ଗୋମାଂସ ଚୋରା ଚାଲାଣ ଅଭିଯୋଗ; ଗାଡି ଛାଡି ଡ୍ରାଇଭର ଫେରାର
ବାଲିପାଟଣା ୩୦।୧୦: ଗୋମାଂସ ଚାଲାଣ କୁ ନେଇ ଉତ୍ତେଜନା । ପିକଅପ୍ ଗାଡ଼ିରୁ ଜବତ ହେଲା ୩ ବସ୍ତା ଗୋମାଂସ । ଏହି ମାଂସ ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ନରଦା ବଜାରରେ ଜବତ ହୋଇଛି । ରାଜଧାନୀ ଭୁବନେଶ୍ୱରରେ ଏଭଳି ଘଟଣା ଘଟିଛି । ସୂଚନା ମୁତାବକ, ଏକ ପିକଅପ୍ ଗାଡ଼ିରେ ୩ ବସ୍ତା ଗୋମାଂସ ଚାଲାଣ ହେଉଥିଲା । ଗାଡ଼ିଟି ନରଦା ବଜାର ଦେଇ ଯିବା ବେଳ କିଛି ଲୋକଙ୍କର ସନ୍ଦେହ ହୋଇଥିଲା । ଏନେଇ ସ୍ଥାନୀୟଲୋକେ ଗାଡିକୁ ଅଟକାଇଥିଲେ । ଏହା ଦେଖି ତୁରନ୍ତ ବାଲିପାଟଣା ଥାନାକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା । କିନ୍ତୁ ଘଟଣା ସ୍ଥଳରେ ଗାଡି ଚାଳକ ପିକଅପ୍ ଗାଡ଼ିକୁ ଛାଡ଼ି ଫେରାର ହୋଇ ଯାଇଥିଲା । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ସମସ୍ତ ମାଂସ ଜବତ କରି ଘଟଣାର ତଦନ୍ତ ଚଳାଇଛି । ଏହି ଘଟଣା ପରେ ସ୍ଥାନୀୟଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି ।
ବାଲିପାଟଣା ୩୦।୧୦: ଗୋମାଂସ ଚାଲାଣ କୁ ନେଇ ଉତ୍ତେଜନା । ପିକଅପ୍ ଗାଡ଼ିରୁ ଜବତ ହେଲା ୩ ବସ୍ତା ଗୋମାଂସ । ଏହି ମାଂସ ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ନରଦା ବଜାରରେ ଜବତ ହୋଇଛି । ରାଜଧାନୀ ଭୁବନେଶ୍ୱରରେ ଏଭଳି ଘଟଣା ଘଟିଛି ।

ସୂଚନା ମୁତାବକ, ଏକ ପିକଅପ୍ ଗାଡ଼ିରେ ୩ ବସ୍ତା ଗୋମାଂସ ଚାଲାଣ ହେଉଥିଲା । ଗାଡ଼ିଟି ନରଦା ବଜାର ଦେଇ ଯିବା ବେଳ କିଛି ଲୋକଙ୍କର ସନ୍ଦେହ ହୋଇଥିଲା । ଏନେଇ ସ୍ଥାନୀୟଲୋକେ ଗାଡିକୁ ଅଟକାଇଥିଲେ । ଏହା ଦେଖି ତୁରନ୍ତ ବାଲିପାଟଣା ଥାନାକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା ।
କିନ୍ତୁ ଘଟଣା ସ୍ଥଳରେ ଗାଡି ଚାଳକ ପିକଅପ୍ ଗାଡ଼ିକୁ ଛାଡ଼ି ଫେରାର ହୋଇ ଯାଇଥିଲା । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ସମସ୍ତ ମାଂସ ଜବତ କରି ଘଟଣାର ତଦନ୍ତ ଚଳାଇଛି । ଏହି ଘଟଣା ପରେ ସ୍ଥାନୀୟଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି ।