Zomatoର ବଦଳିଗଲା ନାମ, ଏବେ ଏହି ନାଁରେ ପରିଚିତ ହେବ ଫୁଡ ଡେଲିଭରି ଆପ୍
ନୂଆଦିଲ୍ଲୀ ୬।୨: ଫୁଡ ଡେଲିଭରି ଆପ୍ ଜୋମାଟୋକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ଏହାର ନାମ ବଦଳାଇବା ପାଇଁ କମ୍ପାନୀର ବୋର୍ଡ ଆପ୍ରୁଭାଲ ଦେଇଛି। କମ୍ପାନୀର ନୂଆ ନାଁ ‘ଇଟରନାଲ ଲିମିଟେଡ’ ହେବ। ଏହି ଐତିହାସିକ ନିଷ୍ପତ୍ତିକୁ କମ୍ପାନୀର ବୋର୍ଡ ମଞ୍ଜୁରୀ ଦେଇଛି। ଏବେ କେବଳ ସେୟାରଧାରୀଙ୍କ ସ୍ୱୀକୃତିକୁ ଅପେକ୍ଷା କରାଯାଇଛି। କିଛି ସମୟ ପୂର୍ବରୁ ବ୍ଲିଂକଇଟ୍ କୁ ଜୋମାଟୋ ଅଧିଗ୍ରହଣ କରିଥିଲା ଓ ଏହା ଏବେ କମ୍ପାନୀର ଏକ ବଡ଼ ଅଂଶରେ ପରିଣତ ହୋଇଛି। ଏଣୁ କମ୍ପାନୀ ନାମ ବଦଳାଇବାକୁ ନିଷ୍ପତ୍ତି ନେଇଛି। ଉଲ୍ଲେଖଯୋଗ୍ୟ ଯେ ଆଜିର ସମୟରେ ଜୋମାଟୋ କେବଳ ଏକ ରେସ୍ତୋରାଁ ଲିଷ୍ଟିଂ ପ୍ଲାଟଫର୍ମ ନୁହେଁ ବରଂ ଏହା ଡେଲିଭରୀ, ଗ୍ରୋସରୀ, ହାଇପରପ୍ୟୋର ଓ କ୍ୱିକ୍ କମର୍ସ ଭଳି ଅନେକ ସେକ୍ଟରରେ କାମ କରୁଛି। ଦୀପିନ୍ଦର ଗୋୟଲଙ୍କ ଅନୁସାରେ ‘ଇଟରନାଲ’ କେବଳ ଏକ ନାମ ନୁହେଁ ବରଂ ଏକ ମିସନ ଷ୍ଟେଟମେଣ୍ଟ। ଏହାର ଅର୍ଥ କମ୍ପାନୀର ଅସ୍ତିତ୍ୱ କେବଳ ବର୍ତ୍ତମାନରେ ନୁହେଁ, ଭବିଷ୍ୟତରେ ମଧ୍ୟ ରହିବ। ଜୋମାଟୋ ଓ ବ୍ଲିଂକଇଟ୍ ବ୍ରାଣ୍ଡ ପୂର୍ବ ଭଳି କାମ କରିବ। ଗ୍ରାହକଙ୍କୁ କୌଣସି ପ୍ରକାରର ଅସୁବିଧା ହେବ ନାହିଁ। କମ୍ପାନୀ ନିଜର କ୍ୱାଲିଟି ଓ ସେବା ସୁଧାର ନିମନ୍ତେ ଲଗାତାର ଇନୋଭେସନ ଚଳାଇଥିବ। ଦୀପିନ୍ଦର ଗୋୟଲ ଜୋମାଟୋର ସଂସ୍ଥାପକ। ସେ ୧୭ ବର୍ଷ ପୂର୍ବେ ୨୦୦୭ ମସିହାରେ ‘ଫୁଡିବେ’ ନାମରେ କମ୍ପାନୀ ଆରମ୍ଭ କରିଥିଲେ। ସେ କେବଳ ସେବା ଭାବରେ ରେସ୍ତୋ
