ନୋଡାଲ ଉଚ୍ଚ ବିଦ୍ୟାଳୟର ଦୁଇ ଛାତ୍ରୀ ଅସୁସ୍ଥ: ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

ଦେବଗଡ,୬।୧୨(ଶଶାଙ୍କ ଶେଖର ଝାଙ୍କର):ବାରକୋଟ ବ୍ଲକ କଣ୍ଢଳ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପାଠ ପଡୁଥିବା ଦୁଇ ଜଣ ଛାତ୍ରୀ ହଠାତ ଅସୁସ୍ଥ ହୋଇ ପଡିଥିବାବେଳେ ଚିକିତ୍ସା ନିମନ୍ତେ ଉଭୟଙ୍କୁ ଜିଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ଜାଗୃତି ସାହୁ ଏବଂ ପ୍ରିୟଙ୍କା ଧଳ ଘରୁ ବାହାରି ବିଦ୍ୟାଳୟରେ ପହଂଚିବା ପରେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହ ହଠାତ ଅସୁସ୍ଥ ହୋଇପଡିଥିଲେ। ଏନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ ସେମାନଙ୍କ […] The post ନୋଡାଲ ଉଚ୍ଚ ବିଦ୍ୟାଳୟର ଦୁଇ ଛାତ୍ରୀ ଅସୁସ୍ଥ: ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି appeared first on Dharitri Odia News.

ନୋଡାଲ ଉଚ୍ଚ ବିଦ୍ୟାଳୟର ଦୁଇ ଛାତ୍ରୀ ଅସୁସ୍ଥ: ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

ଦେବଗଡ,୬।୧୨(ଶଶାଙ୍କ ଶେଖର ଝାଙ୍କର):ବାରକୋଟ ବ୍ଲକ କଣ୍ଢଳ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପାଠ ପଡୁଥିବା ଦୁଇ ଜଣ ଛାତ୍ରୀ ହଠାତ ଅସୁସ୍ଥ ହୋଇ ପଡିଥିବାବେଳେ ଚିକିତ୍ସା ନିମନ୍ତେ ଉଭୟଙ୍କୁ ଜିଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ, ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ଜାଗୃତି ସାହୁ ଏବଂ ପ୍ରିୟଙ୍କା ଧଳ ଘରୁ ବାହାରି ବିଦ୍ୟାଳୟରେ ପହଂଚିବା ପରେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହ ହଠାତ ଅସୁସ୍ଥ ହୋଇପଡିଥିଲେ। ଏନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ ସେମାନଙ୍କ ପରିବାର ଲକୋଙ୍କୁ ସୂଚନ ଦେବାରୁ ପରିବାର ଲୋକେ ଚିକିତ୍ସା ନିମନ୍ତେ ସେମାନଙ୍କୁ ସେଠାକାର ଏକ ଘରୋଇ ନର୍ସିଂ ହୋମରେ ଭର୍ତୀ କରିଥିଲେ। ମାତ୍ର ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ନିମନ୍ତେ ସେମାନଙ୍କୁ ଦେବଗଡ ଜିଲା ମୂଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେମାନେ ସେଠାରେ ଚିକିତ୍ସାଧରନ ଥିବା ଜଣାପଡିଛି। ତେବେ କୌଣସି କାରଣରୁ ମାନସିକ ଚାପ ପଡିଲେ ବା ଭୟଭୀତ ହେଲେ ଏଭଳି ହୋଇଥାଏ ଓ ଆବଶ୍ୟକତା ଅନୁଯାୟୀ ଚିକିତ୍ସା ଜାରି ରହିଛି। ଖୁବଶୀଘ୍ର ସେମାନେ ସୁସ୍ଥ ହୋଇଯିବେ ବୋଲି ଚିକିତ୍ସାକାରୀ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ମାସାଂ ମୁର୍ମୁ ପ୍ରକାଶ କରିଛନ୍ତି।

The post ନୋଡାଲ ଉଚ୍ଚ ବିଦ୍ୟାଳୟର ଦୁଇ ଛାତ୍ରୀ ଅସୁସ୍ଥ: ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି appeared first on Dharitri Odia News.