ଅକ୍ଷୟ ଶକ୍ତି ବ୍ୟବହାରକୁ ସର୍ବାଧିକ ଗୁରୁତ୍ୱ
ଭୁବନେଶ୍ୱର,୨୪।୧: ବର୍ତ୍ତମାନ ସମୟରେ ଓଡ଼ଶା ସରକାର ଅକ୍ଷୟ ଶକ୍ତିକୁ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ଏପରିକି ୨୦୨୭ ସୁଦ୍ଧା ରାଜ୍ୟରେ ୩ ଲକ୍ଷ ରୁଫ୍ ଟପ୍ ସୋଲାର ପ୍ୟାନେଲ ସ୍ଥାପନ ପାଇଁ ଲକ୍ଷ୍ୟ ରଖାଯାଇଛି, ଯାହା ସବୁଜ ଶକ୍ତି ଆଡ଼କୁ ପରିବର୍ତ୍ତନରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ। ସେହିଭଳି ୨୦୩୦ ସୁଦ୍ଧା ୫୦୦ ଗିଗାୱାଟ ଅକ୍ଷୟ ଶକ୍ତି କ୍ଷମତା ହାସଲ କରିବା ପାଇଁ ରହିଥିବା ଜାତୀୟ ଲକ୍ଷ୍ୟ ସହିତ ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ବେଶ୍ ଗୁରୁତ୍ୱ ଓ ସମନ୍ବିତ […] The post ଅକ୍ଷୟ ଶକ୍ତି ବ୍ୟବହାରକୁ ସର୍ବାଧିକ ଗୁରୁତ୍ୱ appeared first on Dharitri Odia News.
ଭୁବନେଶ୍ୱର,୨୪।୧: ବର୍ତ୍ତମାନ ସମୟରେ ଓଡ଼ଶା ସରକାର ଅକ୍ଷୟ ଶକ୍ତିକୁ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ଏପରିକି ୨୦୨୭ ସୁଦ୍ଧା ରାଜ୍ୟରେ ୩ ଲକ୍ଷ ରୁଫ୍ ଟପ୍ ସୋଲାର ପ୍ୟାନେଲ ସ୍ଥାପନ ପାଇଁ ଲକ୍ଷ୍ୟ ରଖାଯାଇଛି, ଯାହା ସବୁଜ ଶକ୍ତି ଆଡ଼କୁ ପରିବର୍ତ୍ତନରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ। ସେହିଭଳି ୨୦୩୦ ସୁଦ୍ଧା ୫୦୦ ଗିଗାୱାଟ ଅକ୍ଷୟ ଶକ୍ତି କ୍ଷମତା ହାସଲ କରିବା ପାଇଁ ରହିଥିବା ଜାତୀୟ ଲକ୍ଷ୍ୟ ସହିତ ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ବେଶ୍ ଗୁରୁତ୍ୱ ଓ ସମନ୍ବିତ ରହିଛି, ପରିବେଶ ଲାଭ ବ୍ୟତୀତ ଏହି ଯୋଜନା ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଏବଂ କାର୍ବନ ଫୁଟପ୍ରିଣ୍ଟକୁ ହ୍ରାସ କରି ଦେଶର ସ୍ଥାୟିତ୍ୱ ପ୍ରୟାସକୁ ଆହୁରି ସୁଦୃଢ଼ କରିବ। ଉଲ୍ଲେଖଯୋଗ୍ୟ, ଛାତ ଉପରେ ସୌରଶକ୍ତି ପ୍ରକଳ୍ପ ସ୍ଥାପନ କରି ଅକ୍ଷୟ ଶକ୍ତିକୁ ସୁଲଭ ମୂଲ୍ୟରେ ଯୋଗାଇବାକୁ ସରକାର ଗୁରୁତ୍ୱ ଦେଉଛନ୍ତି। ଏପରିକି ଲୋକମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନା ହେଉଛି, ଭାରତ ସରକାରଙ୍କ ଏହା ଏକ ପ୍ରମୁଖ ଯୋଜନା। ଏପରିକି ସରକାରଙ୍କ ଏହି ପଦକ୍ଷେପ ଘରୋଇ ଛାତ ଉପରେ ସୌରଶକ୍ତି ସ୍ଥାପନ ପ୍ରକ୍ରିୟାକୁ ସରଳ କରିଛି, ସମଗ୍ର ଦେଶ ଓ ରାଜ୍ୟରେ ରୁଫ୍ଟପ୍ ସୋଲାର ସ୍ଥାପନକୁୁ ସୁଗମ କରିଥିବା ଏହି ଯୋଜନାର ଲକ୍ଷ୍ୟ ହେଉଛି, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ଅପରପକ୍ଷରେ ଆରଇସି ଲିମିଟେଡର ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଏକ ଭେଣ୍ଡର ମିଟ୍ର ଆୟୋଜନ କରାଯାଇଥିଲା। ଏହି ଅବସରରେ ସୌରଶକ୍ତି ବିକ୍ରେତା ଏବଂ ଏସ୍ଏଲ୍ବିସିଙ୍କ ସମେତ ବ୍ୟାଙ୍କିଙ୍ଗ୍ ସହଯୋଗୀମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ। ଏହି ପରିପ୍ରେକ୍ଷୀରେ ଟିପିସିଓଡିଏଲର ସିଇଓ ଅରଭିନ୍ଦ୍ ସିଂହ ଏବଂ ଓରେଡାର ସିଇଓ ସାଇ ଦତ୍ତ ବିପ୍ଳବ କେଶରୀ ପ୍ରଧାନ ଏବଂ ଭୁବନେଶ୍ୱର ଆରଇସିର ସିପିଏମ୍ ପ୍ରମୁଖ ଉପସ୍ଥିତ ଥିଲେ। ଏହି ବୈଠକ ପ୍ରମୁଖ ଅଂଶୀଦାରମାନଙ୍କ ପାଇଁ ଯୋଜନାର କାର୍ଯ୍ୟକାରିତା ଉପରେ ଥିବା ପ୍ରତିବନ୍ଧକଗୁଡ଼ିକୁ ସମାଧାନ କରିବା ଏବଂ ସମ୍ଭାବ୍ୟ ସମାଧାନ ଅନ୍ବେଷଣ କରି ଗଠନମୂଳକ ଆଲୋଚନାରେ ନିୟୋଜିତ ହେବା ପାଇଁ ଏକ ପ୍ଲାଟଫର୍ମ ଭାବେ କାର୍ଯ୍ୟ କରିଥିଲା।
The post ଅକ୍ଷୟ ଶକ୍ତି ବ୍ୟବହାରକୁ ସର୍ବାଧିକ ଗୁରୁତ୍ୱ appeared first on Dharitri Odia News.