ଅଗଷ୍ଟ ମାସରେ ହୋଇପାରେ ରତ୍ନ ଗଣତି ମଣତି, ୨ ଏକ୍ସପର୍ଟ ଦେବାକୁ ଆରବିଆଇକୁ ଲେଖାଯିବ ଚିଠି

ଭୁବନେଶ୍ବର ୮।୭: ସରିଲା ରତ୍ନଭଣ୍ଡାର ମରାମତି । ଖୁବଶୀଘ୍ର ହେବ ଗଣତି ମଣତି । ଅଗଷ୍ଟ ମାସରେ ଗଣତି ମଣତି ହେବା ସମ୍ଭାବନା ରହିଛି । ଉଚ୍ଚସ୍ତରୀୟ କମିଟି ବୈଠକରେ ହେବ ଚୂଡ଼ାନ୍ତ ନିଷ୍ପତ୍ତି । ଏଭଳି ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଦୁଇ ଜଣ ଏକ୍ସପର୍ଟ ଦେବାକୁ ଆରବିଆଇକୁ ଚିଠି ଲେଖାଯିବ । ଯେଉଁମାନେ ସୋମନାଥ ମନ୍ଦିର ଓ ବିଭିନ୍ନ ବଡ଼ ମନ୍ଦିରରେ ଅଳଙ୍କାର ଗଣତିରେ ସେମାନଙ୍କର ଅଭିଜ୍ଞତା ଥିବ । ରତ୍ନ ଅଳଙ୍କାର ରଖିବା ପାଇଁ ନୂଆ ସିନ୍ଦୁକ ପ୍ରସ୍ତୁତ କରାଯାଇଛି । ଅଭିଜ୍ଞ ବଣିଆ ଚିହ୍ନଟ କରାଯିବ । ରତ୍ନଭଣ୍ଡାର ମରାମତି ପରେ ଶତାଧିକ ବର୍ଷ ସ୍ଥାୟୀତ୍ବ ରହିବ । ରତ୍ନଭଣ୍ଡାର ମରାମତି ପରେ ASI ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରିସାରିଛି ।ସେପଟେ, ରତ୍ନଭଣ୍ଡାର ମରାମତି କାମ ଶେଷ ହୋଇଥିବା ନେଇ ସୂଚନା ଦେଇଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀମନ୍ଦର ମୁଖ୍ୟ ପ୍ରଶାସକ କହିଥିଲେ, ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ୨୦୨୪ ଜୁଲାଇ ୧୪ରେ ରତ୍ନଭଣ୍ଡାର ଖୋଲାଯାଇଥିଲା, ଏହାପରେ ରତ୍ନଭଣ୍ଡାରେ ଥିବା ଅଳଙ୍କାର ଏବଂ ଅନ୍ୟାନ୍ୟ ସାମଗ୍ରୀକୁ ଅସ୍ଥାୟୀ ଭଣ୍ଡାର ଘରକୁ ସ୍ଥାନାନ୍ତର କରାଯାଇଥିଲା । ଏହାପରେ ୨୦୨୪ ଡିସେମ୍ବର ୧୭ ମରାମତି କାମ ଆରମ୍ଭ ହୋଇଥିଲା । ଶେଷରେ ପ୍ରାୟ ୬ ମାସ ପରେ ସୋମବାର ମରାମତି କାମ

ଅଗଷ୍ଟ ମାସରେ ହୋଇପାରେ ରତ୍ନ ଗଣତି ମଣତି, ୨ ଏକ୍ସପର୍ଟ ଦେବାକୁ ଆରବିଆଇକୁ ଲେଖାଯିବ ଚିଠି

ଭୁବନେଶ୍ବର ୮।୭: ସରିଲା ରତ୍ନଭଣ୍ଡାର ମରାମତି । ଖୁବଶୀଘ୍ର ହେବ ଗଣତି ମଣତି । ଅଗଷ୍ଟ ମାସରେ ଗଣତି ମଣତି ହେବା ସମ୍ଭାବନା ରହିଛି । ଉଚ୍ଚସ୍ତରୀୟ କମିଟି ବୈଠକରେ ହେବ ଚୂଡ଼ାନ୍ତ ନିଷ୍ପତ୍ତି । ଏଭଳି ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଦୁଇ ଜଣ ଏକ୍ସପର୍ଟ ଦେବାକୁ ଆରବିଆଇକୁ ଚିଠି ଲେଖାଯିବ । ଯେଉଁମାନେ ସୋମନାଥ ମନ୍ଦିର ଓ ବିଭିନ୍ନ ବଡ଼ ମନ୍ଦିରରେ ଅଳଙ୍କାର ଗଣତିରେ ସେମାନଙ୍କର ଅଭିଜ୍ଞତା ଥିବ । ରତ୍ନ ଅଳଙ୍କାର ରଖିବା ପାଇଁ ନୂଆ ସିନ୍ଦୁକ ପ୍ରସ୍ତୁତ କରାଯାଇଛି । ଅଭିଜ୍ଞ ବଣିଆ ଚିହ୍ନଟ କରାଯିବ । ରତ୍ନଭଣ୍ଡାର ମରାମତି ପରେ ଶତାଧିକ ବର୍ଷ ସ୍ଥାୟୀତ୍ବ ରହିବ । ରତ୍ନଭଣ୍ଡାର ମରାମତି ପରେ ASI ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରିସାରିଛି ।

