World Happiness Report: ଯୁଦ୍ଧଗ୍ରସ୍ତ ଦେଶର ଲୋକଙ୍କ ଠାରୁ ବି ଦୁଃଖୀ ଭାରତୀୟ, ତାଲିକାରେ କେଉଁଠି ଅଛି ଜାଣନ୍ତୁ

ନୂଆଦିଲ୍ଲୀ: "କଳ୍ପନା କରନ୍ତୁ ଏକ ଶିଡ଼ିର ୦ ରୁ ଆରମ୍ଭ କରି ଶୀର୍ଷରେ ୧୦ ପର୍ଯ୍ୟନ୍ତ କ୍ରମାନ୍ୱୟ  ରହିଛି। ଶିଡ଼ିର ସବୁଠାରୁ ଉପର ଭାଗ ଆପଣଙ୍କ ପାଇଁ ସର୍ବୋତ୍ତମ ସମ୍ଭାବ୍ୟ ଜୀବନକୁ ଦର୍ଶାଉଛି। ଏବଂ ତଳ ଭାଗ ସବୁଠାରୁ ଖରାପକୁ ଜୀବନକୁ ଦର୍ଶାଉଛି। ଆପଣ ବର୍ତ୍ତମାନ କେଉଁ ପାହାଚରେ ଠିଆ ହୋଇଥିବା ଅନୁଭବ କରନ୍ତି?" ଏହି ସରଳ କିନ୍ତୁ ଗଭୀର ପ୍ରଶ୍ନଟି ବିଭିନ୍ନ ଦେଶରେ ଖୁସିର ସ୍ତର ମାପିବା ପାଇଁ ଲୋକଙ୍କୁ ପଚରାଯାଇଥିଲା। ଯାହାର ଫଳାଫଳ ଏବେ ଆସିଛି। ଆଉ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଆମ ଦେଶ ଭାରତ ଯୁଦ୍ଧରତ ୟୁକ୍ରେନ୍‌ ଓ ପାଲେଷ୍ଟାଇନ୍ ଠାରୁ ବି ଦୁଃଖରେ ବୁଡ଼ିଛି। ଗ୍ୟାଲପ୍ ସହଯୋଗରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ୱେଲବିଂ ରିସର୍ଚ୍ଚ ସେଣ୍ଟର ୨୦୨୫ ୱାର୍ଲ୍ଡ ହାପିନେସ୍ ଦେଶଗୁଡ଼ିକର ତାଲିକା ଜାରି କରିଛି। ରିପୋର୍ଟ ଅନୁସାରେ ଫିନଲ୍ୟାଣ୍ଡ ବିଶ୍ୱର ସବୁଠାରୁ ଖୁସୀର ଦେଶ ହୋଇଥିବା ବେଳେ ତା’ପଛକୁ ରହିଛି ଡେନମାର୍କ, ଆଇସଲ୍ୟାଣ୍ଡ ଏବଂ ସ୍ୱିଡେନ। ରିପୋର୍ଟରେ ଆହୁରି କୁହାଯାଇଛି ଯେ ଇସ୍ରାଏଲ, ୟୁକ୍ରେନ ଏବଂ ପାଲେଷ୍ଟାଇନ ଭଳି ଯୁଦ୍ଧଗ୍ରସ୍ତ ଦେଶଗୁଡ଼କର ଲୋକମାନେ ଭାରତୀୟଙ୍କ ତୁଳନାରେ ଅଧିକ ଖୁସି ଅଛନ୍ତି।ପଢନ୍ତୁ- Watch ଗୁଜରାଟରେ ଏକସଙ୍ଗରେ ୭୫ହଜାର ମହିଳା ନାଚିଲେ ‘ହୁଡୋ ରାସ’, ରଚିଲେ ବିଶ୍ୱ ରେକର୍ଡଏହି ବର୍ଷର ରିପୋର୍ଟ 'କେୟାରିଂ  ଆଣ୍ଡ ଶେୟାରିଂ' ବିଷୟବସ୍ତୁ ଉପରେ ଆଧାରିତ ଥିଲା। ବିଭିନ୍ନ  ବିଷୟବସ୍ତୁକୁ ନେଇ ଦ

