ମନ୍ତ୍ରୀଙ୍କ ବଡ଼ ଘୋଷଣା: ଜିଲାସ୍ତରରେ ଖୋଲିବ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ କ୍ୟାମ୍ପ
ଭୁବନେଶ୍ୱର,୨୩।୯- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜନ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ସୋମବାର ଅଭିଯୋଗ ଶୁଣାଣି ହୋଇଛି। ସୋମବାର ପୂର୍ବାହ୍ନ ୧୧ଟାରୁ ୟୁନିଟ-୫ ର ସରକାରୀ ବାସଗୃହ ପାଖ ଭିଆଇଆଇଆଇଏମ ଆର ନମ୍ବର-୪ ଠାରେ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କର ବିଭିନ୍ନ ଅଭିଯୋଗର ଶୁଣାଣି କରିଛନ୍ତି। ଜଣେ ପରେ ଜଣେ ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିଜ ଅଭିଯୋଗ କହିଛନ୍ତି। ଜନଶୁଣାଣି ପୋର୍ଟାଲ ଅଥବା ଜନଶୁଣାଣି ମୋବାଇଲ ଆପ୍ଲିକେଶନ ମାଧ୍ୟମରେ ପଞ୍ଜୀକରଣ କରିଥିବା ୧୦୦୦ ଜଣ ଅଭିଯୋଗକାରୀଙ୍କ ଅଭିଯୋଗ ଶୁଣିଛନ୍ତି ମୁଖ୍ୟମନ୍ତ୍ରୀ। […] The post ମନ୍ତ୍ରୀଙ୍କ ବଡ଼ ଘୋଷଣା: ଜିଲାସ୍ତରରେ ଖୋଲିବ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ କ୍ୟାମ୍ପ appeared first on Dharitri Odia News.
ଭୁବନେଶ୍ୱର,୨୩।୯- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜନ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ସୋମବାର ଅଭିଯୋଗ ଶୁଣାଣି ହୋଇଛି। ସୋମବାର ପୂର୍ବାହ୍ନ ୧୧ଟାରୁ ୟୁନିଟ-୫ ର ସରକାରୀ ବାସଗୃହ ପାଖ ଭିଆଇଆଇଆଇଏମ ଆର ନମ୍ବର-୪ ଠାରେ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କର ବିଭିନ୍ନ ଅଭିଯୋଗର ଶୁଣାଣି କରିଛନ୍ତି। ଜଣେ ପରେ ଜଣେ ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିଜ ଅଭିଯୋଗ କହିଛନ୍ତି। ଜନଶୁଣାଣି ପୋର୍ଟାଲ ଅଥବା ଜନଶୁଣାଣି ମୋବାଇଲ ଆପ୍ଲିକେଶନ ମାଧ୍ୟମରେ ପଞ୍ଜୀକରଣ କରିଥିବା ୧୦୦୦ ଜଣ ଅଭିଯୋଗକାରୀଙ୍କ ଅଭିଯୋଗ ଶୁଣିଛନ୍ତି ମୁଖ୍ୟମନ୍ତ୍ରୀ।
ଏସବୁ ଭିତରେ ସୋମବାର ପଞ୍ଚାୟତରାଜ ମନ୍ତ୍ରୀ ରବି ନାରାୟଣ ନାୟକ ଏକ ବଡ଼ ଘୋଷଣା କରିଛନ୍ତି। ଏଣିକି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ କ୍ୟାମ୍ପ ଜିଲାସ୍ତରରେ ଖୋଲାଯିବ।ଉତ୍ତର, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା ଗସ୍ତ ବେଳେ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣିବେ ବୋଲି ସେ କହିଛନ୍ତି।
The post ମନ୍ତ୍ରୀଙ୍କ ବଡ଼ ଘୋଷଣା: ଜିଲାସ୍ତରରେ ଖୋଲିବ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ କ୍ୟାମ୍ପ appeared first on Dharitri Odia News.