ଦିଲ୍ଲୀରେ ବନ୍ଦ ହେବ ପେଟ୍ରୋଲ- ଡିଜେଲ ଗାଡ଼ି ? ଲଞ୍ଚ୍‌ ହେଲା ଇଭି ପଲିସି ୨.୦

ନୂଆଦିଲ୍ଲୀ: ଦିଲ୍ଲୀ ସରକାର ଇଭି ପଲିସି ୨.୦ର ଘୋଷଣା କରିଛନ୍ତି । ଏହି ନୂଆ ପଲିସି ଅନୁଯାୟୀ ୨୦୨୭ ସୁଦ୍ଧା ଦିଲ୍ଲୀରେ ୯୫% ନୂଆ ଇଲେକ୍ଟ୍ରିକ ଗାଡ଼ିର ପଞ୍ଜୀକରଣ କରିବାର ଲକ୍ଷ୍ୟ ରଖାଯାଇଛି। ଦିଲ୍ଲୀରେ ଇଲେକ୍ଟ୍ରିକ୍‌ ମୋବିଲିଟିକୁ ଆହୁରି ଦ୍ରୁତ ଭାବରେ ଆପଣାଇବା ଏବଂ ଦେଶରେ ଇଭି ନେତୃତ୍ବକୁ ମଜଭୁତ କରିବା ପାଇଁ ଏହି ନୀତି ପ୍ରସ୍ତୁତ କରାଯାଇଛି।ଆହୁରି କୁହାଯାଇଛି ଏହି ନୀତି କେବଳ ଯେ, ଗାଡ଼ି ମାଲିକଙ୍କୁ ଇଲେକ୍ଟ୍ରିକ୍ ଗାଡ଼ି ପାଇଁ ଆକର୍ଷିତ କରିବ ତାହା ନୁହେଁ ବରଂ ପ୍ରଦୂଷଣ କମ୍ କରିବା ତଥା ଗ୍ରୀନ୍ ଏନର୍ଜୀକୁ ପ୍ରୋତ୍ସାହନ ଦେବାରେ ମଧ୍ୟ ବଡ଼ ଭୂମିକା ନିଭାଇବ। ଏହା ସହ ଇଭି ସେକ୍ଟରରେ ରୋଜଗାର ବଢ଼ାଇବା ଏବଂ ଇନଫ୍ରାଷ୍ଟ୍ରକଚରକୁ ମଜଭୁତ କରିବା ପାଇଁ ମଧ୍ୟ ଏହା ଏକ ବଡ଼ ପଦକ୍ଷେପ ହେବ।ଏହି ପଲିସି ଅନୁଯାୟୀ, ସବୁ ସିଏନଜି ଅଟୋ-ରିକ୍ସା, ଟ୍ୟାକ୍ସୀ ଏବଂ ଲାଇଟ୍‌ କର୍ମର୍ସିଆଲ ଭେଇକିଲ (LCV)କୁ ପର୍ଯ୍ୟାୟକ୍ରମେ ଇଲେକ୍ଟ୍ରିକ୍‌ରେ ପରିବର୍ତ୍ତିତ କରାଯିବ। ସବୁ ବସ୍‌କୁ ସଂପୂର୍ଣ୍ଣ ଭାବରେ ଇଲେକ୍ଟ୍ରିକ୍‌ କରାଯିବ। ଇଲେକ୍ଟ୍ରିକ ଟୁ-ହ୍ବିଲର, ଏଲସିଭି ଏବଂ ଟ୍ରକ୍ କିଣିବା ଉପରେ ପ୍ରୋତ୍ସାହନ ଦିଆଯିବ। ସ୍କ୍ରାପିଂ ଏବଂ ରେଟ୍ରୋଫିଟିଙ୍ଗ୍‌ ଇନସେନଟିଭ ମଧ୍ୟ ମିଳିବ। ଯାହାଦ୍ବାରା ଲୋକେ ପେଟ୍ରୋଲ- ଡିଜେଲ ଗାଡ଼ିରୁ ଇଭିକୁ ସିଫ୍ଟ ହୋଇପାରିବେ।କ୍ୟାବ୍ ଡେଲିଭରି ସର୍ଭିସ ଏବଂ ଅନ୍ୟ କମର୍ସିଆଲ ଗାଡ଼ିକୁ ମଧ୍ୟ ଇଭି

ଦିଲ୍ଲୀରେ ବନ୍ଦ ହେବ ପେଟ୍ରୋଲ- ଡିଜେଲ ଗାଡ଼ି ? ଲଞ୍ଚ୍‌ ହେଲା ଇଭି ପଲିସି ୨.୦

ନୂଆଦିଲ୍ଲୀ: ଦିଲ୍ଲୀ ସରକାର ଇଭି ପଲିସି ୨.୦ର ଘୋଷଣା କରିଛନ୍ତି । ଏହି ନୂଆ ପଲିସି ଅନୁଯାୟୀ ୨୦୨୭ ସୁଦ୍ଧା ଦିଲ୍ଲୀରେ ୯୫% ନୂଆ ଇଲେକ୍ଟ୍ରିକ ଗାଡ଼ିର ପଞ୍ଜୀକରଣ କରିବାର ଲକ୍ଷ୍ୟ ରଖାଯାଇଛି। ଦିଲ୍ଲୀରେ ଇଲେକ୍ଟ୍ରିକ୍‌ ମୋବିଲିଟିକୁ ଆହୁରି ଦ୍ରୁତ ଭାବରେ ଆପଣାଇବା ଏବଂ ଦେଶରେ ଇଭି ନେତୃତ୍ବକୁ ମଜଭୁତ କରିବା ପାଇଁ ଏହି ନୀତି ପ୍ରସ୍ତୁତ କରାଯାଇଛି।

