WTC ଫାଇନାଲ୍ ଦୌଡ଼ରୁ ଭାରତ ବାଦ୍ ! ଅଷ୍ଟ୍ରେଲିଆ ମାଟିରେ ଚମତ୍କାର ହିଁ ଦଳକୁ ଦେବ ଫାଇନାଲ୍ ଟିକେଟ୍

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷରେ ୦-୩ରେ ମୂଳପୋଛ ହେବା ପରେ ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ବିଶ୍ଵ  ଟେଷ୍ଟ ଚାମ୍ପିଅନଶିପର ଫାଇନାଲ୍ ଦୌଡ଼ରୁ ଆପାତତଃ ବାଦ୍ ପଡ଼ି ସାରିଛି। ନ୍ୟୁଜିଲାଣ୍ଡ ବିପକ୍ଷରେ ହ୍ଵାଇଟ୍ ଓ୍ଵାସ୍ ହେବା ପରେ ଭାରତୀୟ ଦଳ ଡବ୍ଲ୍ୟୁଟିସି ପଏଣ୍ଟ ଟେବୁଲରେ ଶୀର୍ଷ ସ୍ଥାନ ହରାଇଛି। ରୋହିତ ଶର୍ମାଙ୍କ ଦଳ ୫୮.୩୩ ବିଜୟ ପ୍ରତିଶତ ସହିତ ଦ୍ଵିତୀୟ ସ୍ଥାନକୁ ଖସି ଆସିଛି। ଅନ୍ୟପଟେ ଅଷ୍ଟ୍ରେଲିଆ ବସି ବସି ଫାଇଦା ପାଇଛି। ପାଟ୍ କମିନ୍ସଙ୍କ ଦଳ ଏ ପର୍ଯ୍ୟନ୍ତ ୬୨.୫ ପ୍ରତିଶତ ଅଙ୍କ ସହିତ ପ୍ରଥମ ସ୍ଥାନରେ ପହଞ୍ଚି ଯାଇଛି। ଅନ୍ୟପଟେ ଐତିହାସିକ ବିଜୟ ପରେ ନ୍ୟୁଜିଲାଣ୍ଡ ଗୋଟିଏ ସ୍ଥାନ ଉପରକୁ ଉଠି ପଞ୍ଚମ ସ୍ଥାନରେ ପହଞ୍ଚିଛି।ଭାରତୀୟ ଦଳ ଚଳିତ ମାସ ଶେଷ ଆଡ଼କୁ ଅଷ୍ଟ୍ରେଲିଆ ଗସ୍ତ କରିବ। ଏହି ଗସ୍ତରେ ୫ ମ୍ୟାଚ୍ ବିଶିଷ୍ଟ ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ୍ ଖେଳିବ ଭାରତ। ଯଦି ଭାରତକୁ ଡବ୍ଲ୍ୟୁଟିସି ଫାଇନାଲ୍‌ରେ ପହଞ୍ଚିବାର ଅଛି ତେବେ ଦଳ ୫ ମ୍ୟାଚ୍‌ରୁ ଯେମିତି ଗୋଟିଏ ମୁକାବିଲା ନ ହାରେ। ଗୋଟିଏ ପରାଜୟ ଦଳର ଫାଇନାଲ୍‌ରେ ପ୍ରବେଶ ଦ୍ଵାର ବନ୍ଦ କରି ଦେବ। ବର୍ତ୍ତମାନ ସମୀକରଣ ଏମିତି  ହୋଇଛି ଯେ, ଅଷ୍ଟ୍ରେଲିଆ ମାଟିରେ ଭାରତ ୪ ମ୍ୟାଚ୍ ଜିତିବା ଜରୁରୀ। ଗୋଟିଏ ପରାଜୟ ଭାରତର ଡବ୍ଲ୍ୟୁଟିସି ଫାଇନାଲ୍ ଦ୍ଵାର ବନ୍ଦ କରି ଦେବ। ଯଦି ଭାରତ ୪ଟି ମ୍ୟାଚ୍ ଜିତି ଗୋଟିଏ ହାରେ ତେବେ ଦଳର ବିଜୟ ପ୍ରତ

