬୬୬ କୋଟି ଟଙ୍କା ମୂଲ୍ୟର ସୁନା ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ appeared first on Dharitri Odia News.