ମୁମ୍ବାଇରେ ବର୍ଷା ବିତ୍ପାତ, ରେଳ ଓ ବିମାନ ସେବା ବାଧିତ, ସ୍କୁଲ କଲେଜ ବନ୍ଦ, ଦେଖନ୍ତୁ Video

ମୁମ୍ବାଇ ୨୫।୯:  ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ପ୍ରକୋପ କରିଛି ପ୍ରକୃତି । ଭୀଷଣ ବର୍ଷା ଜନଜୀବନକୁ ଗୁରୁତର ପ୍ରଭାବିତ କରିଛି। ବର୍ଷାରେ ମୁମ୍ବାଇର ଲାଇଫଲାଇନ କୁହାଯାଉଥିବା ଲୋକାଲ ଟ୍ରେନ ସେବା ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି। ଅନ୍ୟପଟେ ବିମାନ ବନ୍ଦର ପରିସ୍ଥିତି ମଧ୍ୟ ତଦ୍ରୁପ। ପାଗ ଖରାପ ଯୋଗୁ ବିମାନ ସେବା ପ୍ରଭାବିତ ହୋଇଛି। କିଛି ବିମାନକୁ ଡାଇଭର୍ଟ କରାଯାଇଛି, ଅନେକ ବିମାନର ଉଡାଣ ବିଳମ୍ବିତ ହୋଇଛି। ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି) ସେପ୍ଟେମ୍ବର ୨୬ ତାରିଖକୁ ରେଡ ଆଲର୍ଟ ଜାରି କରିଛନ୍ତି। ଆଇଏମଡିଙ୍କ ସତର୍କତାକୁ ନଜରରେ ରଖି ନଗର ନିଗମ ବଡ ପଦକ୍ଷେପ ନେଇଛନ୍ତି। ଗୁରୁବାର ମୁମ୍ବାଇର ସବୁ ସ୍କୁଲ ଓ କଲେଜକୁ ଛୁଟି ଘୋଷଣା କରିଛନ୍ତି। ଅନ୍ୟପଟେ ସ୍ଥାନୀୟ ପ୍ରଶାସନ ଯେ କୌଣସି ପ୍ରକାର ବିପର୍ଯ୍ୟୟର ମୁକାବିଲା ନିମନ୍ତେ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି। ବୁଧବାର ମୁମ୍ବାଇରେ ମୁଶଳଧାରା ବର୍ଷା ଆରମ୍ଭ ହୋଇଯାଇଛି। ଫଳରେ ମହାନଗରର ତଳିଆ ଅଞ୍ଚଳକୁ ପାଣି ପଶିଥିବା ବେଳେ ଲୋକାଲ ରେଳ ସେବା ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି। Extremely heavy rain lashes Mumbai, these are some visuals from Dahisar. The weather department has issued a red alert until tomorrow in the city.#Mumbai #MumbaiNews #MumbaiRain pic.twitter.com/Q0y9zSKw4K— Vani Mehrotra (@vani_mehr

ମୁମ୍ବାଇରେ ବର୍ଷା ବିତ୍ପାତ, ରେଳ ଓ ବିମାନ ସେବା ବାଧିତ, ସ୍କୁଲ କଲେଜ ବନ୍ଦ, ଦେଖନ୍ତୁ Video

ମୁମ୍ବାଇ ୨୫।୯:  ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ପ୍ରକୋପ କରିଛି ପ୍ରକୃତି । ଭୀଷଣ ବର୍ଷା ଜନଜୀବନକୁ ଗୁରୁତର ପ୍ରଭାବିତ କରିଛି। ବର୍ଷାରେ ମୁମ୍ବାଇର ଲାଇଫଲାଇନ କୁହାଯାଉଥିବା ଲୋକାଲ ଟ୍ରେନ ସେବା ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି। ଅନ୍ୟପଟେ ବିମାନ ବନ୍ଦର ପରିସ୍ଥିତି ମଧ୍ୟ ତଦ୍ରୁପ। ପାଗ ଖରାପ ଯୋଗୁ ବିମାନ ସେବା ପ୍ରଭାବିତ ହୋଇଛି। କିଛି ବିମାନକୁ ଡାଇଭର୍ଟ କରାଯାଇଛି, ଅନେକ ବିମାନର ଉଡାଣ ବିଳମ୍ବିତ ହୋଇଛି। 

ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି) ସେପ୍ଟେମ୍ବର ୨୬ ତାରିଖକୁ ରେଡ ଆଲର୍ଟ ଜାରି କରିଛନ୍ତି। ଆଇଏମଡିଙ୍କ ସତର୍କତାକୁ ନଜରରେ ରଖି ନଗର ନିଗମ ବଡ ପଦକ୍ଷେପ ନେଇଛନ୍ତି। ଗୁରୁବାର ମୁମ୍ବାଇର ସବୁ ସ୍କୁଲ ଓ କଲେଜକୁ ଛୁଟି ଘୋଷଣା କରିଛନ୍ତି। ଅନ୍ୟପଟେ ସ୍ଥାନୀୟ ପ୍ରଶାସନ ଯେ କୌଣସି ପ୍ରକାର ବିପର୍ଯ୍ୟୟର ମୁକାବିଲା ନିମନ୍ତେ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି। ବୁଧବାର ମୁମ୍ବାଇରେ ମୁଶଳଧାରା ବର୍ଷା ଆରମ୍ଭ ହୋଇଯାଇଛି। ଫଳରେ ମହାନଗରର ତଳିଆ ଅଞ୍ଚଳକୁ ପାଣି ପଶିଥିବା ବେଳେ ଲୋକାଲ ରେଳ ସେବା ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି। 


ଖାସ କରି ବିଦ୍ୟା ବିହାରରୁ ନେଇ ମୁଲୁନ୍ଦ ପର୍ଯ୍ୟନ୍ତ ଲୋକାଲ ଟ୍ରେନ ସେବା ବାଧିତ ହୋଇଥିବାରୁ ହଜାର ହଜାର ଯାତ୍ରୀ ବିଭିନ୍ନ ଷ୍ଟେସନରେ ଫଶି ରହିଛନ୍ତି। ସେଣ୍ଟ୍ରାଲ ରେଲୱେ ମୁଖପାତ୍ର କହିଛନ୍ତି ଯେ ଭଣ୍ଡୁପରେ ମଧ୍ୟ ଅପ୍ ଓ ଡାଉନ ଲାଇନରେ ରେଳ ସେବା ବାଧିତ ହୋଇଛି। ଏହା ଛଡା କଞ୍ଜୁର ମାର୍ଗ ଓ ବିଖରୋଲି ମଧ୍ୟରେ ଅପ ଓ ଡାଉନ ଲାଇନରେ ଘଣ୍ଟାପ୍ରତି ୩୦ କିମି ବେଗରେ ଟ୍ରେନ ଚଳାଇବାକୁ ନିର୍ଦ୍ଦେଶ ଦିଆଯାଇଛି। 


ଜାରି ରହିଥିବା ଲଗାଣ ବର୍ଷା ଯୋଗୁ ମୁମ୍ବାଇକୁ ଆସୁଥିବା ଦୁଇଟି ବିମାନର ମାର୍ଗ ବଦଳାଇ ଦିଆଯାଇଛି। ସେହିପରି ଟେକଅଫ କରିବାକୁ ଥିବା ୭ଟି ବିମାନର ଉଡାଣକୁ ଅଟକାଇ ଦିଆଯାଇଛି। ଡାଇଭର୍ଟ ହୋଇଥିବା ଉଡାଣରେ ଇଣ୍ଡିଗୋର ୬ଇ୧୦୫୨ ଉଡାଣ ମଧ୍ୟ ରହିଛି। ଏହି ଫ୍ଲାଇଟକୁ ଅହମଦାବାଦକୁ ଡାଇଭର୍ଟ କରାଯାଇଛି। ବୁଧବାର ମଧ୍ୟାହ୍ନ ପରଠାରୁ ମୁମ୍ବାଇରେ ବର୍ଷା ଆରମ୍ଭ ହୋଇଯାଇଛି, ଯାହ କ୍ରମେ ଜଟିଳ ପରିସ୍ଥିତି ସୃଷ୍ଟି କରିଛି।