ଅକ୍ସନ ପୂର୍ବରୁ ଆୟରଙ୍କ ଦମ୍ଦାର୍ ଶତକ, ଆଇପିଏଲ୍ ମୋଟା ଅଙ୍କରେ ହେବେ ନିଲାମ
ନୂଆଦିଲ୍ଲୀ ୨୩।୧୧: ଅଷ୍ଟ୍ରେଲିଆରେ ବର୍ଡର ଗାଭାସ୍କର ଟ୍ରଫି ମ୍ୟାଚ୍ ଖେଳୁଛି ଟିମ୍ ଇଣ୍ଡିଆ । ଏହାର ପ୍ରଥମ ସିରିଜ୍ ପର୍ଥରେ ଖେଳାଯାଉଛି । ଟିମ୍ ପୂର୍ବରୁ ୧୫୦ରେ ହୋଇଥିଲା ଅଲ୍ଆଉଟ୍ । କିନ୍ତୁ ସିରିଜ୍ରେ ଦମ୍ଦାର ପ୍ରଦର୍ଶନ କରୁଛନ୍ତି ଟିମ୍ର ବୋଲର । ଅଷ୍ଟ୍ରେଲିଆରେ ଟିମ୍ ଇଣ୍ଡିଆ ବ୍ୟାଟର ଆଶାନୁଯାୟୀ ପ୍ରଦର୍ଶନ କରିନଥିବା ବେଳେ ସୟଦ ମୁସ୍ତାକ୍ ଅଲି ଟ୍ରଫିରେ ଶତକ ଲଗାଇଛନ୍ତି ଶ୍ରେୟସ ଆୟର । ଆୟର ଲଗାତାର ଘରୋଇ କ୍ରିକେଟରେ କରୁଛନ୍ତି ଭଲ ପ୍ରଦର୍ଶନ । ଶ୍ରେୟସ୍ ଆୟରଙ୍କ ଏହି ପର୍ଫମାନ୍ସ ଠିକ୍ ସମୟରେ ବଡ ଧମାକା କୁହାଯାଉଛି । ବାସ୍ତବରେ ଶ୍ରେୟସ ଦମ୍ଦାର୍ ଶତକ ଆଇପିଏଲ୍ ନିଲାମୀର ଗୋଟିଏ ଦିନ ପୂର୍ବରୁ ଲଗାଇଛନ୍ତି । ମେଗା ନିଲାମି ୨୪ ନଭେମ୍ବରରେ ହେବ । ଆଇପିଏଲ୍ ୨୦୨୫ ନିଲାମ ପୂର୍ବରୁ ଶ୍ରେୟସ୍ ଆୟରଙ୍କ ଶତକ ଝଡ ତାଙ୍କ ଅଧିନାୟକତ୍ୱ ପାଇଁ ଏକ ଅଡିସନ୍ ପରି ହୋଇଛି । ସୟଦ ମୁସ୍ତାକ ଅଲି ଟ୍ରଫିରେ ମୁମ୍ବାଇର ଅଧିନାୟକ ରହିଥିଲେ ଶ୍ରେୟସ୍ ଆୟର । ସେ ୩ ନମ୍ବରରେ ବ୍ୟାଟିଂ କରିବାକୁ ଆସି ଗୋଆ ବିପକ୍ଷରେ ହାସଲ କରିଥିଲେ ଶତକ । ସେ ୫୭ ବଲରେ କରିଥିଲେ ୧୩୦ ରନ । ୨୨୮.୦୭ର ଷ୍ଟ୍ରାଇକ୍ ରେଟରେ ଖେଳି ଆୟର ୧୦ଟି ଛକା ଏବଂ ୧୧ଟି ଚୌକା ଲଗାଇଥିଲେ । ଏହି ଅବଧି ମଧ୍ୟରେ ସେ ମାତ୍ର ୪୭ ବଲରେ ନିଜର ଶତକ ପୂରଣ କରିଥିଲେ।ଯଦି ଆଇପିଏଲ୍ କଥା କହିବା ତେବେ ଶେଷ ସିଜନରେ କେକେଆରର ଅଧିନାୟକ ଥିଲେ। ତାଙ୍କ ଅଧିନାୟ
