ବରୌନୀ ଜଙ୍କସନରେ ଟ୍ରେନ ସଂଟିଙ୍ଗ କାଳରେ ଦୁର୍ଘଟଣା, ସଂଟମ୍ୟାନ ମୃତ
ବରୌନୀ ୯।୧୧: ସୋନପୁର ରେଳ ମଣ୍ଡଳ ଅନ୍ତର୍ଗତ ବରୌନୀ ଜଙ୍କସନରେ ଶନିବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଟ୍ରେନ ସଂଟିଙ୍ଗ କାଳରେ ସଂଟମ୍ୟାନ ଟ୍ରେନ୍ ଓ ବଗି ମଧ୍ୟରେ ଚାପି ହୋଇ ପ୍ରାଣ ହରାଇଛନ୍ତି। ଏହି ଦୁର୍ଘଟଣା ଟ୍ରେନଡ୍ରାଇଭରଙ୍କ ତ୍ରୁଟି ଯୋଗୁ ହୋଇଥିବା କୁହାଯାଉଛି। ତେବେ ଦୁର୍ଘଟଣା ପରେ ଟ୍ରେନ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। କୁହାଯାଉଛି ସଂଟମ୍ୟାନ ଗାଡି ସଂଖ୍ୟା ୧୫୨୦୪ ଲକ୍ଷ୍ନୌ-ବରୌନୀ ଏକ୍ସପ୍ରେସ୍ ସଂଟିଙ୍ଗ କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ ବରୌନୀ ଜଙ୍କସନର ପ୍ଲାଟଫର୍ମ ସଂଖ୍ୟା ୫ରେ ଲକ୍ଷ୍ନୌ ଜଙ୍କସନରୁ ବରୌନୀ ଆସିଥିବା ଗାଡ଼ି ସଂଖ୍ୟା ୧୫୨୦୪ ସଂଟିଙ୍ଗ କାଳରେ ସଂଟ ମ୍ୟାନଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତକ ସଂଟ ମ୍ୟାନଙ୍କୁ ଦଲସିଂହସରାୟର ୩୫ ବର୍ଷ ବୟଷ୍କ ଅମର କୁମାର ରାଉତ ଭାବେ ଚିହ୍ନଟ କରାଯାଇଛି। ଘଟଣା ସମ୍ପର୍କରେ କୁହାଯାଉଛି ଲକ୍ଷ୍ନୌ-ବରୌନୀ ଏକ୍ସପ୍ରେସ୍ ର କପଲିଂ ଖୋଲିବା କାଳରେ ଟ୍ରେନ ଇଞ୍ଜିନ ପଛକୁ ଗଡିଯିବାରୁ ସଂଟମ୍ୟାନ ଅମର କୁମାର ଇଞ୍ଜିନ ଓ କୋଚ୍ ମଧ୍ୟରେ ଚାପି ହୋଇଯାଇଥିଲେ। ଉପସ୍ଥିତ ଲୋକେ ହୋ ହଲ୍ଲା କରିବାରୁ ଟ୍ରେନ ଡ୍ରାଇଭର ଟ୍ରେନକୁ ଆଗକୁ ନେବା ବଦଳେ ସେହିଠାରେ ଛାଡି ଚାଲିଯାଇଥିଲା। बेगूसराय के बरौनी जंक्शन पर रेलवे अधिकारियों को सुरक्षा से खिलवाड़ करना पड़ा महंगा।बरौनी जंक्शन पर प्लेटफार्म संख्या 5 पर बड़ी दुर
ବରୌନୀ ୯।୧୧: ସୋନପୁର ରେଳ ମଣ୍ଡଳ ଅନ୍ତର୍ଗତ ବରୌନୀ ଜଙ୍କସନରେ ଶନିବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଟ୍ରେନ ସଂଟିଙ୍ଗ କାଳରେ ସଂଟମ୍ୟାନ ଟ୍ରେନ୍ ଓ ବଗି ମଧ୍ୟରେ ଚାପି ହୋଇ ପ୍ରାଣ ହରାଇଛନ୍ତି। ଏହି ଦୁର୍ଘଟଣା ଟ୍ରେନଡ୍ରାଇଭରଙ୍କ ତ୍ରୁଟି ଯୋଗୁ ହୋଇଥିବା କୁହାଯାଉଛି। ତେବେ ଦୁର୍ଘଟଣା ପରେ ଟ୍ରେନ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। କୁହାଯାଉଛି ସଂଟମ୍ୟାନ ଗାଡି ସଂଖ୍ୟା ୧୫୨୦୪ ଲକ୍ଷ୍ନୌ-ବରୌନୀ ଏକ୍ସପ୍ରେସ୍ ସଂଟିଙ୍ଗ କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି।
ସୂଚନା ଅନୁସାରେ ବରୌନୀ ଜଙ୍କସନର ପ୍ଲାଟଫର୍ମ ସଂଖ୍ୟା ୫ରେ ଲକ୍ଷ୍ନୌ ଜଙ୍କସନରୁ ବରୌନୀ ଆସିଥିବା ଗାଡ଼ି ସଂଖ୍ୟା ୧୫୨୦୪ ସଂଟିଙ୍ଗ କାଳରେ ସଂଟ ମ୍ୟାନଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତକ ସଂଟ ମ୍ୟାନଙ୍କୁ ଦଲସିଂହସରାୟର ୩୫ ବର୍ଷ ବୟଷ୍କ ଅମର କୁମାର ରାଉତ ଭାବେ ଚିହ୍ନଟ କରାଯାଇଛି। ଘଟଣା ସମ୍ପର୍କରେ କୁହାଯାଉଛି ଲକ୍ଷ୍ନୌ-ବରୌନୀ ଏକ୍ସପ୍ରେସ୍ ର କପଲିଂ ଖୋଲିବା କାଳରେ ଟ୍ରେନ ଇଞ୍ଜିନ ପଛକୁ ଗଡିଯିବାରୁ ସଂଟମ୍ୟାନ ଅମର କୁମାର ଇଞ୍ଜିନ ଓ କୋଚ୍ ମଧ୍ୟରେ ଚାପି ହୋଇଯାଇଥିଲେ। ଉପସ୍ଥିତ ଲୋକେ ହୋ ହଲ୍ଲା କରିବାରୁ ଟ୍ରେନ ଡ୍ରାଇଭର ଟ୍ରେନକୁ ଆଗକୁ ନେବା ବଦଳେ ସେହିଠାରେ ଛାଡି ଚାଲିଯାଇଥିଲା।
बेगूसराय के बरौनी जंक्शन पर रेलवे अधिकारियों को सुरक्षा से खिलवाड़ करना पड़ा महंगा।
बरौनी जंक्शन पर प्लेटफार्म संख्या 5 पर बड़ी दुर्घटना
गाड़ी संख्या 15204 के शंटिंग के दौरान शंट मैन की गई जान
रेलवे की बड़ी लापरवाही #IndianRailways #Baraunijn @ECRlyHJP @AshwiniVaishnaw pic.twitter.com/wvKs951D2M— Ghanshyam Dev (@Ghanshyamdev3) November 9, 2024
ଉଲ୍ଲେଖଯୋଗ୍ୟ ଯେ ୩ ଦିନ ଆଗରୁ ପୂର୍ବ-ମଧ୍ୟ ରେଲୱେ (ଇସିଆର) ହାଜୀପୁରର ମହାପ୍ରବନ୍ଧକ ଛତ୍ରସାଲ ସିଂହ ଖଗଡିଆ ଜଙ୍କସନ୍ ଭିଜିଟରେ ଆସିଥିଲେ। ଏଥିରେ ବରିଷ୍ଠ ଅଧିକାରୀଙ୍କ ଭିଜିଟ ପରେ ହୋଇଥିବା ଦୁର୍ଘଟଣା ରେଳବାଇ କର୍ମଚାରୀଙ୍କ ଅବହେଳାକୁ ଦର୍ଶାଉଥିବା ଲୋକେ ଅଭିଯୋଗ କରିଛନ୍ତି। ଗୋଟିଏ ପଟେ ଦେଶରେ ରେଳ ଦୁର୍ଘଟଣା ନିୟମିତ ଘଟୁଥିବା ବେଳେ କର୍ମଚାରୀଙ୍କ ଦାୟିତ୍ୱହୀନତା ଯୋଗୁ ଜଣେ ରେଳ କର୍ମଚାରୀ ପ୍ରାଣ ହରାଇବା ଏବେ ଚିନ୍ତାର ବିଷୟ ପାଲଟିଛି।