ଡ୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଚେତାବନୀ, ୬ ଦଫା ଦାବି ପୂରଣ ନହେଲେ ବନ୍ଦ ହେବ ଚକ-ଅଖ

ଭୁବନେଶ୍ବର: ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଡାକରା ଦେଲା ଡ୍ରାଇଭର ମହାସଂଘ। ୬ ଦଫା ଦାବି ପୂରଣ ନହେଲେ ବନ୍ଦ ହେବ ଚକ ଅଖ। ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କୁ ଚେତାବନୀ ଦେଇଛି ଓଡ଼ିଶା ଡ୍ରାଇଭର ଏକତା ମହାମଞ୍ଚ। ମଞ୍ଚ ପକ୍ଷରୁ କୁହାଯାଇଛି ଆସନ୍ତା ଜୁଲାଇ ମାସରେ ୬ ଦଫା ଦାବି ନେଇ ରାସ୍ତାକୁ ଓହ୍ଲାଇବେ ଡ୍ରାଇଭର।  ଜୁଲାଇ ୮ରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତି ଷ୍ଟିୟରିଂ ଛାଡ଼ ଆନ୍ଦୋଳନ କରିବ ମହାମଞ୍ଚ। ୬ ଦଫା ଦାବି ଗୁଡ଼ିକ ହେଲା, ଓଡିଶା ମୋଟର ଟ୍ରାନ୍ସପୋର୍ଟ ଡ୍ରାଇଭର ଏବଂ ୱାର୍କର୍ ୱେଲଫେୟାର ବୋର୍ଡରେ ଅଟୋ ଡ୍ରାଇଭରକୁ ସାମିଲ। ଜନ ସାଧାରଣଙ୍କ ଆକ୍ରୋଶରେ ଶିକାର ହେଉଥିବା ଡ୍ରାଇଭର ସମାଜର ସୁରକ୍ଷା ପାଇଁ ଏକ ସ୍ବତନ୍ତ୍ର ଆଇନ ତିଆରି କରାଯାଉ। ବୃତିଗତ ଡ୍ରାଇଭରଙ୍କୁ ୬୦ ବର୍ଷ ବୟସ ପରେ ସ୍ବତନ୍ତ୍ର ଭତ୍ତା ପ୍ରଦାନ କରାଯାଉ ।ପ୍ରତି ୧୦୦ କିଲୋମିଟର ଅନ୍ତରାଳରେ ଗାଡ଼ି ପାକିଂ ଏବଂ ଡ୍ରାଇଭରମାନଙ୍କ ବିଶ୍ରାମ ନେବାପାଇଁ ବିଶ୍ରାମଗାର ଏବଂ ଶୌଚାଳୟ ବ୍ୟବସ୍ଥା। ଓଡ଼ିଶାରେ ଥିବା ପ୍ରତ୍ୟକ ଖଣି ଖାଦାନ ଏବଂ କାରଖାନା ଗୁଡ଼ିକରେ ଶତକଡ଼ା ୭୦% ଓଡ଼ିଶାର ଡ୍ରାଇଭରଙ୍କୁ କାମ ଦେବା। ସେହିଭଳି ସେପ୍ଟେମ୍ବର ୧ ତାରିଖକୁ ଜାତୀୟ ଡ୍ରାଇଭର ଦିବସ ରୁପେ ଘୋଷଣା କରାଯାଉ ବୋଲି ମହାମଞ୍ଚ ଦାବି କରିଛି।ସାମ୍ବାଦିକ ସମ୍ମିଳନୀରେ ସଂଘ ପକ୍ଷରୁ ଆହୁରି କୁହାଯାଇଛି ଯେ, ଲୋକଙ୍କ ସରକାର କହି ଡିଣ୍ଡିମ ପିଟୁଥିବାବେଳେ ଏବେ ଡ୍ରାଇଭର

ଡ୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଚେତାବନୀ, ୬ ଦଫା ଦାବି ପୂରଣ ନହେଲେ ବନ୍ଦ ହେବ ଚକ-ଅଖ

ଭୁବନେଶ୍ବର: ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଡାକରା ଦେଲା ଡ୍ରାଇଭର ମହାସଂଘ। ୬ ଦଫା ଦାବି ପୂରଣ ନହେଲେ ବନ୍ଦ ହେବ ଚକ ଅଖ। ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କୁ ଚେତାବନୀ ଦେଇଛି ଓଡ଼ିଶା ଡ୍ରାଇଭର ଏକତା ମହାମଞ୍ଚ। 

