WTC Final: ୩୩ ବର୍ଷ ଅପେକ୍ଷାର ଅନ୍ତ: ଅଷ୍ଟ୍ରେଲିଆକୁ ହରାଇ ବିଶ୍ୱ ଚାମ୍ପିଅନ ହେଲା ଦକ୍ଷିଣ ଆଫ୍ରିକା

ଲର୍ଡସ,୧୪।୬: ଟେମ୍ବା ବାଭୁମାଙ୍କ ଅଧିନାୟକତ୍ୱରେ ଦକ୍ଷିଣ ଆଫ୍ରିକା ଟିମ୍‌ ଇତିହାସ ରଚିିଛି। ଲର୍ଡସରେ ଶନିବାର ଖେଳାଯାଇଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ ୨୦୨୫ର ଫାଇନାଲରେ ଡିଫେଣ୍ଡିଂ ଚାମ୍ପିଅନ ଅଷ୍ଟ୍ରେଲିଆକୁ ୫ ଉଇକେଟରେ ପରାସ୍ତ କରିଛି। ଫଳରେ ଦକ୍ଷିଣ ଆଫ୍ରିକା ବିଶ୍ୱକପ ପାଇଁ ୩୩ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟାଇ ପ୍ରଥମ ଥର ପାଇଁ ସିନିୟର କ୍ରିକେଟରେ ବିଶ୍ୱ ଚାମ୍ପିଅନ ହେବାର ଗୌରବ ଅର୍ଜନ କରିଛି। ଦକ୍ଷିଣ ଆଫ୍ରିକାର ଏହି ବିଜୟର ହିରୋ ସାଜିଥିଲେ ଦ୍ରୁତ ବୋଲର କାଗିସୋ ରାବାଡା […] The post WTC Final: ୩୩ ବର୍ଷ ଅପେକ୍ଷାର ଅନ୍ତ: ଅଷ୍ଟ୍ରେଲିଆକୁ ହରାଇ ବିଶ୍ୱ ଚାମ୍ପିଅନ ହେଲା ଦକ୍ଷିଣ ଆଫ୍ରିକା appeared first on Dharitri Odia News.

WTC Final: ୩୩ ବର୍ଷ ଅପେକ୍ଷାର ଅନ୍ତ: ଅଷ୍ଟ୍ରେଲିଆକୁ ହରାଇ ବିଶ୍ୱ ଚାମ୍ପିଅନ ହେଲା ଦକ୍ଷିଣ ଆଫ୍ରିକା

ଲର୍ଡସ,୧୪।୬: ଟେମ୍ବା ବାଭୁମାଙ୍କ ଅଧିନାୟକତ୍ୱରେ ଦକ୍ଷିଣ ଆଫ୍ରିକା ଟିମ୍‌ ଇତିହାସ ରଚିିଛି। ଲର୍ଡସରେ ଶନିବାର ଖେଳାଯାଇଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ ୨୦୨୫ର ଫାଇନାଲରେ ଡିଫେଣ୍ଡିଂ ଚାମ୍ପିଅନ ଅଷ୍ଟ୍ରେଲିଆକୁ ୫ ଉଇକେଟରେ ପରାସ୍ତ କରିଛି। ଫଳରେ ଦକ୍ଷିଣ ଆଫ୍ରିକା ବିଶ୍ୱକପ ପାଇଁ ୩୩ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟାଇ ପ୍ରଥମ ଥର ପାଇଁ ସିନିୟର କ୍ରିକେଟରେ ବିଶ୍ୱ ଚାମ୍ପିଅନ ହେବାର ଗୌରବ ଅର୍ଜନ କରିଛି।

ଦକ୍ଷିଣ ଆଫ୍ରିକାର ଏହି ବିଜୟର ହିରୋ ସାଜିଥିଲେ ଦ୍ରୁତ ବୋଲର କାଗିସୋ ରାବାଡା ଏବଂ ଓପନର ଏଡେନ ମାର୍କରାମ। ରାବାଡା ମ୍ୟାଚ୍‌ରେ ୯ ଉଇକେଟ ନେଇଥିଲେ ଏବଂ ମାର୍କରାମ ଚତୁର୍ଥ ଇନିଂସରେ ଏକ ଚମତ୍କାର ଅପରାଜିତ ଶତକ ହାସଲ କରିଥିଲେ। ସେହି ସମୟରେ, ଅଧିନାୟକ ଟେମ୍ବା ବାଭୁମା ମଧ୍ୟ ହାମଷ୍ଟ୍ରିଙ୍ଗ ଆଘାତ ସହିତ ଲଢ଼ୁଥିବା ସମୟରେ ଏକ ଉତ୍କୃଷ୍ଟ ୬୬ ରନର ଇନିଂସ କରିଥିଲେ।

ଦକ୍ଷିଣ ଆଫ୍ରିକା ୨୭ ବର୍ଷ ପୂର୍ବେ ୧୯୯୮ ମସିହାରେ ଚାମ୍ପିଅନ୍ସ ଟ୍ରଫି (ICC ନକ ଆଉଟ ଟ୍ରଫି) ରୂପରେ ଶେଷ ICC ଟାଇଟଲ ଜିତିଥିଲା। ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଦକ୍ଷିଣ ଆଫ୍ରିକାକୁ ଜିତିବା ପାଇଁ ୨୮୨ ରନର ଟାର୍ଗେଟ ଦେଇଥିଲା। ଏଡେନ ମାର୍କରାମ ଏବଂ ତେମ୍ବା ବାଭୁମାଙ୍କ ବ୍ୟାଟିଂ ଯୋଗୁ ଦକ୍ଷିଣ ଆଫ୍ରିକା ପାଇଁ ବିଜୟ ପଥ ସହଜ ହୋଇଯାଇଥିଲା। ପରିଣାମ ସ୍ବରୂପ ଦକ୍ଷିଣ ଆଫ୍ରିକା ଇତିହାସ ରଚିଛି।

The post WTC Final: ୩୩ ବର୍ଷ ଅପେକ୍ଷାର ଅନ୍ତ: ଅଷ୍ଟ୍ରେଲିଆକୁ ହରାଇ ବିଶ୍ୱ ଚାମ୍ପିଅନ ହେଲା ଦକ୍ଷିଣ ଆଫ୍ରିକା appeared first on Dharitri Odia News.