ବୃଦ୍ଧା ମାଆକୁ ଚୁନା ଲଗାଇଲେ ଝିଅ ଜ୍ବାଇଁ, ଠକିନେଲେ ୧୦ ଲକ୍ଷ ଟଙ୍କା

ଭୁବନେଶ୍ବର: ବୟସ ୭୦ ପାର କରିଗଲାଣି। ପାରାଲିସସ କାରଣରୁ ସହଜରେ ଚାଲିପାରୁନାହାଁନ୍ତି। ଆଖିକୁ ଠିକ୍‌ରେ ଦିଶୁନାହିଁ, କାନକୁ ବି ଠିକରେ ଶୁଭୁନାହିଁ। ବୟସର ଅପରାହ୍ନରେ ସନ୍ତାନଙ୍କ ସାହାରା ଖୋଜୁଥିବା ଜଣେ ବୃଦ୍ଧା ଆଜି ସେହି ସନ୍ତାନଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି। ଅଭିଯୋଗ ଆଣିଛନ୍ତି ନିଜ ଜନ୍ମ କଲା ଝିଅ ଭଲ ଚିକିତ୍ସା କରାଇଦେବା ବାହାନାରେ ତାଙ୍କଠାରୁ ଠକିନେଇଛନ୍ତି ଲକ୍ଷ ଲକ୍ଷ ଟଙ୍କା। ଏଭଳି ଏକ ଅଭାବନୀୟ ଘଟଣାର ତଦନ୍ତ କରୁଛି ନୟାପଲ୍ଲୀ ଥାନା ପୋଲିସ।ସୂଚନା ଅନୁଯାୟୀ, ଅଭିଯୋଗକାରିଣୀ ବୃଦ୍ଧା ମାଳତୀ ନାୟକଙ୍କ ୪ ଝିଅ ଅଛନ୍ତି।ବୃଦ୍ଧା ଜଣକ ତାଙ୍କ ବଡ଼ ମଝିଆ ଝିଅ- ଜ୍ବାଇଁଙ୍କ ପାଖରେ ରହିଆସୁଥିଲେ। ହେଲେ ଏହି ସମୟରେ ସୁଯୋଗ ନେଇ ମାଳତୀଙ୍କ ଆକାଉଣ୍ଟରେ ଥିବା ପ୍ରାୟ ୧୦ ଲକ୍ଷ ଟଙ୍କା ଏବଂ ତାଙ୍କ ପାଖରେ ଥିବା ସୁନାଗହଣା ନେଇଯାଇଥିଲେ। ତେବେ ଏକଥା ବୃଦ୍ଧାଙ୍କ ସାନ ଝିଅ ଜାଣିବା ପରେ ବଡ଼ ମଝିଆ ଝିଅ-ଜ୍ବାଇଁ ଏଭଳି କାରନାମା ସାମ୍‌ନାକୁ ଆସିଥିଲା।ସେମାନଙ୍କ କବଳରୁ ମାଆଙ୍କୁ ଉଦ୍ଧାର କରିବା ପରେ ଭରତପୁର ଥାନା ଓ ପରେ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ ସାନ ଝିଅ- ଜ୍ବାଇଁ ସରୋଜ ନାୟକ ଏବଂ ପଦ୍ମାବତୀ ନାୟକ। ସେମାନେ ଅଭିଯୋଗ କରିଛନ୍ତି କିଭଳି ମାଳତୀଙ୍କୁ ଚୁନା ଲଗାଇ ବିଳାସପୂର୍ଣ୍ଣ ଜୀବନ ଯାପନ ବିତାଉଥିଲେ ବଡ଼ ମଝିଆ ଝିଅ-ଜ୍ବାଇଁ। କେମିତି ବୃଦ୍ଧା ମାଆର ସେବା ନାଁରେ କରୁଥିଲେ ଅଏସ।ତେବେ ଅଭିଯେ

