ଅକ୍ଟୋବରରେ ବଢ଼ିଲା ବାତ୍ୟା ଭୟ! ୨୨ରେ ବଙ୍ଗୋପସାଗରରେ ଲଘୁଚାପ

କନକ ବ୍ୟୁରୋ: ଅକ୍ଟୋବର ମାସ ଆସିଲେ, ସାଧାରଣ ମନରେ ବାତ୍ୟା ଭୟ ସଂଚାର ହୁଏ। ସମୁଦ୍ରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲା ମାତ୍ରେ ବାତ୍ୟା ଆଶଙ୍କା ସମସ୍ତଙ୍କୁ ବିଚଳିତ କରେ। ଏବେ ମଧ୍ୟ ସେମିତି କିଛି ଖବରକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା। ପାଣିପାଗ ବିଭାଗର ଆକଳନ ଯଦିଓ ବାତ୍ୟାକୁ ନେଇ କିଛି ସ୍ପଷ୍ଟ କରିନାହିଁ। କିନ୍ତୁ ଅକ୍ଟୋବରରେ ସମ୍ଭାବ୍ୟ ବାତ୍ୟା ସୂଚନା ଭୟଭୀତ କରିଛି। ଆଗକୁ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ, ବାତ୍ୟାର ରୂପ ନେବା ନେଇ ଆକଳନ କରୁଛନ୍ତି ବିଭିନ୍ନ ଅନ୍ତର୍ଜାତୀୟ ପାଣିପାଗ ମଡେଲ। କିନ୍ତୁ ସମ୍ଭାବ୍ୟ ବାତ୍ୟାକୁ ନେଇ କୌଣସି ସ୍ପଷ୍ଟୀକରଣ ଭାରତୀୟ ପାଣିପାଗ ବିଭାଗ। କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ବାତ୍ୟାର ସମ୍ଭାବ୍ୟ ଚିତ୍ର। ଗ୍ଲୋବାଲ ଫୋରକାଷ୍ଟ ସିଷ୍ଟମ- ଜିଏଫଏସ ମଡେଲ ସମ୍ଭାବ୍ୟ ବାତ୍ୟାକୁ ନେଇ ଏଭଳି ଆକଳନ କରିଛି। କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ସମୁଦ୍ରରୁ ବଳ ଗୋଟାଇବ । ଫଳରେ ଏହା ବାତ୍ୟାରେ ପରିଣତ ହୋଇପାରେ। ତେବେ ଏହାର ତୀବ୍ରତା ଓ ଗତିପଥକୁ ନେଇ ବାରମ୍ୱାର ଆକଳନ ପରିବର୍ତନ କରୁଛି ଜିଏଫଏସ ମଡେଲ, ଯାହାକୁ ନେଇ ସନ୍ଦେହ ବଢୁଛି । କେବଳ ଜିଏଫଏସ ମଡେଲ ନୁହେଁ, ଅନ୍ତର୍ଜାତୀୟ ସ୍ତରରେ ପାଣିପାଗକୁ ପୂର୍ବାନୁମାନ କରୁଥିବା ଆଉଏକ ସଂସ୍ଥା ସେଣ୍ଟର ଫର ମିଡିୟମ ରେଞ୍ଜ ୱେଦର ଫୋରକାଷ୍ଟ- ଇସିଏମଡବ୍ଲୁଏଫର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ମଡେଲ

ଅକ୍ଟୋବରରେ ବଢ଼ିଲା ବାତ୍ୟା ଭୟ! ୨୨ରେ ବଙ୍ଗୋପସାଗରରେ ଲଘୁଚାପ

କନକ ବ୍ୟୁରୋ: ଅକ୍ଟୋବର ମାସ ଆସିଲେ, ସାଧାରଣ ମନରେ ବାତ୍ୟା ଭୟ ସଂଚାର ହୁଏ। ସମୁଦ୍ରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲା ମାତ୍ରେ ବାତ୍ୟା ଆଶଙ୍କା ସମସ୍ତଙ୍କୁ ବିଚଳିତ କରେ। ଏବେ ମଧ୍ୟ ସେମିତି କିଛି ଖବରକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା। ପାଣିପାଗ ବିଭାଗର ଆକଳନ ଯଦିଓ ବାତ୍ୟାକୁ ନେଇ କିଛି ସ୍ପଷ୍ଟ କରିନାହିଁ। କିନ୍ତୁ ଅକ୍ଟୋବରରେ ସମ୍ଭାବ୍ୟ ବାତ୍ୟା ସୂଚନା ଭୟଭୀତ କରିଛି। ଆଗକୁ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ, ବାତ୍ୟାର ରୂପ ନେବା ନେଇ ଆକଳନ କରୁଛନ୍ତି ବିଭିନ୍ନ ଅନ୍ତର୍ଜାତୀୟ ପାଣିପାଗ ମଡେଲ। କିନ୍ତୁ ସମ୍ଭାବ୍ୟ ବାତ୍ୟାକୁ ନେଇ କୌଣସି ସ୍ପଷ୍ଟୀକରଣ ଭାରତୀୟ ପାଣିପାଗ ବିଭାଗ।

କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ବାତ୍ୟାର ସମ୍ଭାବ୍ୟ ଚିତ୍ର। ଗ୍ଲୋବାଲ ଫୋରକାଷ୍ଟ ସିଷ୍ଟମ- ଜିଏଫଏସ ମଡେଲ ସମ୍ଭାବ୍ୟ ବାତ୍ୟାକୁ ନେଇ ଏଭଳି ଆକଳନ କରିଛି। କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ସମୁଦ୍ରରୁ ବଳ ଗୋଟାଇବ । ଫଳରେ ଏହା ବାତ୍ୟାରେ ପରିଣତ ହୋଇପାରେ। ତେବେ ଏହାର ତୀବ୍ରତା ଓ ଗତିପଥକୁ ନେଇ ବାରମ୍ୱାର ଆକଳନ ପରିବର୍ତନ କରୁଛି ଜିଏଫଏସ ମଡେଲ, ଯାହାକୁ ନେଇ ସନ୍ଦେହ ବଢୁଛି । କେବଳ ଜିଏଫଏସ ମଡେଲ ନୁହେଁ, ଅନ୍ତର୍ଜାତୀୟ ସ୍ତରରେ ପାଣିପାଗକୁ ପୂର୍ବାନୁମାନ କରୁଥିବା ଆଉଏକ ସଂସ୍ଥା ସେଣ୍ଟର ଫର ମିଡିୟମ ରେଞ୍ଜ ୱେଦର ଫୋରକାଷ୍ଟ- ଇସିଏମଡବ୍ଲୁଏଫର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ମଡେଲ ମଧ୍ୟ ବାତ୍ୟାକୁ ନେଇ ପୂର୍ବାନୁମାନ କରିଛି। ଆଗାମୀ ୨୨ ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଏହା ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବ ବୋଲି ଆକଳନ କରିଛି ଏହି ମଡେଲ। 

ଏଠାରେ ଆମେ ସ୍ପଷ୍ଟ କରିବାକୁ ଚାହୁଁଛୁ ଯେ, ଏହା କେବଳ ବିଭିନ୍ନ ପାଣିପାଗ ମଡେଲର ଆକଳନ। ବଙ୍ଗୋପସାଗରରେ ବାତ୍ୟାକୁ ନେଇ ପୂର୍ବାନୁମାନ କରୁଥିବା ସବୁଠାରୁ ଭରସାଯୋଗ୍ୟ ସରକାରୀ ପାଣିପାଗ ସଂସ୍ଥା ଆଇଏମଡି ସମ୍ଭାବ୍ୟ ବାତ୍ୟା ନେଇ କୌଣସି ପୂର୍ବାନୁମାନ କରିନାହିଁ। କେବଳ ୨୨ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସହ ଏହା ଘନୀଭତ ହୋଇପାରେ ବୋଲି କହିଛି । 

ଭାରତୀୟ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ
ଆଗାମୀ ୨୦ ତାରିଖରେ ଉତ୍ତର ଆଣ୍ଡାମାନ ସାଗରରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବ
୨୨ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ରର ରୂପନେବ
ପରବର୍ତ୍ତୀ ସମୟରେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତିକରି ଅଧିକ ଘନୀଭୂତ ହେବ
ଏହାର ପ୍ରଭାବରେ ଆଗାମୀ ୨୩ ତାରିଖ ବେଳକୁ ବର୍ଷା ହୋଇପାରେ
ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ

ଲଘୁଚାପ କ୍ଷେତ୍ରଟି ସୃଷ୍ଟି ହେବା ପରେ ଏହା ଅଧିକ ଘନୀଭୂତ ହେବା ପାଇଁ ବିଭିନ୍ନ କାରକ ଗୁଡିକ ସହାୟକ ହୋଇପାରେ। ତେବେ ବିଭିନ୍ନ ମଡେଲକୁ ନୀରିକ୍ଷଣ କରୁଛି ଆଇଏମଡି। ଏବଂ ୨୩ ତାରିଖ ବେଳକୁ ବାତ୍ୟାର ଗତିପଥ ଓ ରୂପରେଖ ନେଇ ସ୍ପଷ୍ଟ ଚିତ୍ର ଦେଇପାରେ।