ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା
ଧୂଷୁରୀ,୩।୧(ଦୀପ୍ତି ରଞ୍ଜନ ନାୟକ): ଭଦ୍ରକ ଜିଲା ଧୂଷୁରୀ ଥାନା ହସନାବାଦ ପଞ୍ଚାୟତ ବନବାଗ ଗ୍ରାମରେ ଶୁକ୍ରବାର ଏକ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଭରତ ଦାସ ଏବଂ ଶରତ ଦାସଙ୍କ ୪ ବଖରା ଘର ପୋଡି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡରେ ଘରର ସମସ୍ତ ଆସବାବପତ୍ର ସହ ଜିନିଷ ପୋଡି ନଷ୍ଟ ହୋଇଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଖବର ପାଇ ଧାମନଗରରୁ ଦମକଳ ବାହିନୀ ଆସି ନିଆଁ ଲିଭାଇବା ପୂର୍ବରୁ ସବୁକିଛି ଶେଷ ହୋଇ ଯାଇଥିଲା। ହେଲେ ଦମକଳ […] The post ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା appeared first on Dharitri Odia News.
ଧୂଷୁରୀ,୩।୧(ଦୀପ୍ତି ରଞ୍ଜନ ନାୟକ): ଭଦ୍ରକ ଜିଲା ଧୂଷୁରୀ ଥାନା ହସନାବାଦ ପଞ୍ଚାୟତ ବନବାଗ ଗ୍ରାମରେ ଶୁକ୍ରବାର ଏକ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଭରତ ଦାସ ଏବଂ ଶରତ ଦାସଙ୍କ ୪ ବଖରା ଘର ପୋଡି ପାଉଁଶ ହୋଇଯାଇଛି।
ଅଗ୍ନିକାଣ୍ଡରେ ଘରର ସମସ୍ତ ଆସବାବପତ୍ର ସହ ଜିନିଷ ପୋଡି ନଷ୍ଟ ହୋଇଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଖବର ପାଇ ଧାମନଗରରୁ ଦମକଳ ବାହିନୀ ଆସି ନିଆଁ ଲିଭାଇବା ପୂର୍ବରୁ ସବୁକିଛି ଶେଷ ହୋଇ ଯାଇଥିଲା। ହେଲେ ଦମକଳ ବାହିନୀ ଶେଷରେ ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡର ସଠିକ୍ କାରଣ ଜଣାପଡି ନ ଥିବା ବେଳେ ବିଦ୍ୟୁତ୍ ସର୍ଟ ଶର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।
The post ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା appeared first on Dharitri Odia News.