ମଞ୍ଚ ପକ୍ଷରୁ କୁହାଯାଇଛି ଆସନ୍ତା ଜୁଲାଇ ମାସରେ ୬ ଦଫା ଦାବି ନେଇ ରାସ୍ତାକୁ ଓହ୍ଲାଇବେ ଡ୍ରାଇଭର।  ଜୁଲାଇ ୮ରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତି ଷ୍ଟିୟରିଂ ଛାଡ଼ ଆନ୍ଦୋଳନ କରିବ ମହାମଞ୍ଚ। ୬ ଦଫା ଦାବି ଗୁଡ଼ିକ ହେଲା, ଓଡିଶା ମୋଟର ଟ୍ରାନ୍ସପୋର୍ଟ ଡ୍ରାଇଭର ଏବଂ ୱାର୍କର୍ ୱେଲଫେୟାର ବୋର୍ଡରେ ଅଟୋ ଡ୍ରାଇଭରକୁ ସାମିଲ। ଜନ ସାଧାରଣଙ୍କ ଆକ୍ରୋଶରେ ଶିକାର ହେଉଥିବା ଡ୍ରାଇଭର ସମାଜର ସୁରକ୍ଷା ପାଇଁ ଏକ ସ୍ବତନ୍ତ୍ର ଆଇନ ତିଆରି କରାଯାଉ। ବୃତିଗତ ଡ୍ରାଇଭରଙ୍କୁ ୬୦ ବର୍ଷ ବୟସ ପରେ ସ୍ବତନ୍ତ୍ର ଭତ୍ତା ପ୍ରଦାନ କରାଯାଉ ।

ପ୍ରତି ୧୦୦ କିଲୋମିଟର ଅନ୍ତରାଳରେ ଗାଡ଼ି ପାକିଂ ଏବଂ ଡ୍ରାଇଭରମାନଙ୍କ ବିଶ୍ରାମ ନେବାପାଇଁ ବିଶ୍ରାମଗାର ଏବଂ ଶୌଚାଳୟ ବ୍ୟବସ୍ଥା। ଓଡ଼ିଶାରେ ଥିବା ପ୍ରତ୍ୟକ ଖଣି ଖାଦାନ ଏବଂ କାରଖାନା ଗୁଡ଼ିକରେ ଶତକଡ଼ା ୭୦% ଓଡ଼ିଶାର ଡ୍ରାଇଭରଙ୍କୁ କାମ ଦେବା। ସେହିଭଳି ସେପ୍ଟେମ୍ବର ୧ ତାରିଖକୁ ଜାତୀୟ ଡ୍ରାଇଭର ଦିବସ ରୁପେ ଘୋଷଣା କରାଯାଉ ବୋଲି ମହାମଞ୍ଚ ଦାବି କରିଛି।

ସାମ୍ବାଦିକ ସମ୍ମିଳନୀରେ ସଂଘ ପକ୍ଷରୁ ଆହୁରି କୁହାଯାଇଛି ଯେ, ଲୋକଙ୍କ ସରକାର କହି ଡିଣ୍ଡିମ ପିଟୁଥିବାବେଳେ ଏବେ ଡ୍ରାଇଭର  ସଂଘକୁ ସରକାର ଅଣଦେଖା କରୁଛନ୍ତି। ପୂର୍ବରୁ ବିଜେଡି ସରକାରରେ ମୃତ୍ୟୁକାଳୀନ ସହାୟତା ୨ ଲକ୍ଷ ଓ ଦୃଘଟଣାଜନିତ ମୃତ୍ୟୁ ପାଇଁ ୪ ଲକ୍ଷ ଘୋଷଣା କରିଥିଲେ। ଯାହା କିଛି ମାତ୍ରାରେ ସୁଫଳ ଦେଉଛି। 

ବିଜେପି ସରକାର ଡ୍ରାଇଭରମାନଙ୍କୁ ନେଇ ବିଭାଜନ କରିବାକୁ ଯୋଜନା କରୁଛନ୍ତି। ଅଟୋ ଡ୍ରାଇଭର ମାନକୁ ଡ୍ରାଇଭର ଭାବରେ ଗଣତି କରୁନାହାଁନ୍ତି ରାଜ୍ୟ ସରକାର। ତାଙ୍କୁ ଅଣ ସଂଗଠିତ ଶ୍ରମିକ ହିସାବରେ ନୂଆ ସରକାର ନେଇଛନ୍ତି। ଯଦି ଅଣସଂଗଠିତ ଶ୍ରମିକ ଭାବରେ ଗଣତି କରୁଛନ୍ତି, ତାହା ହେଲେ ସେମାନଙ୍କୁ ଲେବର କାର୍ଡ ଦିଅନ୍ତୁ।   ପୂର୍ବରୁ ମୋହନ ସରକାର ମୋହନ ମାଝୀ ବିରୋଧ ଦଳର ମୁଖ୍ୟ ସଚେତକ ଥିବା ବେଳେ ସଂଘ ସମସ୍ୟା ଆଲୋଚନା କରିବା ନେଇ ବିଧାନସଭାରେ ପ୍ରସଙ୍ଗ ଉଠାଇଥିଲେ। ଏବେ କ୍ଷମତାକୁ ଆସିଲା ପରେ ଦେଖା ଦେଉନାହାନ୍ତି।