World Happiness Report: ଯୁଦ୍ଧଗ୍ରସ୍ତ ଦେଶର ଲୋକଙ୍କ ଠାରୁ ବି ଦୁଃଖୀ ଭାରତୀୟ, ତାଲିକାରେ କେଉଁଠି ଅଛି ଜାଣନ୍ତୁ

ନୂଆଦିଲ୍ଲୀ: "କଳ୍ପନା କରନ୍ତୁ ଏକ ଶିଡ଼ିର ୦ ରୁ ଆରମ୍ଭ କରି ଶୀର୍ଷରେ ୧୦ ପର୍ଯ୍ୟନ୍ତ କ୍ରମାନ୍ୱୟ  ରହିଛି। ଶିଡ଼ିର ସବୁଠାରୁ ଉପର ଭାଗ ଆପଣଙ୍କ ପାଇଁ ସର୍ବୋତ୍ତମ ସମ୍ଭାବ୍ୟ ଜୀବନକୁ ଦର୍ଶାଉଛି। ଏବଂ ତଳ ଭାଗ ସବୁଠାରୁ ଖରାପକୁ ଜୀବନକୁ ଦର୍ଶାଉଛି। ଆପଣ ବର୍ତ୍ତମାନ କେଉଁ ପାହାଚରେ ଠିଆ ହୋଇଥିବା ଅନୁଭବ କରନ୍ତି?" ଏହି ସରଳ କିନ୍ତୁ ଗଭୀର ପ୍ରଶ୍ନଟି ବିଭିନ୍ନ ଦେଶରେ ଖୁସିର ସ୍ତର ମାପିବା ପାଇଁ ଲୋକଙ୍କୁ ପଚରାଯାଇଥିଲା। ଯାହାର ଫଳାଫଳ ଏବେ ଆସିଛି। ଆଉ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଆମ ଦେଶ ଭାରତ ଯୁଦ୍ଧରତ ୟୁକ୍ରେନ୍‌ ଓ ପାଲେଷ୍ଟାଇନ୍ ଠାରୁ ବି ଦୁଃଖରେ ବୁଡ଼ିଛି। 

ଗ୍ୟାଲପ୍ ସହଯୋଗରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ୱେଲବିଂ ରିସର୍ଚ୍ଚ ସେଣ୍ଟର ୨୦୨୫ ୱାର୍ଲ୍ଡ ହାପିନେସ୍ ଦେଶଗୁଡ଼ିକର ତାଲିକା ଜାରି କରିଛି। ରିପୋର୍ଟ ଅନୁସାରେ ଫିନଲ୍ୟାଣ୍ଡ ବିଶ୍ୱର ସବୁଠାରୁ ଖୁସୀର ଦେଶ ହୋଇଥିବା ବେଳେ ତା’ପଛକୁ ରହିଛି ଡେନମାର୍କ, ଆଇସଲ୍ୟାଣ୍ଡ ଏବଂ ସ୍ୱିଡେନ। ରିପୋର୍ଟରେ ଆହୁରି କୁହାଯାଇଛି ଯେ ଇସ୍ରାଏଲ, ୟୁକ୍ରେନ ଏବଂ ପାଲେଷ୍ଟାଇନ ଭଳି ଯୁଦ୍ଧଗ୍ରସ୍ତ ଦେଶଗୁଡ଼କର ଲୋକମାନେ ଭାରତୀୟଙ୍କ ତୁଳନାରେ ଅଧିକ ଖୁସି ଅଛନ୍ତି।

ପଢନ୍ତୁ- Watch ଗୁଜରାଟରେ ଏକସଙ୍ଗରେ ୭୫ହଜାର ମହିଳା ନାଚିଲେ ‘ହୁଡୋ ରାସ’, ରଚିଲେ ବିଶ୍ୱ ରେକର୍ଡ

ଏହି ବର୍ଷର ରିପୋର୍ଟ 'କେୟାରିଂ  ଆଣ୍ଡ ଶେୟାରିଂ' ବିଷୟବସ୍ତୁ ଉପରେ ଆଧାରିତ ଥିଲା। ବିଭିନ୍ନ  ବିଷୟବସ୍ତୁକୁ ନେଇ ଦେଶଗୁଡ଼ିକରେ ରାଙ୍କିଙ୍ଗ୍‌ କରାଯାଇଥିଲା। ଯଥା- ବାସିନ୍ଦାଙ୍କ ଜୀବନ ମୂଲ୍ୟାଙ୍କନ, ମୁଣ୍ଡପିଛା ଜିଡିପି, ସୁସ୍ଥ ଜୀବନ ଆଶା, ସାମାଜିକ ସମର୍ଥନ, ଜୀବନର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାର ସ୍ୱାଧୀନତା, ଦାନ କରିବାର ବାରମ୍ବାରତା ଏବଂ ସରକାରଓ ବ୍ୟବସାୟରେ ଥିବା ଦୁର୍ନୀତିରେ ଲୋକଙ୍କ ଧାରଣା ସମେତ ବିଭିନ୍ନ କାରଣକୁ ଆଧାର କରି ଦେଶଗୁଡ଼ିକୁ ରାଙ୍କିଂ କରାଯାଇଥିଲା। 

ଏହି ରାଙ୍କିଙ୍ଗରେ ଗ୍ୟାଲପ୍ ୱାର୍ଲ୍ଡ ପୋଲ ଦ୍ୱାରା କରାଯାଇଥିବା ସର୍ଭେକୁ ମଧ୍ୟ ଭିତ୍ତି କରାଯାଇଥିଲା। ଯେଉଁଥିରେ ଉତ୍ତରଦାତାମାନଙ୍କୁ ପଚରାଯାଇଥିଲା ଭଳିକି ଭଳି ପ୍ରଶ୍ନ । ଯେମିତିକି ସେମାନେ ଗତ ମାସରେ ଟଙ୍କା ଦାନ କରିଛନ୍ତି କି, ସ୍ୱେଚ୍ଛାସେବୀ ଭାବରେ କାର୍ଯ୍ୟ କରିଛନ୍ତି କିମ୍ବା କୌଣସି ଅଜଣା ବ୍ୟକ୍ତିଙ୍କୁ ସାହାଯ୍ୟ କରିଛନ୍ତି କି ନା। ଏଥିସହିତ ୨୦୧୯ରେ ପଚରାଯାଇଥିବା ପ୍ରଶ୍ନ- ହଜିଯାଇଥିବା ୱାଲେଟ୍ କେହି ଅଜଣା ବ୍ୟକ୍ତି, ପଡ଼ୋଶୀ କିମ୍ବା ପୋଲିସ ଫେରାଇ ଦେବ ବୋଲି ସେମାନେ ଆଶା କରୁଛନ୍ତି କି? ମଧ୍ୟ ପଚରାଯାଇଥିଲା। 

ଏସବୁ ଆଧାର କରି ଏଥର ବିଶ୍ୱରେ ଖୁସୀ ଥିବା ଦେଶଗୁଡ଼ିକର ରିପୋର୍ଟ ପ୍ରକାଶ କରାଯାଇଛି। ମୋଟ ୧୪୭ ଦେଶକୁ ନେଇ ଏହି ସର୍ଭେ କରାଯାଇଥିଲା। ଯେଉଁଥିରେ ଭାରତ ୧୧୮ ତମ ସ୍ଥାନରେ ରହିଛି। ତେବେ ଖୁସୀର ଦେଶ ତାଲିକାରେ ଭାରତର ରାଙ୍କିଙ୍ଗରେ ପୂର୍ବ ଅପେକ୍ଷା ଉନ୍ନତୀ ହୋଇଛି। ୨୦୨୨ ଓ ୨୦୨୩ରେ ଭାରତରେ ହାପିନେସ ରାଙ୍କ୍ ୧୨୬ ଥିଲା। 

