Weather Update: ଶୀତ ଭିତରେ ବର୍ଷାର ଦାଉ; ଖଳାରେ ଭିଜିଲା ଅମଳ ଧାନ, ଆହୁରି ୨ ଦିନ ବର୍ଷିବ
ପାଣିପାଗ ବିଭାଗର ପୂର୍ବାନୁମାନ, ବଙ୍ଗୋପସାଗରରେ ଦାନା ବାନ୍ଧିଥିବା ଲଘୁଚାପ ଆସନ୍ତା ୧୨ ଘଣ୍ଟା ଭିତରେ ଅବପାତରେ ପରିଣତ ହେବ। ଏହାକ୍ରମେ ଉତ୍ତର-ଉତ୍ତର ପୂର୍ବ ଦିଗକୁ ଗତି କରି ପୁଣି ଲଘୁଚାପରେ ପରିଣତ ହୋଇ ଦୁର୍ବଳ ହୋଇଯିବ। ଏହି ପ୍ରକ୍ରିୟା ଭିତରେ ଆସନ୍ତା ୨୨ ସକାଳ ଯାଏଁ ଉପକୂଳ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶା ସହ ଗୋଟିଏ ଦୁଇଟି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ।