ପାକିସ୍ତାନର ପଖ୍ତୁନଖଓ୍ବାରେ ବଡ଼ ହମଲା; ୯ ଆତଙ୍କବାଦୀ ନିହତ, ୮ ସୁରକ୍ଷାକର୍ମୀଙ୍କ ମୃତ୍ୟୁ
ଇସଲାମାବାଦ: ପାକିସ୍ତାନରେ ଖୈବର ପଖ୍ତୁନଖଓ୍ବାରେ ବଡ଼ ଧରଣର ଆତଙ୍କୀ ଆକ୍ରମଣ । ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏହି ଏନକାଉଣ୍ଟରରେ ୯ଜଣ ଆତଙ୍କୀ ନିହତ ହୋଇଥିବା ବେଳେ ୮ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଛି । ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ସୂଚନା ଅନୁଯାୟୀ, ଶନିବାର ପାକିସ୍ତାନ ପୋଲିସ ଏବଂ ଆତଙ୍କବାଦୀଙ୍କ ମୁହାଁମୁହିଁ ହୋଇଥିଲେ । ଖୈବର ପଖ୍ତୁନଖଓ୍ବାରେ ତିରାହ ଘାଟି ନିକଟସ୍ଥ ଲୁର୍ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଉପରକୁ ଆତଙ୍କବାଦୀମାନେ ଗୁଳିମାଡ଼ କରିଥିଲେ । ଗୁଳି ବିନିୟମ ହୋଇଥିବା ସ୍ଥାନ ଆଫଗାନିସ୍ତାନ ସୀମାକୁ ଲାଗି କରି ରହିଛି । ଏହି ଅଞ୍ଚଳରେ ତେହରିକ-ଏ-ତାଲିବାନ ପାକିସ୍ତାନ ଆତଙ୍କବାଦୀ ସଂଗଠନ ଏଠାରେ ସକ୍ରିୟ ରହିଛି । ବାରମ୍ବାର ଏହି ଅଞ୍ଚଳରେ ଅଶାନ୍ତି ସୃଷ୍ଟି କରିବାକୁ ଚେଷ୍ଟା କରୁଛି । ଏହି ଘଟଣା ପୂର୍ବରୁ ଟିଟିପି ଆତଙ୍କୀ ସଂଗଠନ ଅନେକ ଥର ହମଲା କରିଛି । ଶନିବାର ଆତଙ୍କୀ ଆକ୍ରମଣ ଘଟଣାରେ ପାକିସ୍ତାନର ଜଣେ କମାଣ୍ଡରଙ୍କ ମୃତ୍ୟୁ ହୋଇଥିବା ବେଳେ ୭ଜଣ ସୁରକ୍ଷାକର୍ମୀ ପ୍ରାଣ ହରାଇଛନ୍ତି । ସେପଟେ ୯ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଛି ପାକିସ୍ତାନ ସେନା ।...
ଇସଲାମାବାଦ: ପାକିସ୍ତାନରେ ଖୈବର ପଖ୍ତୁନଖଓ୍ବାରେ ବଡ଼ ଧରଣର ଆତଙ୍କୀ ଆକ୍ରମଣ । ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏହି ଏନକାଉଣ୍ଟରରେ ୯ଜଣ ଆତଙ୍କୀ ନିହତ ହୋଇଥିବା ବେଳେ ୮ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଛି । ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।
ସୂଚନା ଅନୁଯାୟୀ, ଶନିବାର ପାକିସ୍ତାନ ପୋଲିସ ଏବଂ ଆତଙ୍କବାଦୀଙ୍କ ମୁହାଁମୁହିଁ ହୋଇଥିଲେ । ଖୈବର ପଖ୍ତୁନଖଓ୍ବାରେ ତିରାହ ଘାଟି ନିକଟସ୍ଥ ଲୁର୍ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଉପରକୁ ଆତଙ୍କବାଦୀମାନେ ଗୁଳିମାଡ଼ କରିଥିଲେ । ଗୁଳି ବିନିୟମ ହୋଇଥିବା ସ୍ଥାନ ଆଫଗାନିସ୍ତାନ ସୀମାକୁ ଲାଗି କରି ରହିଛି । ଏହି ଅଞ୍ଚଳରେ ତେହରିକ-ଏ-ତାଲିବାନ ପାକିସ୍ତାନ ଆତଙ୍କବାଦୀ ସଂଗଠନ ଏଠାରେ ସକ୍ରିୟ ରହିଛି । ବାରମ୍ବାର ଏହି ଅଞ୍ଚଳରେ ଅଶାନ୍ତି ସୃଷ୍ଟି କରିବାକୁ ଚେଷ୍ଟା କରୁଛି । ଏହି ଘଟଣା ପୂର୍ବରୁ ଟିଟିପି ଆତଙ୍କୀ ସଂଗଠନ ଅନେକ ଥର ହମଲା କରିଛି । ଶନିବାର ଆତଙ୍କୀ ଆକ୍ରମଣ ଘଟଣାରେ ପାକିସ୍ତାନର ଜଣେ କମାଣ୍ଡରଙ୍କ ମୃତ୍ୟୁ ହୋଇଥିବା ବେଳେ ୭ଜଣ ସୁରକ୍ଷାକର୍ମୀ ପ୍ରାଣ ହରାଇଛନ୍ତି । ସେପଟେ ୯ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଛି ପାକିସ୍ତାନ ସେନା ।...