ତେବେ ନିର୍ଦ୍ଦିଷ୍ଟ କେତେକ କ୍ୟାଟେଗୋରୀରେ ଭାରତ ଭଲ ସ୍ଥିତିରେ ରହିଛି। ଦାନ ପାଇଁ ୫୭ ତମ ସ୍ଥାନରେ, ସ୍ୱେଚ୍ଛାସେବୀ କାର୍ଯ୍ୟ ପାଇଁ ୧୦ତମ ଏବଂ ଅପରିଚିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ୭୪ ତମ ସ୍ଥାନରେ ରହିଛି। ସେହିପରି ହଜିଯାଇଥିବା ୱାଲେଟ୍ ଫେରି ପାଇବାର ସମ୍ଭାବନା ବିଷୟରେ କହିବାକୁ ଗଲେ, ଭାରତ ୧୧୫ତମ (ପଡ଼ୋଶୀ ଫେରାଇବା ଆଶା), ୮୬ ତମ (ଅପରିଚିତ ବ୍ୟକ୍ତି) ଏବଂ ୯୩ତମ (ପୁଲିସ୍) ସ୍ଥାନରେ ଥିଲା। 

ପଢନ୍ତୁ- ଏବେ ପଶ୍ଚିମବଙ୍ଗ ବାରରେ କାମ କରିପାରିବେ ମହିଳା, ଅବକାରୀ ଆଇନ ସଂଶୋଧନ କଲେ ମମତା ସରକାର

ତେବେ ଖୁସୀ ଦେଶ ତାଲିକାରେ ଚୀନର ରାଙ୍କ ତଳକୁ ଖସିଛି। ଗତବର୍ଷ ଏହି ତାଲିକାରେ ଚୀନର ରାଙ୍କ ୬୦ ଥିବା ବେଳେ ୨୦୨୫ରେ ୬୮ ତମ ସ୍ଥାନକୁ ଖସି ଆସିଛି ଡ୍ରାଗନ। ସେହିପରି ପାକିସ୍ତାନ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ଏବଂ ସାମାଜିକ ଆହ୍ୱାନର ସମ୍ମୁଖୀନ ହେବା ସତ୍ତ୍ୱେ ବି ୧୦୯ତମ ସ୍ଥାନରେ ରହିଛି। ଇସ୍ରାଏଲ (୮ମ), ୟୁକ୍ରେନ (୧୧୧ତମ), ଏବଂ ପାଲେଷ୍ଟାଇନ (୧୦୮ତମ) ରହିଛନ୍ତି। ଏମାନେ ଯୁଦ୍ଧ ପ୍ରଭାବିତ ରାଷ୍ଟ୍ର ହେଲେ ବି ଏଠାକାର ଲୋକେ ଭାରତୀୟଙ୍କୁ ଠାରୁ ଖୁସୀରେ ଅଛନ୍ତି ବୋଲି ସର୍ଭେ କହୁଛି। 

ତାଲିକାର ସଭା ଶେଷରେ, ଆଫଗାନିସ୍ତାନବାସିନ୍ଦା ରହିଛନ୍ତି। ବିଶେଷକରି ଆଫଗାନ ମହିଳାମାନେ ଜୀବନଯାପନ ସ୍ଥିତି ଖରାପ ହେଉଥିବା ରିପୋର୍ଟରେ କୁହାଯାଇଛି। ସେହିପରି ସିଏରା ଲିଓନ (୧୪୬ତମ) ଏବଂ ଲେବାନନ (୧୪୫ତମ) ସ୍ଥାନରେ ରହିଛନ୍ତି। ତେବେ ଆମେରିକାରେ ଖୁସୀର ମାତ୍ରା ହ୍ରାସ ପାଇଛି। ଏହି ତାଲିକେର ଦେଶ ୨୪ତମ ସ୍ଥାନକୁ ଖସି ଆସିଛି। ରିପୋର୍ଟ ପଢିବା ପରେ ଆପଣ ବି ନିଜକୁ ପ୍ରଶ୍ନ କରିବେ ମୁଁ ଖୁସୀ ତ?