ଦୋକାନକୁ ବୋମା ଫିଙ୍ଗିବା ପଡ଼ିଲା ମହଙ୍ଗା
ପାତ୍ରପୁର,୭ା୩ (ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡ଼ା ଥାନା ଅନ୍ତର୍ଗତ ତୁରୁବୁଡ଼ି ଗାଁରେ ଏକ ଦୋକାନ ଉପରକୁ ବୋମା ଫିଙ୍ଗା ଘଟଣାରେ ପୋଲିସ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନେ ହେଲେ ଆସିକା ଅଞ୍ଚଳର ଆକାଶ ଜେନା ଏବଂ କବିସୂର୍ଯ୍ୟ ନଗର ଅଞ୍ଚଳର କମଳ ଲୋଚନ ଗୌଡ। ଗତ ମଙ୍ଗଳବାର ତୁରୁବୁଡି ଗ୍ରାମର ସରୋଜ ସାହୁ ଦୋକାନରେ ବସିଥିବା ବେଳେ ତିନିଜଣ ଯୁବକ ଏକ ବାଇକ୍ରେ ଆସି ଦୋକାନ ଉପରକୁ […] The post ଦୋକାନକୁ ବୋମା ଫିଙ୍ଗିବା ପଡ଼ିଲା ମହଙ୍ଗା appeared first on Dharitri Odia News.
ପାତ୍ରପୁର,୭ା୩ (ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡ଼ା ଥାନା ଅନ୍ତର୍ଗତ ତୁରୁବୁଡ଼ି ଗାଁରେ ଏକ ଦୋକାନ ଉପରକୁ ବୋମା ଫିଙ୍ଗା ଘଟଣାରେ ପୋଲିସ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନେ ହେଲେ ଆସିକା ଅଞ୍ଚଳର ଆକାଶ ଜେନା ଏବଂ କବିସୂର୍ଯ୍ୟ ନଗର ଅଞ୍ଚଳର କମଳ ଲୋଚନ ଗୌଡ।
ଗତ ମଙ୍ଗଳବାର ତୁରୁବୁଡି ଗ୍ରାମର ସରୋଜ ସାହୁ ଦୋକାନରେ ବସିଥିବା ବେଳେ ତିନିଜଣ ଯୁବକ ଏକ ବାଇକ୍ରେ ଆସି ଦୋକାନ ଉପରକୁ ବୋମା ଫିଙ୍ଗି ଥିଲେ। ତେବେ ବୋମାଟି ଫୁଟି ନ ଥିଲା। ଏହା ଜାଣିବା ପରେ କିଛି ମହିଳା ପହଞ୍ଚି ପାଟି କରିବାରୁ ତିନି ଯୁବକ ବାଇକ୍ ସହ ଖଣ୍ଡା ଛାଡି ଦୌଡ଼ି ପଳାଇଥିଲେ। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଘଟଣାରେ ଉପରୋକ୍ତ ୨ ଅଭିଯୁକ୍ତଙ୍କ ସମ୍ପୃକ୍ତି ସ୍ପଷ୍ଟ ହେବା ପରେ ସେମାନଙ୍କୁ ଗିରଫ କରାଯାଇଥିବା ଥାନା ଅଧିକାରୀ ଟୁନା ସାସମଲ କହିଛନ୍ତି।
The post ଦୋକାନକୁ ବୋମା ଫିଙ୍ଗିବା ପଡ଼ିଲା ମହଙ୍ଗା appeared first on Dharitri Odia News.