ଅଖିମୂଠି ଅନୁକୂଳ କଲେ ଆଇନମନ୍ତ୍ରୀ: ହଳଲଙ୍ଗଳ ଯୋଚି ବୁଣିଲେ ବିହନ
ଖୋର୍ଦ୍ଧା,୩୦।୪(ପ୍ରଭାତ ପାଣିଗ୍ରାହୀ) : ଆଜି ପବିତ୍ର ‘ଅକ୍ଷୟ ତୃତୀୟା’। ଏହି ଅବସରରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୁରୁଜଙ୍ଗଠାରେ ଚାଷୀ ଭାଇ ମାନଙ୍କ ଉପସ୍ଥିତିରେ ଭୂମିପୂଜନ ପରେ ଅଖିମୁଠି ଅନୁକୂଳ କରିଛନ୍ତି ଆଇନମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ପରମ୍ପରା ଅନୁସାରେ ଭୂମି ପୂଜନ ପରେ ହଳ ଲଙ୍ଗଳ ଯୋଚି ବିହନ ବୁଣିଥିଲେ। ମନ୍ତ୍ରୀ କହିଲେ ଅକ୍ଷୟ ତୃତୀୟା ହେଉଛି ଓଡିଶାର କୃଷିଭିତ୍ତିକ ପର୍ବ। ମହାପ୍ରଭୁଙ୍କ ଆଶୀର୍ବାଦରୁ ଚାଷୀ ଭାଇମାନଙ୍କ ଅକ୍ଷୟ ମୁଠି ଅନୁକୂଳ ଶୁଭଙ୍କର ସହ ଭଲ ଫସଲ […] The post ଅଖିମୂଠି ଅନୁକୂଳ କଲେ ଆଇନମନ୍ତ୍ରୀ: ହଳଲଙ୍ଗଳ ଯୋଚି ବୁଣିଲେ ବିହନ appeared first on Dharitri Odia News.
ଖୋର୍ଦ୍ଧା,୩୦।୪(ପ୍ରଭାତ ପାଣିଗ୍ରାହୀ) : ଆଜି ପବିତ୍ର ‘ଅକ୍ଷୟ ତୃତୀୟା’। ଏହି ଅବସରରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୁରୁଜଙ୍ଗଠାରେ ଚାଷୀ ଭାଇ ମାନଙ୍କ ଉପସ୍ଥିତିରେ ଭୂମିପୂଜନ ପରେ ଅଖିମୁଠି ଅନୁକୂଳ କରିଛନ୍ତି ଆଇନମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ପରମ୍ପରା ଅନୁସାରେ ଭୂମି ପୂଜନ ପରେ ହଳ ଲଙ୍ଗଳ ଯୋଚି ବିହନ ବୁଣିଥିଲେ।
ମନ୍ତ୍ରୀ କହିଲେ ଅକ୍ଷୟ ତୃତୀୟା ହେଉଛି ଓଡିଶାର କୃଷିଭିତ୍ତିକ ପର୍ବ। ମହାପ୍ରଭୁଙ୍କ ଆଶୀର୍ବାଦରୁ ଚାଷୀ ଭାଇମାନଙ୍କ ଅକ୍ଷୟ ମୁଠି ଅନୁକୂଳ ଶୁଭଙ୍କର ସହ ଭଲ ଫସଲ ଅମଳ ହେଉ। ଚାଷୀ ଭାଇଭଉଣୀଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଆଣିଦେଉ ବୋଲି କହିଥିଲେ। ସ୍ଥାନୀୟ ବିଧାୟକ ପ୍ରଶାନ୍ତ ଜଗଦେବ, ଉପ ଜିଲ୍ଲାପାଳ କିଶୋର ଚନ୍ଦ୍ର ପଣ୍ଡାଙ୍କ ସମେତ ଜିଲା ସ୍ତରୀୟ ଅଧିକାରୀ, ଚାଷୀମାନେ ଉପସ୍ଥିତ ଥିଲେ।
The post ଅଖିମୂଠି ଅନୁକୂଳ କଲେ ଆଇନମନ୍ତ୍ରୀ: ହଳଲଙ୍ଗଳ ଯୋଚି ବୁଣିଲେ ବିହନ appeared first on Dharitri Odia News.