ଆମେରିକାରେ ସ୍ବାଧୀନତା ଦିବସ ପାଳନବେଳେ ଗୁଳିକାଣ୍ଡ: ୩୩ ମୃତ
ଓ୍ବାଶିଂଟନ,୬ା୭: ଆମେରିକାରେ ଜୁଲାଇ ୪ ସ୍ବାଧୀନତା ଦିବସ ପାଳନ ବେଳେ ବିଭିନ୍ନ ସ୍ଥାନରେ ଗୁଳିକାଣ୍ଡ ଘଟି ୩୩ ଜଣଙ୍କ ମୃତ୍ୟୁ ହୋଇଛି ଓ ଅନେକେ ଆହତ ହୋଇଛନ୍ତି। କେବଳ ସିକାଗୋରେ ଗୁଳିମାଡ଼ରେ ୧୧ ଜଣଙ୍କ ଜୀବନ ଯିବା ସହ ୫୫ ଜଣ ଆହତ ହୋଇଛନ୍ତି। ୧୭୭୬ ଜୁଲାଇ ୪ରେ ବ୍ରିଟିଶ ସରକାର ସ୍ବାଧୀନତା ଘୋଷଣାନାମାରେ ସ୍ବାକ୍ଷର କରିବା ପରେ ଆମେରିକା ସ୍ବାଧୀନ ହୋଇଥିଲା। ତେବେ ଆମେରିକା ଇତିହାସରେ ଏହି ଦିନ ସବୁଠୁ ମାରାତ୍ମକ ଦିବସ ହୋଇ ରହିଆସିଛି। […] The post ଆମେରିକାରେ ସ୍ବାଧୀନତା ଦିବସ ପାଳନବେଳେ ଗୁଳିକାଣ୍ଡ: ୩୩ ମୃତ appeared first on Dharitri Odia News.
ଓ୍ବାଶିଂଟନ,୬ା୭: ଆମେରିକାରେ ଜୁଲାଇ ୪ ସ୍ବାଧୀନତା ଦିବସ ପାଳନ ବେଳେ ବିଭିନ୍ନ ସ୍ଥାନରେ ଗୁଳିକାଣ୍ଡ ଘଟି ୩୩ ଜଣଙ୍କ ମୃତ୍ୟୁ ହୋଇଛି ଓ ଅନେକେ ଆହତ ହୋଇଛନ୍ତି। କେବଳ ସିକାଗୋରେ ଗୁଳିମାଡ଼ରେ ୧୧ ଜଣଙ୍କ ଜୀବନ ଯିବା ସହ ୫୫ ଜଣ ଆହତ ହୋଇଛନ୍ତି।
୧୭୭୬ ଜୁଲାଇ ୪ରେ ବ୍ରିଟିଶ ସରକାର ସ୍ବାଧୀନତା ଘୋଷଣାନାମାରେ ସ୍ବାକ୍ଷର କରିବା ପରେ ଆମେରିକା ସ୍ବାଧୀନ ହୋଇଥିଲା। ତେବେ ଆମେରିକା ଇତିହାସରେ ଏହି ଦିନ ସବୁଠୁ ମାରାତ୍ମକ ଦିବସ ହୋଇ ରହିଆସିଛି। ଅଧିକାଂଶ ସ୍ବାଧୀନତା ଦିବସରେ ହିଂସା ଏବଂ ଗଣଗୁଳିକାଣ୍ଡ ଘଟିଥାଏ। ସ୍ବାଧୀନତା ଦିବସ ଜାତୀୟ ଛୁଟିଦିନ ହୋଇଥିବାବେଳେ ଆତସବାଜି କାର୍ଯ୍ୟକ୍ରମଠାରୁ ଆରମ୍ଭ କରି ପରେଡ୍, ଭୋଜି ଓ ଦେଶାତ୍ମବୋଧକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ।
ଏହିସବୁ କାର୍ଯ୍ୟକ୍ରମରେ ଅଧିକ ଜନସମାଗମ ହେଉଥିବାରୁ ହିଂସା ଓ ଗୁଳିକାଣ୍ଡ ଘଟଣା ବଢ଼ିଥାଏ। ଗୁରୁବାର ଗୁଳିକାଣ୍ଡରେ ୨ ଜଣ ମହିଳା ଓ ଜଣେ ୮ ବର୍ଷର ବାଳକ ନିହତ ହୋଇଥିବାବେଳେ ଶୁକ୍ରବାର ସକାଳେ ଶିକାଗୋ ଗୁଳିକାଣ୍ଡରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ହିଂସାକାଣ୍ଡ ଆମ ସହରକୁ ଶୋକାଭିଭୂତ କରିଥିବା ଶିକାଗୋ ମେୟର ବ୍ରାଣ୍ଡନ୍ ଜନ୍ସନ୍ କହିଛନ୍ତି।
ଶୁକ୍ରବାର ସନ୍ଧ୍ୟାରେ ଏକ କମ୍ୟୁନିଟି ରାଲି ବେଳେ ଶିକାଗୋର ଲିଟିଲ୍ ଇଟାଲୀ ନିକଟରେ ଗୁଳିକାଣ୍ଡ ଘଟିବାରୁ ୮ ଜଣ ଆହତ ହୋଇଥିଲେ। ଏହାର ଦେଢ଼ଘଣ୍ଟା ପରେ ସହରର ଅଷ୍ଟିନ୍ ନିକଟରେ ଅନ୍ୟ ଏକ ଗୁଳିକାଣ୍ଡରେ ୬ ଜଣ ଆହତ ହୋଇଥିଲେ। ସେହିପରି କାଲିଫର୍ନିଆର ହଣ୍ଟିଂଟନ୍ ବିଚ୍ରେ ଗୁରୁବାର ରାତିରେ ହିଂସାକାଣ୍ଡ ଘଟି ୨ ଜଣଙ୍କ ମୃତ୍ୟୁ ଘଟିବା ସହ ୩ ଆହତ ହୋଇଛନ୍ତି। ପୋଲିସ ଜଣକୁ ଗିରଫ କରିଥିବାବେଳେ ତାଙ୍କ ନିକଟରୁ ମାରାତ୍ମକ ଅସ୍ତ୍ର ମିଳିଛି। ସେହି ରାତିରେ ଓହିଓରେ ସ୍ବାଧୀନତା ଦିବସ ପାଳନ ବେଳେ ଗୁଳିକାଣ୍ଡ ଘଟି ଜଣେ ୨୩ ବର୍ଷୀୟ ଯୁବକ ନିହତ ହୋଇଛନ୍ତି।