ନୂଆଦିଲ୍ଲୀ ୬।୨: ଫୁଡ ଡେଲିଭରି ଆପ୍ ଜୋମାଟୋକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ଏହାର ନାମ ବଦଳାଇବା ପାଇଁ କମ୍ପାନୀର ବୋର୍ଡ ଆପ୍ରୁଭାଲ ଦେଇଛି। କମ୍ପାନୀର ନୂଆ ନାଁ ‘ଇଟରନାଲ ଲିମିଟେଡ’ ହେବ। ଏହି ଐତିହାସିକ ନିଷ୍ପତ୍ତିକୁ କମ୍ପାନୀର ବୋର୍ଡ ମଞ୍ଜୁରୀ ଦେଇଛି। ଏବେ କେବଳ ସେୟାରଧାରୀଙ୍କ ସ୍ୱୀକୃତିକୁ ଅପେକ୍ଷା କରାଯାଇଛି। କିଛି ସମୟ ପୂର୍ବରୁ ବ୍ଲିଂକଇଟ୍ କୁ ଜୋମାଟୋ ଅଧିଗ୍ରହଣ କରିଥିଲା ଓ ଏହା ଏବେ କମ୍ପାନୀର ଏକ ବଡ଼ ଅଂଶରେ ପରିଣତ ହୋଇଛି।
ଏଣୁ କମ୍ପାନୀ ନାମ ବଦଳାଇବାକୁ ନିଷ୍ପତ୍ତି ନେଇଛି। ଉଲ୍ଲେଖଯୋଗ୍ୟ ଯେ ଆଜିର ସମୟରେ ଜୋମାଟୋ କେବଳ ଏକ ରେସ୍ତୋରାଁ ଲିଷ୍ଟିଂ ପ୍ଲାଟଫର୍ମ ନୁହେଁ ବରଂ ଏହା ଡେଲିଭରୀ, ଗ୍ରୋସରୀ, ହାଇପରପ୍ୟୋର ଓ କ୍ୱିକ୍ କମର୍ସ ଭଳି ଅନେକ ସେକ୍ଟରରେ କାମ କରୁଛି। ଦୀପିନ୍ଦର ଗୋୟଲଙ୍କ ଅନୁସାରେ ‘ଇଟରନାଲ’ କେବଳ ଏକ ନାମ ନୁହେଁ ବରଂ ଏକ ମିସନ ଷ୍ଟେଟମେଣ୍ଟ। ଏହାର ଅର୍ଥ କମ୍ପାନୀର ଅସ୍ତିତ୍ୱ କେବଳ ବର୍ତ୍ତମାନରେ ନୁହେଁ, ଭବିଷ୍ୟତରେ ମଧ୍ୟ ରହିବ।
ଜୋମାଟୋ ଓ ବ୍ଲିଂକଇଟ୍ ବ୍ରାଣ୍ଡ ପୂର୍ବ ଭଳି କାମ କରିବ। ଗ୍ରାହକଙ୍କୁ କୌଣସି ପ୍ରକାରର ଅସୁବିଧା ହେବ ନାହିଁ। କମ୍ପାନୀ ନିଜର କ୍ୱାଲିଟି ଓ ସେବା ସୁଧାର ନିମନ୍ତେ ଲଗାତାର ଇନୋଭେସନ ଚଳାଇଥିବ। ଦୀପିନ୍ଦର ଗୋୟଲ ଜୋମାଟୋର ସଂସ୍ଥାପକ। ସେ ୧୭ ବର୍ଷ ପୂର୍ବେ ୨୦୦୭ ମସିହାରେ ‘ଫୁଡିବେ’ ନାମରେ କମ୍ପାନୀ ଆରମ୍ଭ କରିଥିଲେ। ସେ କେବଳ ସେବା ଭାବରେ ରେସ୍ତୋରାଁ ମାନଙ୍କ ମେନ୍ୟୁ ଅନଲାଇନରେ ଅପଲୋଡ କରିବା ଆରମ୍ଭ କରିଥିଲେ। ତେବେ ପରେ ଏହା ଏକ ବଡ଼ କମ୍ପାନୀରେ ପରିବର୍ତ୍ତିତ ହୋଇଥିଲା।
ଏବେ ବଦଳିବ କ’ଣ?
କମ୍ପାନୀର ନାମ ଜୋମାଟୋ ଲିମିଟେଡରୁ ଇଟରନାଲ ଲିମିଟେଡ ହେବ। ୱେବସାଇଟ୍ ଜୋମୋଟା ଡଟ୍ କମରୁ ଇଟରନାଲ ଡଟ୍ କମ୍ ହେବ। ଷ୍ଟକ୍ ଟିକର ଜୋମାଟୋରୁ ଇଟରନାଲ ହେବ। ଏହାର ମୁଖ୍ୟ ବ୍ୟବସାୟ ଜୋମାଟୋ, ବ୍ଲିଂକଇଟ୍, ଡିଷ୍ଟ୍ରିକ୍ଟ ଓ ହାଇପରପ୍ୟୋର ରହିବ।