ବୃଦ୍ଧା ମାଆକୁ ଚୁନା ଲଗାଇଲେ ଝିଅ ଜ୍ବାଇଁ, ଠକିନେଲେ ୧୦ ଲକ୍ଷ ଟଙ୍କା

ଭୁବନେଶ୍ବର: ବୟସ ୭୦ ପାର କରିଗଲାଣି। ପାରାଲିସସ କାରଣରୁ ସହଜରେ ଚାଲିପାରୁନାହାଁନ୍ତି। ଆଖିକୁ ଠିକ୍‌ରେ ଦିଶୁନାହିଁ, କାନକୁ ବି ଠିକରେ ଶୁଭୁନାହିଁ। ବୟସର ଅପରାହ୍ନରେ ସନ୍ତାନଙ୍କ ସାହାରା ଖୋଜୁଥିବା ଜଣେ ବୃଦ୍ଧା ଆଜି ସେହି ସନ୍ତାନଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି। ଅଭିଯୋଗ ଆଣିଛନ୍ତି ନିଜ ଜନ୍ମ କଲା ଝିଅ ଭଲ ଚିକିତ୍ସା କରାଇଦେବା ବାହାନାରେ ତାଙ୍କଠାରୁ ଠକିନେଇଛନ୍ତି ଲକ୍ଷ ଲକ୍ଷ ଟଙ୍କା। ଏଭଳି ଏକ ଅଭାବନୀୟ ଘଟଣାର ତଦନ୍ତ କରୁଛି ନୟାପଲ୍ଲୀ ଥାନା ପୋଲିସ।

ସୂଚନା ଅନୁଯାୟୀ, ଅଭିଯୋଗକାରିଣୀ ବୃଦ୍ଧା ମାଳତୀ ନାୟକଙ୍କ ୪ ଝିଅ ଅଛନ୍ତି।ବୃଦ୍ଧା ଜଣକ ତାଙ୍କ ବଡ଼ ମଝିଆ ଝିଅ- ଜ୍ବାଇଁଙ୍କ ପାଖରେ ରହିଆସୁଥିଲେ। ହେଲେ ଏହି ସମୟରେ ସୁଯୋଗ ନେଇ ମାଳତୀଙ୍କ ଆକାଉଣ୍ଟରେ ଥିବା ପ୍ରାୟ ୧୦ ଲକ୍ଷ ଟଙ୍କା ଏବଂ ତାଙ୍କ ପାଖରେ ଥିବା ସୁନାଗହଣା ନେଇଯାଇଥିଲେ। ତେବେ ଏକଥା ବୃଦ୍ଧାଙ୍କ ସାନ ଝିଅ ଜାଣିବା ପରେ ବଡ଼ ମଝିଆ ଝିଅ-ଜ୍ବାଇଁ ଏଭଳି କାରନାମା ସାମ୍‌ନାକୁ ଆସିଥିଲା।

ସେମାନଙ୍କ କବଳରୁ ମାଆଙ୍କୁ ଉଦ୍ଧାର କରିବା ପରେ ଭରତପୁର ଥାନା ଓ ପରେ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ ସାନ ଝିଅ- ଜ୍ବାଇଁ ସରୋଜ ନାୟକ ଏବଂ ପଦ୍ମାବତୀ ନାୟକ। ସେମାନେ ଅଭିଯୋଗ କରିଛନ୍ତି କିଭଳି ମାଳତୀଙ୍କୁ ଚୁନା ଲଗାଇ ବିଳାସପୂର୍ଣ୍ଣ ଜୀବନ ଯାପନ ବିତାଉଥିଲେ ବଡ଼ ମଝିଆ ଝିଅ-ଜ୍ବାଇଁ। କେମିତି ବୃଦ୍ଧା ମାଆର ସେବା ନାଁରେ କରୁଥିଲେ ଅଏସ।

ତେବେ ଅଭିଯୋଗ ପରେ ନୟାପଲ୍ଲୀ ଥାନାରେ ବହୁ ସମୟ ଧରି ବୃଦ୍ଧା ମାଆଙ୍କ ସାମ୍ନାରେ ଅଭିଯୁକ୍ତ ବଡ଼ ମଝିଆ ଝିଅ ଜ୍ବାଇଁଙ୍କୁ ବସାଇ ଜେରା କରାଯାଇଥିଲା। ଯେଉଁଥିରେ ପ୍ରଥମେ ୧୦ ଲକ୍ଷ ଟଙ୍କା ଫେରାଇବା ସହ ଦୋଷୀ ବିରୋଧରେ ଦଣ୍ଡ ଦେବାକୁ ଦାବି କରିଛନ୍ତି ବୃଦ୍ଧା ମାଆ ମାଳତୀ ନାୟକ। ସେପଟେ ସାନ ଝିଅ କହିଛନ୍ତି, ମାଆର ଦୁଃଖ ନଦେଖି ହଇରାଣ କରୁଥିବା ଏଭଳି ଭଉଣୀକୁ ଦଣ୍ଡ ମିଳିବା ଦରକାର।