କ୍ଲେଭ୍ଲ୍ୟାଣ୍ଡଠାରେ ଗୁଳିକାଣ୍ଡରେ ୧୦ ବର୍ଷର ଝିଅ ଗାସି ଗିଫିନଙ୍କ ମୃତ୍ୟୁ ହୋଇଛି। ଫିଲାଡେଲ୍ଫିଆରେ ଏକାଧିକ ଗୁଳିକାଣ୍ଡରେ ଜଣେ ୧୯ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିବା ସହ ୬ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୪ ଜଣ ଛୋଟ ପିଲା। ତେବେ କ’ଣ ପାଇଁ ଗୁଳିକାଣ୍ଡ ଘଟିଲା, ତାହା ଜଣାପଡ଼ି ନାହିଁ।
ମାସାଚୁସେଟ୍ସରେ ସ୍ବାଧୀନତା ଦିବସ ପାଳନ ବେଳେ ବୋଷ୍ଟନ୍ର ଏକ ପାର୍କ ନିକଟରେ ଗୁଳିକାଣ୍ଡ ଘଟି ଜଣେ ପ୍ରାଣ ହରାଇଛନ୍ତି। ସେହିପରି ସହରର ଜାମାଇକା ପ୍ଲେନ୍ଠାରେ ହିଂସାକାଣ୍ଡରେ ୩ ଜଣ ଆହତ ହୋଇଛନ୍ତି। କନେକ୍ଟିକଟ୍ରେ ଜଣେ ମହିଳାଙ୍କୁ କାର୍ ଭିତରେ ଗୁଳି କରାଯାଇଥିଲା। ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ହାର୍ଟଫୋର୍ଡର ଶାମିରିଆ ଓ୍ବିଲିୟମ୍ସ ନାମ୍ନ ମହିଳା ସ୍ବାଧୀନତା ଦିବସ ପାର୍ଟିରେ ଯୋଗଦେଇ ଫେରୁଥିବାବେଳେ ଆକ୍ରମଣର ଶିକାର ହୋଇଥିଲେ। ନ୍ୟୁୟର୍କର ଆଲମାନିଠାରେ ଗୁଳିକାଣ୍ଡରେ ୬ ଜଣ କିଶୋର ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେମାନେ ଉତ୍ସବ ମନାଉଥିବା ସ୍ଥାନରେ ଗୁଳିକାଣ୍ଡ ଘଟିଥିଲା।
ଏହାର କିଛି ସମୟ ପରେ ଜଣେ କିଶୋର ରାସ୍ତାରେ କେତେଜଣ ଅଫିସରଙ୍କ ଉପରକୁ ଗୁଳି ଚଳାଇଥିଲା। ନ୍ୟୁୟର୍କର କୁଇନ୍ସ ସେକ୍ସନରେ ଘରୋଇ ବିବାଦକୁ ନେଇ ଛୁରାମାଡ଼ରେ ଜଣେ ୮ ବର୍ଷର ବାଳକ ପ୍ରାଣ ହରାଇଛି। ସେହିପରି ମିଶିଗାନରେ ଶୁକ୍ରବାର ସକାଳେ ପାର୍ଟି ଚାଲିଥିବାବେଳେ ଗୁଳିକାଣ୍ଡ ଘଟି ୫ ଜଣ କିଶୋର ଆହତ ହୋଇଛନ୍ତି। ଫ୍ଲୋରିଡାର ଟାମ୍ପା ଆଡଲ୍ଟ ନାଇଟ୍କ୍ଲବ୍ ବାହାରେ ଶୁକ୍ରବାର ଭୋର ସମୟରେ ଗୁଳିକାଣ୍ଡ ଘଟି ୫ ଜଣ ଆହତ ହୋଇଛନ୍ତି। ନର୍ଥ କାରୋଲିନାର ହାଇପଏଣ୍ଟଠାରେ ଅଣଆନୁଷ୍ଠାନିକ ଆତସବାଜି କାର୍ଯ୍ୟକ୍ରମ ବେଳେ ଜଣେ ପ୍ରାଣ ହରାଇଛନ୍ତି। ଏହା ବ୍ୟତୀତ ସେଣ୍ଟ ଲୁଇସ୍ ଅଞ୍ଚଳରେ ଗୁଳିକାଣ୍ଡରେ ୨ ଜଣ ପ୍ରାଣ ହରାଇବା ସହ ୫ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ପୋଲିସ କହିଛି। ଓ୍ବେଷ୍ଟ ଭିର୍ଜିନିଆରେ ଜଣେ ୪୨ ବର୍ଷୀୟ ବ୍ୟକ୍ତି ଗୁଳିମାଡ଼ରେ ନିହତ ହୋଇଛନ୍ତି।
The post ଆମେରିକାରେ ସ୍ବାଧୀନତା ଦିବସ ପାଳନବେଳେ ଗୁଳିକାଣ୍ଡ: ୩୩ ମୃତ appeared first on Dharitri Odia News.