ବାଣ ନିଆଁରେ ଜଳିଗଲା ଘର; ଅଳ୍ପକେ ବର୍ତ୍ତିଲେ ବୃଦ୍ଧା
ଆଜି ସକାଳେ ବୃଦ୍ଧାଙ୍କ ଘର ନିକଟରେ କିଛି ପିଲା ବାଣ ଫୁଟାଉଥିଲେ।
ବାଣ ନିଆଁରେ ଜଳିଗଲା ବୃଦ୍ଧାଙ୍କ ଘର। ଅଳ୍ପକେ ବର୍ତ୍ତିଗଲେ ବୃଦ୍ଧା। ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ମହାଦେବପାଲି ପଞ୍ଚାୟତ ସକମା ଗାଁର ଏହି ଅଘଟଣ ଘଟିଛି। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
ଆଜି ସକାଳେ ବୃଦ୍ଧାଙ୍କ ଘର ନିକଟରେ କିଛି ପିଲା ବାଣ ଫୁଟାଉଥିଲେ। ଏହି ସମୟରେ ବାଣ ନିଆଁ ବୃଦ୍ଧାଙ୍କ ଚାଳ ଛପର ଘର ଉପରେ ପଡ଼ିଯାଇଥିଲା। ନିଆଁ ଲାଗି ବୃଦ୍ଧାଙ୍କ ଘର ଜଳି ଯାଇଥିଲା। ଏହି ସମୟରେ ବୃଦ୍ଧା ଜଣଙ୍କ ଘର ବାହାରେ ଥିଲେ।
ଗ୍ରାମବାସୀ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସେତେବେଳକୁ ଘରେ ଥିବା ସମସ୍ତ ସାମଗ୍ରୀ ନିଆଁରେ ପୋଡ଼ି ପାଉଁଶ ହୋଇଯାଇଥିଲା। ବୃଦ୍ଧାଙ୍କୁ ସରକାରଙ୍କ ପକ୍ଷରୁ କିଛି ସହାୟତା ରାଶି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।