ସ୍କେଲେରୋଡର୍ମା

ଏହା ଏକ ପ୍ରକାର ବିରଳ ରୋଗ ଯାହା ହେବା ଦ୍ୱାରା ଆମର ଚର୍ମ ଧୀରେଧୀରେ ଟାଇଟ୍‌ ଓ ଶକ୍ତ ହୋଇଯାଏ । ଚର୍ମର ନମନୀୟତା ନଷ୍ଟ ହେବାରେ ଲାଗିଥାଏ । କେବଳ ଚର୍ମ ନୁହେଁ ଏହା ଆମର ବ୍ଲଡ୍‌ ଭେସେଲ୍‌କୁ ମଧ୍ୟ କ୍ଷତି ପହଞ୍ଚାଇଥାଏ । ପାଚନ ତନ୍ତ୍ର ଏବଂ କିଛି ଅଙ୍ଗକୁ ମଧ୍ୟ ଏହା ପ୍ରଭାବିତ କରିଥାଏ । ଏହାର ବିଭିନ୍ନ ପ୍ରକାର ରହିଛି । ଏହାର ମୋରଫିୟା ନାମକ ପ୍ରକାର ଆମର ଚର୍ମକୁ କ୍ଷତି […]

ସ୍କେଲେରୋଡର୍ମା
ସ୍କେଲେରୋଡର୍ମା

ଏହା ଏକ ପ୍ରକାର ବିରଳ ରୋଗ ଯାହା ହେବା ଦ୍ୱାରା ଆମର ଚର୍ମ ଧୀରେଧୀରେ ଟାଇଟ୍‌ ଓ ଶକ୍ତ ହୋଇଯାଏ । ଚର୍ମର ନମନୀୟତା ନଷ୍ଟ ହେବାରେ ଲାଗିଥାଏ । କେବଳ ଚର୍ମ ନୁହେଁ ଏହା ଆମର ବ୍ଲଡ୍‌ ଭେସେଲ୍‌କୁ ମଧ୍ୟ କ୍ଷତି ପହଞ୍ଚାଇଥାଏ । ପାଚନ ତନ୍ତ୍ର ଏବଂ କିଛି ଅଙ୍ଗକୁ ମଧ୍ୟ ଏହା ପ୍ରଭାବିତ କରିଥାଏ । ଏହାର ବିଭିନ୍ନ ପ୍ରକାର ରହିଛି । ଏହାର ମୋରଫିୟା ନାମକ ପ୍ରକାର ଆମର ଚର୍ମକୁ କ୍ଷତି ପହଞ୍ଚାଇଥାଏ । ସେହିଭଳି ମୋରଫିୟାର ଲକ୍ଷଣ ଚିହ୍ନିବା ମଧ୍ୟ ଟିକେ କଷ୍ଟ ହୋଇଥାଏ । ଏହା ବ୍ୟକ୍ତି ବିଶେଷ ହିସାବରେ ଭିନ୍ନଭିନ୍ନ ହୋଇଥାଏ । ସେହିଭଳି କେଉଁ ଅଙ୍ଗ ଏହା ଦ୍ୱାରା ପ୍ରଭାବିତ ହୋଇଛି ତାହା ଉପରେ ମଧ୍ୟ ଏହାର ଲକ୍ଷଣ ନିର୍ଭର କରିଥାଏ । ସମସ୍ତ ଲୋକ ଯିଏ ସ୍କେଲେରୋଡର୍ମାରେ ପୀଡିତ ସେମାନଙ୍କ ନିକଟରେ ଚର୍ମ ସମ୍ପର୍କିତ ଲକ୍ଷଣ ଦେଖାଯିବ । ପ୍ରଥମେ ଏହି ରୋଗ ହେଲେ ରୋଗୀର ହାତ,ପାଦ, ଆଙ୍ଗୁଠି, ମୁହଁ ଭଳି ଅଙ୍ଗ ପ୍ରଭାବିତ ହୋଇଥାଏ । ପ୍ରଥମେ କୁଣ୍ଡେଇ ହେବାରୁ ଏହା ଆରମ୍ଭ ହୋଇଥାଏ । ସେହିଭଳି ଯେଉଁ ସ୍ଥାନ ପ୍ରଭାବିତ ହୋଇଥାଏ ଏହାର ରଙ୍ଗରେ ପରିବର୍ତ୍ତନ ଦେଖିବାକୁ ମିଳିଥାଏ । କେତେଜଣଙ୍କର ମୁହଁ ଓ ହାତରେ ଛୋଟଛୋଟ ଲାଲ ଚିହ୍ନ ଦେଖିବାକୁ ମିଳିଥାଏ । କେବେଳ ଚର୍ମ ନୁହେଁ ଏହି ରୋଗରେ ପେଟ ସମ୍ପର୍କିତ ସମସ୍ୟା ମଧ୍ୟ ଦେଖିବାକୁ ମିଳିଥାଏ । ବ୍ଲୋଟିଂ, ଡାଇରିଆ, କୋଷ୍ଠକାଠିନ୍ୟ, ଛାତିରେ ଜଳାପୋଡା ହେବା ଆଦି ଲକ୍ଷଣ ଦେଖିବାକୁ ମିଳିଥାଏ । ଯଦି ଏଭଳି କୌଣସି ଲକ୍ଷଣ ଦେଖୁଛନ୍ତି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶରେ ଚିକିତ୍ସା ହୁଅନ୍ତୁ ।