ନୂଆଦିଲ୍ଲୀ ୨୩।୧୧: ଅଷ୍ଟ୍ରେଲିଆରେ ବର୍ଡର ଗାଭାସ୍କର ଟ୍ରଫି ମ୍ୟାଚ୍ ଖେଳୁଛି ଟିମ୍ ଇଣ୍ଡିଆ । ଏହାର ପ୍ରଥମ ସିରିଜ୍ ପର୍ଥରେ ଖେଳାଯାଉଛି । ଟିମ୍ ପୂର୍ବରୁ ୧୫୦ରେ ହୋଇଥିଲା ଅଲ୍ଆଉଟ୍ । କିନ୍ତୁ ସିରିଜ୍ରେ ଦମ୍ଦାର ପ୍ରଦର୍ଶନ କରୁଛନ୍ତି ଟିମ୍ର ବୋଲର । ଅଷ୍ଟ୍ରେଲିଆରେ ଟିମ୍ ଇଣ୍ଡିଆ ବ୍ୟାଟର ଆଶାନୁଯାୟୀ ପ୍ରଦର୍ଶନ କରିନଥିବା ବେଳେ ସୟଦ ମୁସ୍ତାକ୍ ଅଲି ଟ୍ରଫିରେ ଶତକ ଲଗାଇଛନ୍ତି ଶ୍ରେୟସ ଆୟର ।
ଆୟର ଲଗାତାର ଘରୋଇ କ୍ରିକେଟରେ କରୁଛନ୍ତି ଭଲ ପ୍ରଦର୍ଶନ । ଶ୍ରେୟସ୍ ଆୟରଙ୍କ ଏହି ପର୍ଫମାନ୍ସ ଠିକ୍ ସମୟରେ ବଡ ଧମାକା କୁହାଯାଉଛି । ବାସ୍ତବରେ ଶ୍ରେୟସ ଦମ୍ଦାର୍ ଶତକ ଆଇପିଏଲ୍ ନିଲାମୀର ଗୋଟିଏ ଦିନ ପୂର୍ବରୁ ଲଗାଇଛନ୍ତି । ମେଗା ନିଲାମି ୨୪ ନଭେମ୍ବରରେ ହେବ । ଆଇପିଏଲ୍ ୨୦୨୫ ନିଲାମ ପୂର୍ବରୁ ଶ୍ରେୟସ୍ ଆୟରଙ୍କ ଶତକ ଝଡ ତାଙ୍କ ଅଧିନାୟକତ୍ୱ ପାଇଁ ଏକ ଅଡିସନ୍ ପରି ହୋଇଛି ।
ସୟଦ ମୁସ୍ତାକ ଅଲି ଟ୍ରଫିରେ ମୁମ୍ବାଇର ଅଧିନାୟକ ରହିଥିଲେ ଶ୍ରେୟସ୍ ଆୟର । ସେ ୩ ନମ୍ବରରେ ବ୍ୟାଟିଂ କରିବାକୁ ଆସି ଗୋଆ ବିପକ୍ଷରେ ହାସଲ କରିଥିଲେ ଶତକ । ସେ ୫୭ ବଲରେ କରିଥିଲେ ୧୩୦ ରନ । ୨୨୮.୦୭ର ଷ୍ଟ୍ରାଇକ୍ ରେଟରେ ଖେଳି ଆୟର ୧୦ଟି ଛକା ଏବଂ ୧୧ଟି ଚୌକା ଲଗାଇଥିଲେ । ଏହି ଅବଧି ମଧ୍ୟରେ ସେ ମାତ୍ର ୪୭ ବଲରେ ନିଜର ଶତକ ପୂରଣ କରିଥିଲେ।
ଯଦି ଆଇପିଏଲ୍ କଥା କହିବା ତେବେ ଶେଷ ସିଜନରେ କେକେଆରର ଅଧିନାୟକ ଥିଲେ। ତାଙ୍କ ଅଧିନାୟକତ୍ୱରେ କେକେଆର୍ ଆଇପିଏଲ୍ ଟାଇଟଲ୍ ହାତେଇଥିଲା । କିନ୍ତୁ ଆଇପିଏଲ୍ ୨୦୨୫ ନିଲାମ ପୂର୍ବରୁ କୋଲକାତା ଫ୍ରାଞ୍ଚାଇଜ୍ ଆୟରଙ୍କୁ ରିଟେନ କରିନଥିଲା । ଆୟର୍ ନିଲାମକୁ ଓହ୍ଲାଇବା ପରେ ତାଙ୍କ ଉପରେ ହୋଇପାରେ ଟଙ୍କା ବର୍ଷା ।