WTC ଫାଇନାଲ୍ ଦୌଡ଼ରୁ ଭାରତ ବାଦ୍ ! ଅଷ୍ଟ୍ରେଲିଆ ମାଟିରେ ଚମତ୍କାର ହିଁ ଦଳକୁ ଦେବ ଫାଇନାଲ୍ ଟିକେଟ୍

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷରେ ୦-୩ରେ ମୂଳପୋଛ ହେବା ପରେ ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ବିଶ୍ଵ  ଟେଷ୍ଟ ଚାମ୍ପିଅନଶିପର ଫାଇନାଲ୍ ଦୌଡ଼ରୁ ଆପାତତଃ ବାଦ୍ ପଡ଼ି ସାରିଛି। ନ୍ୟୁଜିଲାଣ୍ଡ ବିପକ୍ଷରେ ହ୍ଵାଇଟ୍ ଓ୍ଵାସ୍ ହେବା ପରେ ଭାରତୀୟ ଦଳ ଡବ୍ଲ୍ୟୁଟିସି ପଏଣ୍ଟ ଟେବୁଲରେ ଶୀର୍ଷ ସ୍ଥାନ ହରାଇଛି। ରୋହିତ ଶର୍ମାଙ୍କ ଦଳ ୫୮.୩୩ ବିଜୟ ପ୍ରତିଶତ ସହିତ ଦ୍ଵିତୀୟ ସ୍ଥାନକୁ ଖସି ଆସିଛି। ଅନ୍ୟପଟେ ଅଷ୍ଟ୍ରେଲିଆ ବସି ବସି ଫାଇଦା ପାଇଛି। ପାଟ୍ କମିନ୍ସଙ୍କ ଦଳ ଏ ପର୍ଯ୍ୟନ୍ତ ୬୨.୫ ପ୍ରତିଶତ ଅଙ୍କ ସହିତ ପ୍ରଥମ ସ୍ଥାନରେ ପହଞ୍ଚି ଯାଇଛି। ଅନ୍ୟପଟେ ଐତିହାସିକ ବିଜୟ ପରେ ନ୍ୟୁଜିଲାଣ୍ଡ ଗୋଟିଏ ସ୍ଥାନ ଉପରକୁ ଉଠି ପଞ୍ଚମ ସ୍ଥାନରେ ପହଞ୍ଚିଛି।

ଭାରତୀୟ ଦଳ ଚଳିତ ମାସ ଶେଷ ଆଡ଼କୁ ଅଷ୍ଟ୍ରେଲିଆ ଗସ୍ତ କରିବ। ଏହି ଗସ୍ତରେ ୫ ମ୍ୟାଚ୍ ବିଶିଷ୍ଟ ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ୍ ଖେଳିବ ଭାରତ। ଯଦି ଭାରତକୁ ଡବ୍ଲ୍ୟୁଟିସି ଫାଇନାଲ୍‌ରେ ପହଞ୍ଚିବାର ଅଛି ତେବେ ଦଳ ୫ ମ୍ୟାଚ୍‌ରୁ ଯେମିତି ଗୋଟିଏ ମୁକାବିଲା ନ ହାରେ। ଗୋଟିଏ ପରାଜୟ ଦଳର ଫାଇନାଲ୍‌ରେ ପ୍ରବେଶ ଦ୍ଵାର ବନ୍ଦ କରି ଦେବ। ବର୍ତ୍ତମାନ ସମୀକରଣ ଏମିତି  ହୋଇଛି ଯେ, ଅଷ୍ଟ୍ରେଲିଆ ମାଟିରେ ଭାରତ ୪ ମ୍ୟାଚ୍ ଜିତିବା ଜରୁରୀ। ଗୋଟିଏ ପରାଜୟ ଭାରତର ଡବ୍ଲ୍ୟୁଟିସି ଫାଇନାଲ୍ ଦ୍ଵାର ବନ୍ଦ କରି ଦେବ। ଯଦି ଭାରତ ୪ଟି ମ୍ୟାଚ୍ ଜିତି ଗୋଟିଏ ହାରେ ତେବେ ଦଳର ବିଜୟ ପ୍ରତିଶତ ୬୪.୦୩ ପ୍ରତିଶତ ରହିବ। ଯଦି ଦଳ ୪ ମ୍ୟାଚ୍ ଜିତି ଗୋଟିଏ ମୁକାବିଲା ଡ୍ର ରଖିବାରେ ସକ୍ଷମ ହୁଏ ତେବେ ଦଳର ବିଜୟ ପ୍ରତିଶତ ୬୫.୭୮ ପ୍ରତିଶତ ରହିବ। 




