WPL ୨୦୨୫ ପାଇଁ ଖେଳ ସୂଚୀ ଜାରି କଲା ବିସିସିଆଇ, ୪ ସହର ଖେଳାଯିବ ୨୨ ମ୍ୟାଚ୍
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ ଗୁରୁବାର ମହିଳା ପ୍ରିମିୟର ଲିଗ୍ ୨୦୨୫ ପାଇଁ ଖେଳ ସୂଚୀ ଜାରି କରିଛି । ଡବ୍ଲୁପିଏଲ୍ର ଆଗାମୀ ସଂସ୍କରଣ ଫେବ୍ରୁଆରୀ ୧୪ରୁ ମାର୍ଚ୍ଚ ୧୫ ଯାଏ ଖେଳାଯିବ । ଗୁଜରାଟ ଜାଏଣ୍ଟ୍ସ ଏବଂ ଆରସିବି ମଧ୍ୟରେ ବଦୋଦରାରେ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଖେଳାଯିବ । ମୁମ୍ୱାଇରେ ମାର୍ଚ୍ଚ ୧୩ରେ ଏଲିମିନେଟର ଏବଂ ମାର୍ଚ୍ଚ ୧୫ରେ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ଖେଳାଯିବ ।ମହିଳା ପ୍ରିମିୟର ଲିଗ୍ ୨୦୨୫ର ସମସ୍ତ ମ୍ୟାଚ୍କୁ ଚାରୋଟି ଷ୍ଟାଡିୟମରେ ଖେଳାଯିବ । ମୁମ୍ୱାଇ, ଲକ୍ଷ୍ନୌ, ବେଙ୍ଗାଲୁରୁ ଏବଂ ବଦୋଦରାରେ ଲିଗ୍ର ସମସ୍ତ ୨୨ଟି ମ୍ୟାଚ୍ ଖେଳାଯିବ । ଡବ୍ଲୁପିଏଲରେ ଫେବ୍ରୁଆରୀ ୧୪ରୁ ମାର୍ଚ୍ଚ ୧୧ ଯାଏ ଲିଗ୍ ପର୍ଯ୍ୟାୟ ମୁକାବିଲା ଖେଳାଯିବ । ବେଙ୍ଗାଲୁରୁରେ ଆଗାମୀ ସଂସ୍କରଣର ସବୁଠୁ ଅଧିକ ମ୍ୟାଚ୍ ଆୟୋଜନ ହେବ । ବେଙ୍ଗାଲୁରୁରେ ୮, ବଦୋଦରାରେ ୬, ଲକ୍ଷ୍ନୌରେ 4 ଏବଂ ମୁମ୍ୱାଇରେ ପ୍ଲେଫଅ୍ ବ୍ୟତୀତ ଲିଗ୍ ପର୍ଯ୍ୟାୟର ୨-୨ଟି ମୁକାବିଲା ଖେଳାଯିବ ।4⃣ Cities5⃣ Teams2⃣2⃣ Exciting MatchesHere's the #TATAWPL 2025 Schedule ???????????????????? ???????????????? ???????????????????????????????????? ????️ pic.twitter.com/WUjGDft30y— Women's Premier League (WPL) (@wplt20) January 16, 2025ବଦୋଦରାର ଟୁର୍ଣ୍ଣାମେଣ୍ଟର ପ୍ରଥମ ପର୍ଯ୍ୟାୟ ଖେଳାଯ
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ ଗୁରୁବାର ମହିଳା ପ୍ରିମିୟର ଲିଗ୍ ୨୦୨୫ ପାଇଁ ଖେଳ ସୂଚୀ ଜାରି କରିଛି । ଡବ୍ଲୁପିଏଲ୍ର ଆଗାମୀ ସଂସ୍କରଣ ଫେବ୍ରୁଆରୀ ୧୪ରୁ ମାର୍ଚ୍ଚ ୧୫ ଯାଏ ଖେଳାଯିବ । ଗୁଜରାଟ ଜାଏଣ୍ଟ୍ସ ଏବଂ ଆରସିବି ମଧ୍ୟରେ ବଦୋଦରାରେ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଖେଳାଯିବ । ମୁମ୍ୱାଇରେ ମାର୍ଚ୍ଚ ୧୩ରେ ଏଲିମିନେଟର ଏବଂ ମାର୍ଚ୍ଚ ୧୫ରେ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ଖେଳାଯିବ ।
ମହିଳା ପ୍ରିମିୟର ଲିଗ୍ ୨୦୨୫ର ସମସ୍ତ ମ୍ୟାଚ୍କୁ ଚାରୋଟି ଷ୍ଟାଡିୟମରେ ଖେଳାଯିବ । ମୁମ୍ୱାଇ, ଲକ୍ଷ୍ନୌ, ବେଙ୍ଗାଲୁରୁ ଏବଂ ବଦୋଦରାରେ ଲିଗ୍ର ସମସ୍ତ ୨୨ଟି ମ୍ୟାଚ୍ ଖେଳାଯିବ । ଡବ୍ଲୁପିଏଲରେ ଫେବ୍ରୁଆରୀ ୧୪ରୁ ମାର୍ଚ୍ଚ ୧୧ ଯାଏ ଲିଗ୍ ପର୍ଯ୍ୟାୟ ମୁକାବିଲା ଖେଳାଯିବ । ବେଙ୍ଗାଲୁରୁରେ ଆଗାମୀ ସଂସ୍କରଣର ସବୁଠୁ ଅଧିକ ମ୍ୟାଚ୍ ଆୟୋଜନ ହେବ । ବେଙ୍ଗାଲୁରୁରେ ୮, ବଦୋଦରାରେ ୬, ଲକ୍ଷ୍ନୌରେ 4 ଏବଂ ମୁମ୍ୱାଇରେ ପ୍ଲେଫଅ୍ ବ୍ୟତୀତ ଲିଗ୍ ପର୍ଯ୍ୟାୟର ୨-୨ଟି ମୁକାବିଲା ଖେଳାଯିବ ।
4⃣ Cities
5⃣ Teams
2⃣2⃣ Exciting Matches
Here's the #TATAWPL 2025 Schedule ????
???????????????? ???????????????? ???????????????????????????????????? ????️ pic.twitter.com/WUjGDft30y— Women's Premier League (WPL) (@wplt20) January 16, 2025
ବଦୋଦରାର ଟୁର୍ଣ୍ଣାମେଣ୍ଟର ପ୍ରଥମ ପର୍ଯ୍ୟାୟ ଖେଳାଯିବ । ନବନିର୍ମିତ ଷ୍ଟାଡିୟମରେ ଛଅ ମ୍ୟାଚ୍ ଖେଳାଯିବା ପରେ ସବୁ ଟିମ୍ ବେଙ୍ଗାଲୁରୁ ପହଞ୍ଚିବେ । ଏଠାରେ ଛଅ ମ୍ୟାଚ୍ ଖେଳାଯିବା ପରେ ଲକ୍ଷ୍ନୌରେ ପହଞ୍ଚିବେ ଟିମ୍ । ଟୁର୍ଣ୍ଣାମେଣ୍ଟର ଶେଷ ଦୁଇ ଲିଗ୍ ମ୍ୟାଚ୍ ଏବଂ ଏଲିମିନେଟର ଏବଂ ଫାଇନାଲ୍ ମ୍ୟାଚ୍ ମୁମ୍ୱାଇର ବ୍ରେବୋର୍ନ ଷ୍ଟାଡିୟମରେ ଖେଳାଯିବ ।