ହାରିସ୍ ଏବଂ ଟ୍ରମ୍ପଙ୍କ ମଧ୍ୟରେ ଯଦି ମୁକାବିଲା ଟାଇ ହୁଏ ! କିପରି ଚୟନ ହେବେ ଆମେରିକା ରାଷ୍ଟ୍ରପତି ?
ନୂଆଦିଲ୍ଲୀ: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମଙ୍ଗଳବାର (ଅକ୍ଟୋବର ୫)ରେ ମତଦାନ ହେବ । ଦେଶବାସୀ ନିଜର ନୂଆ ରାଷ୍ଟ୍ରପତି ଚୟନ କରିବେ । ଏହାସହ ଆମେରିକାର ୪୭ତମ ରାଷ୍ଟ୍ରପତି କିଏ ହେବ ତାହା ସ୍ପଷ୍ଟ ହେବ । ଭିନ୍ନ ଭିନ୍ନ ସର୍ଭେରେ କମଲା ହାରିସ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ କଡ଼ା ମୁକାବିଲା ହେବାକୁ ଥିବା ଅନୁମାନ କରାଯାଉଛି । ତେଣୁ ଦୁଇ ଦଳ ମଧ୍ୟରେ ଯଦି ଟାଇ ସ୍ଥିତି ଅର୍ଥାତ୍ କେହି ବି ୨୭୦ ଆସନ ନପାଇ ୨୬୯-୨୬୯ରେ ପରିଣାମ ଶେଷ ହୁଏ, ତେବେ କଣ ହେବ ?ନିର୍ବାଚନ ପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଉପରାଷ୍ଟ୍ରପତି କମଲା ହାରିସ ଲୋକଙ୍କ ଭୋଟ ପାଇବା ପାଇଁ ସବୁ ପ୍ରୟାସ କରିଛନ୍ତି । ତେବେ ଆମେରିକାରେ ନିର୍ବାଚନ ପରିଣାମ ପ୍ରକ୍ରିୟା ଟିକେ ଜଟିଳ । ଏଠାରେ ଲୋକଙ୍କ ଭୋଟ୍ ନିର୍ବାଚନରେ କିଏ ଜିତିବ ତାହ ସ୍ଥିର କରେ ନାହିଁ, ବରଂ ଏଥିପାଇଁ ଏକ ଅଲଗା ପ୍ରକ୍ରିୟା ରହିଛି, ଯାହାକୁ ଇକେକ୍ଟୋରଲ କଲେଜ କୁହାଯାଏ । କୌଣସି ପ୍ରାର୍ଥୀ ଯଦି ବିଜୟ ପାଇଁ ଆବଶ୍ୟକ ୨୭୦ର ମ୍ୱାଜିକ୍ ନମ୍ୱର ହାସଲ ନକରନ୍ତି, ତେବେ ସେହି ସ୍ଥିତିରେ କଣ କରାଯିବ ତାହା ମଧ୍ୟ ଆମେରିକାର ସମ୍ୱିଧାନରେ ଉଲ୍ଲେଖ ରହିଛି । ଏହା ଏକ କଣ୍ଟିଜେଣ୍ଟ ନିର୍ବାଚନ ହୋଇଯିବ । ଏହାପରେ ଆମେରିକାର କଂଗ୍ରେସ ପରବର୍ତ୍ତୀ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ଚୟନ କରିବ ।ଆମେରିକା ନିର୍ବାଚନରେ ଜନସଂଖ୍ୟା ଆଧାରରେ ୫୦ ଆମେରିକୀୟ ରାଜ୍ୟ ଏବଂ ୱା
ନୂଆଦିଲ୍ଲୀ: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମଙ୍ଗଳବାର (ଅକ୍ଟୋବର ୫)ରେ ମତଦାନ ହେବ । ଦେଶବାସୀ ନିଜର ନୂଆ ରାଷ୍ଟ୍ରପତି ଚୟନ କରିବେ । ଏହାସହ ଆମେରିକାର ୪୭ତମ ରାଷ୍ଟ୍ରପତି କିଏ ହେବ ତାହା ସ୍ପଷ୍ଟ ହେବ । ଭିନ୍ନ ଭିନ୍ନ ସର୍ଭେରେ କମଲା ହାରିସ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ କଡ଼ା ମୁକାବିଲା ହେବାକୁ ଥିବା ଅନୁମାନ କରାଯାଉଛି । ତେଣୁ ଦୁଇ ଦଳ ମଧ୍ୟରେ ଯଦି ଟାଇ ସ୍ଥିତି ଅର୍ଥାତ୍ କେହି ବି ୨୭୦ ଆସନ ନପାଇ ୨୬୯-୨୬୯ରେ ପରିଣାମ ଶେଷ ହୁଏ, ତେବେ କଣ ହେବ ?