ଡବ୍ଲ୍ୟୁଟିସି ପଏଣ୍ଟ ଟେବୁଲରେ ଏକ ନମ୍ବର ସ୍ଥାନରେ ଥିବା ଅଷ୍ଟ୍ରେଲିଆକୁ ଯଦି ଫାଇନାଲ୍‌ରେ ପହଞ୍ଚିବାର ଅଛି ତେବେ ଦଳକୁ ପରବର୍ତ୍ତୀ ୭ ମ୍ୟାଚ୍‌ରୁ ୫ ଜିତିବାକୁ ପଡ଼ିବ। କଙ୍ଗାରୁ ଦଳକୁ ନିଜ ଘରେ ଭାରତ ବିପକ୍ଷରେ ୫ ମ୍ୟାଚ୍‌ର ଟେଷ୍ଟ ସିରିଜ୍ ବ୍ୟତୀତ ଶ୍ରୀଲଙ୍କା ଗସ୍ତରେ ୨ ମ୍ୟାଚ୍‌ର ଟେଷ୍ଟ ସିରିଜ୍ ଖେଳିବ। ଯଦି କଙ୍ଗାରୁ ୭ ମ୍ୟାଚ୍‌ରୁ ୫ ମ୍ୟାଚ୍ ଜିତିବାରେ ସଫଳ ହୁଏ ତେବେ ଦଳର ବିଜୟ ପ୍ରତିଶତ ୬୫.୭୮ ପ୍ରତିଶତ ରହିବ। 

ଦକ୍ଷିଣ ଆଫ୍ରିକା ବାଂଲାଦେଶ ସିରିଜ୍ ପରେ ଅଚାନକ ଫାଇନାଲ୍‌ ଦୌଡରେ ପ୍ରବେଶ କରିଛି। ଦଳ ଆୟୋଜକ ବାଂଲାଦେଶକୁ ୨-୦ରେ ହରାଇ ଡବ୍ଲ୍ୟୁଟିସିରେ ଗୁରୁତ୍ଵପୂର୍ଣ୍ଣ ୨୪ ପଏଣ୍ଟ ହାସଲ କରିଛି। ଦକ୍ଷିଣ ଆଫ୍ରିକା ସଂପ୍ରତି ୫୪.୧୬ ପ୍ରତିଶତ ସହିତ ଅଙ୍କ ତାଲିକାରେ ପଞ୍ଚମ ସ୍ଥାନରେ ରହିଛି। ଦକ୍ଷିଣ ଆଫ୍ରିକା ତାର ପରବର୍ତ୍ତୀ ଚାରି ମ୍ୟାଚ୍ ନିଜ ଘରୋଇ ମାଟିରେ ଶ୍ରୀଲଙ୍କା ଓ ପାକିସ୍ତାନ ବିପକ୍ଷରେ ଖେଳିବ। ନିଜ ଘରେ ଦକ୍ଷିଣ ଆଫ୍ରିକାର ରେକର୍ଡ ଚମତ୍କାର ରହିଛି। ଯଦି ଦଳ ୪ ମ୍ୟାଚ୍ ଜିତିଯାଏ ତେବେ ଏହାର ସର୍ବାଧିକ ବିଜୟ ପ୍ରତିଶତ ୬୯.୪୪ ପ୍ରତିଶତ ରହିବ। ଯଦି ୩ ମ୍ୟାଚ୍ ଜିତେ ତେବେ ଦଳକୁ ୬୧.୧୧ ପ୍ରତିଶତ ଅଙ୍କ ମିଳିବ।