ଅଗ୍ନି ସୁରକ୍ଷା ପ୍ରତି ସମର୍ପିତ ହୁଅ

ସମ୍ବଲପୁର,୧୫ା୪(ପ୍ରମୋଦ ବହିଦାର): ସୁରକ୍ଷିତ ମାନବସମ୍ବଳ ଦ୍ୱାରା ଦେଶର ଆର୍ଥତ୍କ ଉନ୍ନତି ଓ ପ୍ରଗତି ସମ୍ଭବ। ସମ୍ବଲପୁର ରିଜର୍ଭ ପୋଲିସ ଲାଇନ୍‌ ପଡ଼ିଆରେ ଜିଲା ଅଗ୍ନିଶମ ବିଭାଗ ପକ୍ଷରୁ ଆୟୋଜିତ ୮୧ତମ ଅଗ୍ନିଶମ ସପ୍ତାହ ଓ ସହିଦ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ଉତ୍ତରାଞ୍ଚଳ ମଣ୍ଡଳ ଅଗ୍ନିଶମ ଅଧିକାରୀ ସଲିଲ୍‌ ପ୍ରକାଶ କିଣ୍ଡୋ। ଆୟୋଜିତ ସାମୂହିକ ପରେଡ୍‌ରେ ଅଭିବାଦନ ଗ୍ରହଣ କରି ସମବେତ ଅଗ୍ନିଶମ କର୍ମଚାରୀଙ୍କ ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେଇ କିଣ୍ଡୋ କହିଛନ୍ତି, ଅଗ୍ନିଶମ […] The post ଅଗ୍ନି ସୁରକ୍ଷା ପ୍ରତି ସମର୍ପିତ ହୁଅ appeared first on Dharitri Odia News.

ଅଗ୍ନି ସୁରକ୍ଷା ପ୍ରତି ସମର୍ପିତ ହୁଅ

ସମ୍ବଲପୁର,୧୫ା୪(ପ୍ରମୋଦ ବହିଦାର): ସୁରକ୍ଷିତ ମାନବସମ୍ବଳ ଦ୍ୱାରା ଦେଶର ଆର୍ଥତ୍କ ଉନ୍ନତି ଓ ପ୍ରଗତି ସମ୍ଭବ। ସମ୍ବଲପୁର ରିଜର୍ଭ ପୋଲିସ ଲାଇନ୍‌ ପଡ଼ିଆରେ ଜିଲା ଅଗ୍ନିଶମ ବିଭାଗ ପକ୍ଷରୁ ଆୟୋଜିତ ୮୧ତମ ଅଗ୍ନିଶମ ସପ୍ତାହ ଓ ସହିଦ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ଉତ୍ତରାଞ୍ଚଳ ମଣ୍ଡଳ ଅଗ୍ନିଶମ ଅଧିକାରୀ ସଲିଲ୍‌ ପ୍ରକାଶ କିଣ୍ଡୋ।

ଆୟୋଜିତ ସାମୂହିକ ପରେଡ୍‌ରେ ଅଭିବାଦନ ଗ୍ରହଣ କରି ସମବେତ ଅଗ୍ନିଶମ କର୍ମଚାରୀଙ୍କ ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେଇ କିଣ୍ଡୋ କହିଛନ୍ତି, ଅଗ୍ନିଶମ କେବଳ ଜନ ସମୁଦାୟର ସୁରକ୍ଷା ନୁହେଁ ବରଂ ସମୃଦ୍ଧ ରାଷ୍ଟ୍ର ଗଠନରେ ମଧ୍ୟ ସହାୟକ ହୋଇଥାଏ। ଅଗ୍ନିଶମ ସପ୍ତାହ ଓ ଶହିଦ ଦିବସ ପାଳନର ଉଦ୍ଦେଶ୍ୟ ଜ୍ଞାପନ କରି ସେ କହିଲେ ୧୯୪୪ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ମୁମ୍ବାଇସ୍ଥିତ ଭକ୍ଟୋରିଆ ବନ୍ଦରରେ ଏକ ବ୍ରିଟିଶ ଜାହଜରେ ହୋଇଥିବା ଭୀଷଣ ବିସ୍ଫୋରଣରୁ ଲାଗିଯାଇଥିବା ନିଆଁକୁ ଆୟତ୍ତ କରିବାକୁ ଯାଇ ଆଜିର ଦିନରେ ୭୧ ଜଣ ଅଗ୍ମିଶମ କର୍ମଚାରୀ ଶହୀଦ ହୋଇଥିଲେ।

ଉକ୍ତ ଶହୀଦମାନଙ୍କ ସ୍ମୃତିରେ ସେହି ଦିନଠାରୁ ଅଗ୍ନିଶମ ସପ୍ତାହ ଓ ଶହୀଦ ଦିବସ ପାଳିତ ହୋଇ ଆସୁଛି। ଏହି ଅବସରରେ ସେ ସମସ୍ତଙ୍କୁ ଅଗି୍ନ ସୁରକ୍ଷା ପ୍ରତି ସମର୍ପିତ ହୋଇ ଅଗ୍ନି ନିର୍ବାପନ ଦିଗରେ ବ୍ୟାପକ ଜନସଚେତନତା ଜାଗ୍ରତ କରିବାକୁ ଆହ୍ବାନ ଦେଇଥିଲେ।

ଆଜିର ଦିନରେ ଇତିହାସକୁ ଦୃଷ୍ଟିରେ ରଖି ଭବିଷ୍ୟତ ମାର୍ଗ ପ୍ରସ୍ତୁତ କରିବାକୁ ସେ ଉପସ୍ଥିତ ସମସ୍ତ ଅଗ୍ନିଶମ କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ୨୦ଜଣ ଅବସରପ୍ରାପ୍ତ ଅଗ୍ନିଶମ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଥିଲା। ଏଥିରେ ଜିଲା ଅଗ୍ନଶମ ଅଧିକାରୀ ସୁଦାମ ଚନ୍ଦ୍ର କିସ୍କୁଙ୍କ ସହିତ ଅନ୍ୟ ଅଗ୍ନିଶମ ଅଧିକାରୀ ଓ କର୍ମଚାରୀ, ଅବସରପ୍ରପ୍ତ କର୍ମଚାରୀ ଓ ସେମାନଙ୍କ ପରିବାର ବର୍ଗ ଉପସ୍ଥିତ ଥିଲେ।

The post ଅଗ୍ନି ସୁରକ୍ଷା ପ୍ରତି ସମର୍ପିତ ହୁଅ appeared first on Dharitri Odia News.