ନିର୍ବାଚନ ପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଉପରାଷ୍ଟ୍ରପତି କମଲା ହାରିସ ଲୋକଙ୍କ ଭୋଟ ପାଇବା ପାଇଁ ସବୁ ପ୍ରୟାସ କରିଛନ୍ତି । ତେବେ ଆମେରିକାରେ ନିର୍ବାଚନ ପରିଣାମ ପ୍ରକ୍ରିୟା ଟିକେ ଜଟିଳ । ଏଠାରେ ଲୋକଙ୍କ ଭୋଟ୍ ନିର୍ବାଚନରେ କିଏ ଜିତିବ ତାହ ସ୍ଥିର କରେ ନାହିଁ, ବରଂ ଏଥିପାଇଁ ଏକ ଅଲଗା ପ୍ରକ୍ରିୟା ରହିଛି, ଯାହାକୁ ଇକେକ୍ଟୋରଲ କଲେଜ କୁହାଯାଏ । କୌଣସି ପ୍ରାର୍ଥୀ ଯଦି ବିଜୟ ପାଇଁ ଆବଶ୍ୟକ ୨୭୦ର ମ୍ୱାଜିକ୍ ନମ୍ୱର ହାସଲ ନକରନ୍ତି, ତେବେ ସେହି ସ୍ଥିତିରେ କଣ କରାଯିବ ତାହା ମଧ୍ୟ ଆମେରିକାର ସମ୍ୱିଧାନରେ ଉଲ୍ଲେଖ ରହିଛି । ଏହା ଏକ କଣ୍ଟିଜେଣ୍ଟ ନିର୍ବାଚନ ହୋଇଯିବ । ଏହାପରେ ଆମେରିକାର କଂଗ୍ରେସ ପରବର୍ତ୍ତୀ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ଚୟନ କରିବ ।
ଆମେରିକା ନିର୍ବାଚନରେ ଜନସଂଖ୍ୟା ଆଧାରରେ ୫୦ ଆମେରିକୀୟ ରାଜ୍ୟ ଏବଂ ୱାଶିଂଟନକୁ ମିଶାଇ ୫୩୮ ଆସନରେ ମତଦାନ ହେବ । ବିଜୟ ପାଇଁ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀଙ୍କୁ ଅତି କମରେ ୨୭୦ ନିର୍ବାଚନୀ ଭୋଟ ହାସଲ କରିବାକୁ ହେବ । ଯଦି ମୁକାବିଲ ୨୬୯-୨୬୯ରେ ସମାନ ହୁଏ ତେବେ ଏହାକୁ ଆକସ୍ମିକ ନିର୍ବାଚନ ଧାରଯିବ । ସିଏନ୍ଏନ୍ର ଏକ ରିପୋର୍ଟ ଅନୁସାରେ ଯଦି କମଲା ହାରିସ୍ ଭିସ୍କାନିସନ, ମିଶିଗନ, ଏରିଜୋନା ଏବଂ ନେବାଦା ଏବଂ ନେବ୍ରାସ୍କାରେ ଗୋଟିଏ ବି ଇଲେକ୍ଟୋରାଲ ଭୋଟ ଜିତନ୍ତି, ଏବଂ ଫେନଲିସଭେନିଆ ଏବଂ ଜର୍ଜିଆରେ ପରାଜିତ ହୁଅନ୍ତି, ତେବେ ଏହି ମୁକାବିଲାର ୨୬୯-୨୬୯ ହୋଇପାରେ ।
ଅଲ୍ ଜଜିରା ରିପୋର୍ଟ ଅନୁସାରେ ଆକସ୍ମିକ ନିର୍ବାଚନରେ ଆମେରିକାର ନିମ୍ନ ସଦନ, ହାଉସ୍ ଅଫ୍ ରିପ୍ରେଜେଣ୍ଟଟେଟିଭ୍ ବିଜେତା କିଏ ହେବ ତାର ନିଷ୍ପତ୍ତି ନେବ । ଗୃହରେ ପ୍ରତ୍ୟକ ରାଜ୍ୟର ପ୍ରତିନିଧିମଣ୍ଡଳ ଭୋଟ ଦେବେ ଏବଂ ପ୍ରାର୍ଥୀକୁ ରାଜ୍ୟ ପ୍ରତିନିଧିମଣ୍ଡଳଙ୍କ ବହୁମତ ହାସଲ କରିବାକୁ ହେବ । ହାଉସ୍ ଅଫ୍ ରିପ୍ରେଜେଣ୍ଟଟେଟିଭ ଦ୍ୱାରା ରାଷ୍ଟ୍ରପତି ଏବଂ ସିନେଟ୍ ଉପରାଷ୍ଟ୍ରପତି ନିର୍ବଚନ କରେ । ୧୮୦୦ ମସିହାରେ ଲାଗୁ କରାଯାଇଥିବା ୧୨ତମ ସମ୍ୱିଧାନ ସଂଶୋଧନ ଅନୁସାରେ ଯଦି କୌଣସି ପ୍ରାର୍ଥୀଙ୍କୁ ଇଲେକ୍ଟୋରାଲ କଲେଜ ଭୋଟରେ ବହୁମତ ନମିଳିଲେ ନୂଆ କଂଗ୍ରେସ ଜାନୁଆରୀ ୩ରେ ଶପଥ ନେବ ଏହଂ ରାଷ୍ଟ୍ରପଚି ନିର୍ବାଚନ କରିବ ।