ସେପଟେ, ରତ୍ନଭଣ୍ଡାର ମରାମତି କାମ ଶେଷ ହୋଇଥିବା ନେଇ ସୂଚନା ଦେଇଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀମନ୍ଦର ମୁଖ୍ୟ ପ୍ରଶାସକ କହିଥିଲେ, ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ୨୦୨୪ ଜୁଲାଇ ୧୪ରେ ରତ୍ନଭଣ୍ଡାର ଖୋଲାଯାଇଥିଲା, ଏହାପରେ ରତ୍ନଭଣ୍ଡାରେ ଥିବା ଅଳଙ୍କାର ଏବଂ ଅନ୍ୟାନ୍ୟ ସାମଗ୍ରୀକୁ ଅସ୍ଥାୟୀ ଭଣ୍ଡାର ଘରକୁ ସ୍ଥାନାନ୍ତର କରାଯାଇଥିଲା । ଏହାପରେ ୨୦୨୪ ଡିସେମ୍ବର ୧୭ ମରାମତି କାମ ଆରମ୍ଭ ହୋଇଥିଲା । ଶେଷରେ ପ୍ରାୟ ୬ ମାସ ପରେ ସୋମବାର ମରାମତି କାମ ସରିଛି । 

ମୁଖ୍ୟ ପ୍ରଶାସକ ଆହୁରି କହିଥିଲେ, ପ୍ରାୟ ୩୩୩ ଘଣ୍ଟା କାମ ହୋଇଛି । ଭିତରେ ୯ଟି ବକ୍ସ ବିମ୍ ଓ ବାହାରେ ୬ଟି ବକ୍ସ ବିମ୍ ଲାଗିଛି । ୫୨୦ଟି ପଥର ବଦଳାଯାଇଛି । ଭିତର କବାଟ ମରାମତି ହୋଇଛି । ବାହାର ଗେଟ୍‌କୁ ଷ୍ଟେନଲେସ୍ ଷ୍ଟିଲ୍ କରାଯାଇଛି । ଗେଟ୍‌ ସିଲ୍‌ କରାଯାଇ ୬ ଚାବି ପକାଯାଇଛି । ଭିତରେ ଯେଉଁ ଗେଟ୍‌ ଅଛି ତାହା ଠିକ୍ ଅଛି ।

ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଶେଷ ପରେ ଏଏସ୍‌ଆଇ ଶ୍ରୀମନ୍ଦିର ପ୍ରଶାସନକୁ ଚାବି ହସ୍ତାନ୍ତର କରିଛି । ଚାବି ଗୁଡ଼ିକ ଭଣ୍ଡାର ମେକାପ, ଗଜପତିଙ୍କ ପ୍ରତିନିଧି, ଭଣ୍ଡାର ମେକାପଙ୍କ ପାଖରେ ରଖାଯାଇଛି । ପ୍ରାୟ ଦୁଇ ଶହ କିମ୍ବା ତିନି ଶହ ବର୍ଷ ପାଇଁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ କରାଯାଇଛି । ରତ୍ନଭଣ୍ଡାରର ଅଳଙ୍କାର ଗୁଡ଼ିକ ମୂଳ ଭଣ୍ଡାରକୁ ଆଣିବା ପାଇଁ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ ତଥା ଗଣତି ହେବ ବୋଲି ସୂଚନା ଦେଇଥିଲେ ମୁଖ୍ୟ ପ୍ରଶାସକ ।

You Can Read:

ରାଜଘାଟ ଠାରେ ସୁବର୍ଣ୍ଣରେଖା ବୁଧବାର ସନ୍ଧ୍ୟା ସୁଦ୍ଧା ସତର୍କ ସଂକେତକୁ ଯିବ, ହେଲେ ତାପରେ ଆଉ ବଢିବ ନାହିଁ