World’s Largest Ratha: ବିଶ୍ୱର ସବୁଠୁ ବଡ଼ ରଥ...ନିଆରା ପରମ୍ପରା ସହ ଜଡ଼ିତ ଏଠାକାର ଯାତ୍ରା
କେନ୍ଦୁଝର ଏକ ଗଡ଼ଜାତ ରାଜ୍ୟ ଥିଲା । ଏଠାରେ ଜଗନ୍ନାଥ ସଂସ୍କୃତି ୧ ହଜାର ବର୍ଷ ପୁରୁଣା । ପୂର୍ବରୁ ଛୋଟ ମନ୍ଦିରରେ ଚାଲିଥିଲା ପୂଜାର୍ଚ୍ଚନା । ହେଲେ ୧୬୬୧ ଖ୍ରୀଷ୍ଟାଦ୍ଧରେ ଏଠାରେ ବଡ ଦେଉଳ ନିର୍ମିତ ହୋଇ ବିଗ୍ରହ ପ୍ରତିଷ୍ଠା ହେବା ପରେ ୧୬୭୧ ଠାରୁ ଦିବ୍ୟ ଓ ଭବ୍ୟ ରଥଯାତ୍ରାର ଶୁଭାରମ୍ଭ ହୋଇଥିଲା ।