ପାକିସ୍ତାନ PM ସରିଫ୍‌ଙ୍କ ୟୁଟ୍ୟୁବ ଚ୍ୟାନେଲ୍ ଭାରତରେ ବ୍ୟାନ୍, ସୂଚନା ପ୍ରସାରଣ ମନ୍ତ୍ରୀଙ୍କ 'X' ବ୍ୟାନ୍

ନୂଆଦିଲ୍ଲୀ ୦୩/୦୫: ଜମ୍ମୁ-କାଶ୍ମୀରର ପହଲଗାମରେ ୨୨ ଏପ୍ରିଲରେ ହୋଇଥିବା ଆତଙ୍କବାଦୀ ହମଲା ପରଠାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ରହିଛି । ଏହି ସମୟରେ, ଭାରତରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ୟୁଟ୍ୟୁବ୍ ଚ୍ୟାନେଲକୁ ବ୍ଲକ୍ କରାଯାଇଛି । ଜାତୀୟ ସୁରକ୍ଷା କିମ୍ବା ସାର୍ବଜନୀନ ବ୍ୟବସ୍ଥା ସହିତ ଜଡିତ ସରକାରୀ ନିର୍ଦ୍ଦେଶ ଯୋଗୁଁ ଏହି ବିଷୟବସ୍ତୁ ବର୍ତ୍ତମାନ ଉପଲବ୍ଧ ନାହିଁ । ସେହିଭଳି ପାକିସ୍ତାନର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଆତାଉଲ୍ଲାହ ତାରାରଙ୍କ X ଆକାଉଣ୍ଟ ଭାରତରେ ବ୍ୟାନ୍ କରାଯାଇଛି। ଏହା ସହିତ, ତାରାରଙ୍କ ପ୍ରୋଫାଇଲ୍ ଫଟୋ ଏବଂ କଭର ଫଟୋ ମଧ୍ୟ ଗାଏବ ହୋଇଯାଇଛି। ବୁଧବାର ବିଳମ୍ବିତ ରାତିରେ ଏକ ସାମ୍ବାଦିକ ସମ୍ମିଳନୀରେ ତାରାର ଦାବି କରିଥିଲେ ଯେ ପାକିସ୍ତାନ ପାଖରେ "ଠୋସ୍ ଗୁଇନ୍ଦା ସୂଚନା" ଅଛି ଯେ ୨୨ ଏପ୍ରିଲରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ଆଧାର କରି ଭାରତ ଆଗାମୀ ୨୪ ରୁ ୩୬ ଘଣ୍ଟା ମଧ୍ୟରେ ପାକିସ୍ତାନ ଉପରେ ସାମରିକ ଆକ୍ରମଣ କରିପାରେ। ସେ ଏହା ମଧ୍ୟ ଧମକ ଦେଇଥିଲେ ଯେ ଯଦି ଭାରତ କୌଣସି ଆକ୍ରମଣାତ୍ମକ ପଦକ୍ଷେପ ନିଏ । ତେବେ ପାକିସ୍ତାନ ନିର୍ଣ୍ଣାୟକ ଜବାବ ଦେବ ଏବଂ ଆଞ୍ଚଳିକ ପରିସ୍ଥିତିକୁ ଆହୁରି ଖରାପ କରିବାର ଦାୟିତ୍ୱ ଭାରତ ଉପରେ ରହିବ। ଏଥିରୁ ସ୍ପଷ୍ଟ ଯେ ପାକ୍‌କୁ ପାନେ ଦେବାକୁ ଭାରତ ସବୁପ୍ରକାର ଚେଷ୍ଟା ଜାରି ରଖିଛି । 

ପାକିସ୍ତାନ PM ସରିଫ୍‌ଙ୍କ ୟୁଟ୍ୟୁବ ଚ୍ୟାନେଲ୍ ଭାରତରେ ବ୍ୟାନ୍, ସୂଚନା ପ୍ରସାରଣ ମନ୍ତ୍ରୀଙ୍କ 'X' ବ୍ୟାନ୍

ନୂଆଦିଲ୍ଲୀ ୦୩/୦୫: ଜମ୍ମୁ-କାଶ୍ମୀରର ପହଲଗାମରେ ୨୨ ଏପ୍ରିଲରେ ହୋଇଥିବା ଆତଙ୍କବାଦୀ ହମଲା ପରଠାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ରହିଛି । ଏହି ସମୟରେ, ଭାରତରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ୟୁଟ୍ୟୁବ୍ ଚ୍ୟାନେଲକୁ ବ୍ଲକ୍ କରାଯାଇଛି । 

ଜାତୀୟ ସୁରକ୍ଷା କିମ୍ବା ସାର୍ବଜନୀନ ବ୍ୟବସ୍ଥା ସହିତ ଜଡିତ ସରକାରୀ ନିର୍ଦ୍ଦେଶ ଯୋଗୁଁ ଏହି ବିଷୟବସ୍ତୁ ବର୍ତ୍ତମାନ ଉପଲବ୍ଧ ନାହିଁ । ସେହିଭଳି ପାକିସ୍ତାନର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଆତାଉଲ୍ଲାହ ତାରାରଙ୍କ X ଆକାଉଣ୍ଟ ଭାରତରେ ବ୍ୟାନ୍ କରାଯାଇଛି। ଏହା ସହିତ, ତାରାରଙ୍କ ପ୍ରୋଫାଇଲ୍ ଫଟୋ ଏବଂ କଭର ଫଟୋ ମଧ୍ୟ ଗାଏବ ହୋଇଯାଇଛି। 

ବୁଧବାର ବିଳମ୍ବିତ ରାତିରେ ଏକ ସାମ୍ବାଦିକ ସମ୍ମିଳନୀରେ ତାରାର ଦାବି କରିଥିଲେ ଯେ ପାକିସ୍ତାନ ପାଖରେ "ଠୋସ୍ ଗୁଇନ୍ଦା ସୂଚନା" ଅଛି ଯେ ୨୨ ଏପ୍ରିଲରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ଆଧାର କରି ଭାରତ ଆଗାମୀ ୨୪ ରୁ ୩୬ ଘଣ୍ଟା ମଧ୍ୟରେ ପାକିସ୍ତାନ ଉପରେ ସାମରିକ ଆକ୍ରମଣ କରିପାରେ। 

ସେ ଏହା ମଧ୍ୟ ଧମକ ଦେଇଥିଲେ ଯେ ଯଦି ଭାରତ କୌଣସି ଆକ୍ରମଣାତ୍ମକ ପଦକ୍ଷେପ ନିଏ । ତେବେ ପାକିସ୍ତାନ ନିର୍ଣ୍ଣାୟକ ଜବାବ ଦେବ ଏବଂ ଆଞ୍ଚଳିକ ପରିସ୍ଥିତିକୁ ଆହୁରି ଖରାପ କରିବାର ଦାୟିତ୍ୱ ଭାରତ ଉପରେ ରହିବ। ଏଥିରୁ ସ୍ପଷ୍ଟ ଯେ ପାକ୍‌କୁ ପାନେ ଦେବାକୁ ଭାରତ ସବୁପ୍ରକାର ଚେଷ୍ଟା ଜାରି ରଖିଛି ।