ଅଗଷ୍ଟ ୧୫ ପତାକା ଉତ୍ତୋଳନ ପାଇଁ ଜେଲରୁ LGଙ୍କୁ ପତ୍ରଲେଖିଲେ କେଜରିୱାଲ, ଜାଣନ୍ତୁ କହିଛନ୍ତି କ’ଣ?

ନୂଆଦିଲ୍ଲୀ : ଜେଲରେ ବନ୍ଦୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ୧୫ ଅଗଷ୍ଟ ଜାତୀୟ ପତାକା ଉତ୍ତୋଳନ ନେଇ ଲେଫ୍ଟନାଣ୍ଟ ଗଭର୍ଣ୍ଣର (ଏଲଜି)ଙ୍କୁ ଏକ ପତ୍ର ଲେଖିଛନ୍ତି। ନିଜ ପତ୍ରରେ କଜେରିୱାଲ ଉଲ୍ଲେଖ କରିଛନ୍ତି ଯେ ଦିଲ୍ଲୀରେ ସ୍ୱାଧୀନତା ଦିବସ ଅବସରରେ ଅଗଷ୍ଟ ୧୫ ତାରିଖ ଦିନ ମନ୍ତ୍ରୀ ଆତିଶୀ ସିଂହ ଜାତୀୟ ପତାକା ଉତ୍ତୋଳନ କରିବେ। ଉଲ୍ଲେଖଯୋଗ୍ୟ ଯେ ସ୍ୱାଧୀନତା ଦିବସ ଅବସରରେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଛତ୍ରସାଲ ଷ୍ଟାଡିୟମରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ଏଥିରେ ମୁଖ୍ୟମନ୍ତ୍ରୀ ପତାକା ଉତ୍ତୋଳନ କରନ୍ତି। ହେଲେ ଏଥର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଜେଲରେ ଅଛନ୍ତି। ଏଣୁ ସେ ତାଙ୍କ କ୍ୟାବିନେଟ ମନ୍ତ୍ରୀ ଆତିଶୀଙ୍କୁ ପତାକା ଉତ୍ତୋଳନ କରିବାକୁ ପ୍ରାଧିକୃତ କରିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଅଗଷ୍ଟ ୫ ତାରିଖ ଦିନ ହାଇକୋର୍ଟରୁ ଝଟକା ଲାଗିଛି। ଗିରଫକୁ ଚ୍ୟାଲେଞ୍ଜ କରି କେଜରିୱାଲ ଦାଖଲ କରିଥିବା ପିଟିସନକୁ କୋର୍ଟ ଖାର୍ଜ କରିଦେଇଛନ୍ତି। ଦିଲ୍ଲୀ କଥିତ ମଦ ଦୁର୍ନୀତି ମାମଲାରେ କେଜରିୱାଲଙ୍କୁ ପ୍ରଥମେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଥିବା ବେଳେ ପରେ ସିବିଆଇ ଗିରଫ କରିଛି। କେଜରିୱାଲ ଉଭୟ ଏଜେନ୍ସୀଙ୍କ ଗିରଫଦାରୀ ବୈଧତାକୁ ଚ୍ୟାଲେଞ୍ଜ କରିଥିଲେ। ଦିଲ୍ଲୀ କେଜରିୱାଲ ସରକାର ୧୭ ନଭେମ୍ବର ୨୦୨୧ରେ ରାଜ୍ୟରେ ନୂଆ ଏକ୍ସାଇଜ ପଲିସି ୨୦୨୧-୨୨ ଲାଗୁ କରିଥିଲେ। ନୂଆ ମଦନୀତି

ଅଗଷ୍ଟ ୧୫ ପତାକା ଉତ୍ତୋଳନ ପାଇଁ ଜେଲରୁ LGଙ୍କୁ ପତ୍ରଲେଖିଲେ କେଜରିୱାଲ, ଜାଣନ୍ତୁ କହିଛନ୍ତି କ’ଣ?

ନୂଆଦିଲ୍ଲୀ : ଜେଲରେ ବନ୍ଦୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ୧୫ ଅଗଷ୍ଟ ଜାତୀୟ ପତାକା ଉତ୍ତୋଳନ ନେଇ ଲେଫ୍ଟନାଣ୍ଟ ଗଭର୍ଣ୍ଣର (ଏଲଜି)ଙ୍କୁ ଏକ ପତ୍ର ଲେଖିଛନ୍ତି। ନିଜ ପତ୍ରରେ କଜେରିୱାଲ ଉଲ୍ଲେଖ କରିଛନ୍ତି ଯେ ଦିଲ୍ଲୀରେ ସ୍ୱାଧୀନତା ଦିବସ ଅବସରରେ ଅଗଷ୍ଟ ୧୫ ତାରିଖ ଦିନ ମନ୍ତ୍ରୀ ଆତିଶୀ ସିଂହ ଜାତୀୟ ପତାକା ଉତ୍ତୋଳନ କରିବେ। ଉଲ୍ଲେଖଯୋଗ୍ୟ ଯେ ସ୍ୱାଧୀନତା ଦିବସ ଅବସରରେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଛତ୍ରସାଲ ଷ୍ଟାଡିୟମରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ଏଥିରେ ମୁଖ୍ୟମନ୍ତ୍ରୀ ପତାକା ଉତ୍ତୋଳନ କରନ୍ତି। 

ହେଲେ ଏଥର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଜେଲରେ ଅଛନ୍ତି। ଏଣୁ ସେ ତାଙ୍କ କ୍ୟାବିନେଟ ମନ୍ତ୍ରୀ ଆତିଶୀଙ୍କୁ ପତାକା ଉତ୍ତୋଳନ କରିବାକୁ ପ୍ରାଧିକୃତ କରିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଅଗଷ୍ଟ ୫ ତାରିଖ ଦିନ ହାଇକୋର୍ଟରୁ ଝଟକା ଲାଗିଛି। ଗିରଫକୁ ଚ୍ୟାଲେଞ୍ଜ କରି କେଜରିୱାଲ ଦାଖଲ କରିଥିବା ପିଟିସନକୁ କୋର୍ଟ ଖାର୍ଜ କରିଦେଇଛନ୍ତି। ଦିଲ୍ଲୀ କଥିତ ମଦ ଦୁର୍ନୀତି ମାମଲାରେ କେଜରିୱାଲଙ୍କୁ ପ୍ରଥମେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଥିବା ବେଳେ ପରେ ସିବିଆଇ ଗିରଫ କରିଛି। କେଜରିୱାଲ ଉଭୟ ଏଜେନ୍ସୀଙ୍କ ଗିରଫଦାରୀ ବୈଧତାକୁ ଚ୍ୟାଲେଞ୍ଜ କରିଥିଲେ। 

ଦିଲ୍ଲୀ କେଜରିୱାଲ ସରକାର ୧୭ ନଭେମ୍ବର ୨୦୨୧ରେ ରାଜ୍ୟରେ ନୂଆ ଏକ୍ସାଇଜ ପଲିସି ୨୦୨୧-୨୨ ଲାଗୁ କରିଥିଲେ। ନୂଆ ମଦନୀତି ଅନୁସାରେ ମଦ ବେପାରରୁ ସରକାର ନିଜକୁ ସମ୍ପୂର୍ଣ୍ଣ ବାହାର କରିଦେଇଥିଲେ ଓ ଦୋକାନ ଘରୋଇ ହାତକୁ ଚାଲିଯାଇଥିଲା। ଦିଲ୍ଲୀ ସରକାର ଦାବି କରିଥିଲେ ଯେ ନୂଆ ମଦ ନୀତି ରାଜ୍ୟରେ ମାଫିଆ ରାଜ ସମାପ୍ତ କରିବ ଓ ସରକାରଙ୍କ ରାଜସ୍ୱ ଆୟ ବୃଦ୍ଧି କରିବ। ଏହି ନୀତି ଆରମ୍ଭରୁ ହିଁ ବିବାଦୀୟ ହୋଇପଡିଥିଲା ଓ ଯେତେବେଳେ ବିବାଦ ବଢିଗଲା ୨୮ ଜୁଲାଇ ୨୦୨୨ରେ ସରକାର ଏହାକୁ ରଦ୍ଦ କରିଦେଇଥିଲେ। 

ତେବେ ଦିଲ୍ଲୀ ମଦ ନୀତିରେ ଦୁର୍ନୀତି ହୋଇଥିବା ନେଇ ତତ୍କାଳୀନ ମୁଖ୍ୟ ଶାସନ ସଚିବ ନରେଶ କୁମାରଙ୍କ ରିପୋର୍ଟରୁ ଜଣାପଡିଥିଲା। ଏହି ରିପୋର୍ଟରେ ମୁଖ୍ୟ ଶାସନ ସଚିବ ନରେଶ କୁମାର ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ସମେତ ଆମ ଆଦମୀ ପାର୍ଟି (ଆପ)ର ଅନେକ ବଡବଡ଼ ନେତାଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଥିଲେ। ଏହି ରିପୋର୍ଟ କୁ ଦିଲ୍ଲୀ ଏଲଜି ଭି.କେ.ସକ୍ସେନା ସିବିଆଇ ତଦନ୍ତ ନିମନ୍ତେ ସୁପାରିଶ କରିଥିଲେ।