ଅକ୍ଷୟ ତୃତୀୟା ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୧୦।୫: ଆଜି ହେଉଛି ଅକ୍ଷୟ ତୃତୀୟା। ପ୍ରତିବର୍ଷ ବୈଶାଖ ଶୁକ୍ଳପକ୍ଷ ତୃତୀୟା ତିଥିରେ ସମର୍ପଣ ଓ ଭକ୍ତିଭାବପୂର୍ବକ ପାରମ୍ପରିକ ରୀତିରେ କୃଷକ ତଥା ଲୋକମାନଙ୍କ ଦ୍ୱାରା ପାଳିତ ହୋଇଆସୁଅଛି ଏହି ମହାନ କୃଷିଭିତ୍ତିକ ପର୍ବ। ଅକ୍ଷୟ ତୃତୀୟା ଅବସରରେ ସମସ୍ତ ପରିବାର ସଦସ୍ୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ଟୁଇଟ୍ କରି କହିଛନ୍ତି, ପରୋପକାର ପାଇଁ ପ୍ରେରଣା ଯୋଗାଉଛି ଏହି ପର୍ବ। ସମସ୍ତଙ୍କ ଜୀବନରେ ନୂଆ ଶକ୍ତି ଓ ଉତ୍ସାହ ଆଣିଦେଉ,ଏହା ହିଁ କାମନା। The post ଅକ୍ଷୟ ତୃତୀୟା ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ appeared first on Dharitri Odia News.
ନୂଆଦିଲ୍ଲୀ,୧୦।୫: ଆଜି ହେଉଛି ଅକ୍ଷୟ ତୃତୀୟା। ପ୍ରତିବର୍ଷ ବୈଶାଖ ଶୁକ୍ଳପକ୍ଷ ତୃତୀୟା ତିଥିରେ ସମର୍ପଣ ଓ ଭକ୍ତିଭାବପୂର୍ବକ ପାରମ୍ପରିକ ରୀତିରେ କୃଷକ ତଥା ଲୋକମାନଙ୍କ ଦ୍ୱାରା ପାଳିତ ହୋଇଆସୁଅଛି ଏହି ମହାନ କୃଷିଭିତ୍ତିକ ପର୍ବ। ଅକ୍ଷୟ ତୃତୀୟା ଅବସରରେ ସମସ୍ତ ପରିବାର ସଦସ୍ୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ଟୁଇଟ୍ କରି କହିଛନ୍ତି, ପରୋପକାର ପାଇଁ ପ୍ରେରଣା ଯୋଗାଉଛି ଏହି ପର୍ବ। ସମସ୍ତଙ୍କ ଜୀବନରେ ନୂଆ ଶକ୍ତି ଓ ଉତ୍ସାହ ଆଣିଦେଉ,ଏହା ହିଁ କାମନା।
The post ଅକ୍ଷୟ ତୃତୀୟା ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ appeared first on Dharitri Odia News.