ଆହୁରି କୁହାଯାଇଛି ଏହି ନୀତି କେବଳ ଯେ, ଗାଡ଼ି ମାଲିକଙ୍କୁ ଇଲେକ୍ଟ୍ରିକ୍ ଗାଡ଼ି ପାଇଁ ଆକର୍ଷିତ କରିବ ତାହା ନୁହେଁ ବରଂ ପ୍ରଦୂଷଣ କମ୍ କରିବା ତଥା ଗ୍ରୀନ୍ ଏନର୍ଜୀକୁ ପ୍ରୋତ୍ସାହନ ଦେବାରେ ମଧ୍ୟ ବଡ଼ ଭୂମିକା ନିଭାଇବ। ଏହା ସହ ଇଭି ସେକ୍ଟରରେ ରୋଜଗାର ବଢ଼ାଇବା ଏବଂ ଇନଫ୍ରାଷ୍ଟ୍ରକଚରକୁ ମଜଭୁତ କରିବା ପାଇଁ ମଧ୍ୟ ଏହା ଏକ ବଡ଼ ପଦକ୍ଷେପ ହେବ।

ଏହି ପଲିସି ଅନୁଯାୟୀ, ସବୁ ସିଏନଜି ଅଟୋ-ରିକ୍ସା, ଟ୍ୟାକ୍ସୀ ଏବଂ ଲାଇଟ୍‌ କର୍ମର୍ସିଆଲ ଭେଇକିଲ (LCV)କୁ ପର୍ଯ୍ୟାୟକ୍ରମେ ଇଲେକ୍ଟ୍ରିକ୍‌ରେ ପରିବର୍ତ୍ତିତ କରାଯିବ। ସବୁ ବସ୍‌କୁ ସଂପୂର୍ଣ୍ଣ ଭାବରେ ଇଲେକ୍ଟ୍ରିକ୍‌ କରାଯିବ। ଇଲେକ୍ଟ୍ରିକ ଟୁ-ହ୍ବିଲର, ଏଲସିଭି ଏବଂ ଟ୍ରକ୍ କିଣିବା ଉପରେ ପ୍ରୋତ୍ସାହନ ଦିଆଯିବ। ସ୍କ୍ରାପିଂ ଏବଂ ରେଟ୍ରୋଫିଟିଙ୍ଗ୍‌ ଇନସେନଟିଭ ମଧ୍ୟ ମିଳିବ। ଯାହାଦ୍ବାରା ଲୋକେ ପେଟ୍ରୋଲ- ଡିଜେଲ ଗାଡ଼ିରୁ ଇଭିକୁ ସିଫ୍ଟ ହୋଇପାରିବେ।

କ୍ୟାବ୍ ଡେଲିଭରି ସର୍ଭିସ ଏବଂ ଅନ୍ୟ କମର୍ସିଆଲ ଗାଡ଼ିକୁ ମଧ୍ୟ ଇଭିରେ ପରିବର୍ତ୍ତନ କରାଯିବ। ନୂଆ ପବ୍ଲିକ୍‌ ଏବଂ ପ୍ରାଇଭେଟ ଇଭି ଚାର୍ଜିଂ ଷ୍ଟେସନ ଲଗାଯିବ। ନୂଆ ବିଲ୍ଡିଂ ପ୍ରୋଜେକ୍ଟରେ ଇଭି ଚାର୍ଜିଂ ଷ୍ଟେସନ ବାଧ୍ୟତାମୂଳକ ହେବ। ପ୍ରମୁଖ ମାର୍ଗରେ ଫାଷ୍ଟ୍‌-ଚାର୍ଜିଂ କରିଡର କରାଯିବ।

କୁହାଯାଇଛି, ଇଲେକ୍ଟ୍ରିକ୍ ମୋବିଲିଟିକୁ ପ୍ରୋତ୍ସାହନ ଦେବା ପାଇଁ ଗ୍ରୀନ ଟ୍ୟାକ୍ସ, ପଲ୍ୟୁସନ ସେସ ଏବଂ ଆଗ୍ରୀଗେଟର ଲାଇସେନ୍ସ ଫିସ୍‌ରୁ ଏକ ସ୍ବତନ୍ତ୍ର ଫଣ୍ଡ୍‌ କରାଯିବ। ଇଭି ସେଲ୍‌ସ, ସର୍ଭିସିଂ, ଫାଇନାନ୍ସିଂ ଏବଂ ବ୍ୟାଟେରୀ ମ୍ୟାନେଜମେଣ୍ଟରେ ନୂଆ ଚାକିରି ଉତ୍ପନ୍ନ ସୃଷ୍ଟି ହେବ। ଦିଲ୍ଲୀ ସ୍କିଲ ଆଣ୍ଡ୍‌ ଏଣ୍ଟରପ୍ରିନ୍ୟୋରସିପ୍‌ ୟୁନିଭର୍ସିଟି (DSEU) ଇଭି ମେକାନିକ୍‌ ଏବଂ ଡ୍ରାଇଭରଙ୍କ ପାଇଁ ଟ୍ରେନିଂ ପ୍ରୋଗ୍ରାମ ଚଳାଇବ।